Categories: ଫୁରସତ

ଜ୍ୟାକ୍‌ ମାଙ୍କୁ କାଟି ପୋନି ମା ହେଲେ ଚାଇନାର ସବୁଠାରୁ ଧନୀ ବ୍ୟକ୍ତି

ନୂଆଦିଲ୍ଲୀ: ଚାଇନାରୁ ଆରମ୍ଭ ହୋଇଥିଲା ମହାମାରୀ କରୋନା ସଂକ୍ରମଣ। ଏହାର ପ୍ରଭାବରେ ଦେଶର ଧନୀ ତାଲିକାରେ ପରିବର୍ତ୍ତନ ହୋଇଛି। ପୂର୍ବରୁ ଅଲିବାବାର ଜ୍ୟାକ୍‌ ମା ସବୁଠାରୁ ଧନୀ ବ୍ୟକ୍ତି ଥିଲେ। ଏବେ ତାଙ୍କୁ କାଟିଛନ୍ତି ଟେନ୍‌ସେଣ୍ଟର ସଂସ୍ଥାପକ ମା ହୁଆତେଙ୍ଗ ଓରଫ ପୋନି ମା। ତାଙ୍କର ମୋଟ ସମ୍ପତ୍ତିର ପରିମାଣ ପ୍ରାୟ ୩.୭୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଅପରପକ୍ଷେ ଜ୍ୟାକ୍‌ ମାଙ୍କ ସମ୍ପତ୍ତି ୩.୬୨ ଲକ୍ଷ କୋଟି ରହିଛି। ଚଳିତ ସପ୍ତାହରେ ଷ୍ଟକ୍‌ ମାର୍କେଟରେ ଟେନ୍‌ସେଣ୍ଟକୁ ଅଧିକ ଲାଭ ମିଳିଛି। ଫଳରେ ପୋନି ମାଙ୍କ ମୋଟ ଆୟ ବଢ଼ିଛି ବୋଲି କୁହାଯାଉଛି।

୧୯୯୮ରେ ପୋନି ମା ଟେନ୍‌ସେଣ୍ଟ ଆରମ୍ଭ କରିଥିଲେ। ଏହାପୂର୍ବରୁ ସେ ଚାଇନାର ଏକ ଟେଲିକମ୍‌ କମ୍ପାନୀରେ ରିସର୍ଚ୍ଚ ଏବଂ ଇଣ୍ଟରନେଟ୍‌ ପୋଜିଂ ସିଷ୍ଟମର ଡେଭଲେପ୍‌ମେଣ୍ଟ କାମ କରୁଥିଲେ। ସେ ଚାଇନାର ଶେନଜେନ୍‌ ୟୁନିଭର୍ସିଟିରୁ କମ୍ପ୍ୟୁଟର ଏବଂ ଆପ୍ଲାଏଡ୍‌ ଇଞ୍ଜିନିୟରିଂରେ ଡିଗ୍ରୀ କରିଛନ୍ତି। ଏବେ ତାଙ୍କ ଟେନ୍‌ସେଣ୍ଟ ହୋଲ୍ଡିଂସ୍‌ ଲିମିଟେଡ୍‌ କମ୍ପାନୀ ସବୁଠାରୁ ବଡ଼ ଇଣ୍ଟରନେଟ୍‌ କମ୍ପାନୀରୁ ଗୋଟିଏ। ଏହାର ସଫଳ ଆପ୍‌ ହେଉଛି ‘ଭି-ଚାଟ୍‌’। ଏହି ଆପ୍‌ ୨୦୦୪ ମସିହାରେ ହଂକଂ ଷ୍ଟକ୍‌ ଏକ୍ସଚେଞ୍ଜରେ ସାମିଲ ହୋଇଥିଲା। ଏହାଛଡ଼ା ଟେନ୍‌ସେଣ୍ଟ ଅନ୍‌ଲାଇନ୍‌ ଭିଡିଓ ଗେମ୍‌, ଭିଡିଓ, ଲାଇଭ୍‌ ଷ୍ଟ୍ରିମିଂ, ନ୍ୟୁଜ୍‌, ସଂଗୀତ ଏବଂ ସାହିତ୍ୟଜଗତ ସହ ଜଡିତ କାମ କରୁଛି। ଏହାଛଡ଼ା ପବ୍‌ଜି ଏବଂ ଅନ୍‌ର ଅଫ୍‌ କିଙ୍ଗ ଭଳି ବଡ଼ ଖେଳ ମଧ୍ୟ ଟେନ୍‌ସେଣ୍ଟ ନିର୍ମାଣ କରିଛି।

Share