ଖୁବ୍‌ଶୀଘ୍ର ଶୁଟିଂ ଆରମ୍ଭ କରିବେ ଆଲିଆ

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ବିବାହ ପରେ ପରେ ଏକ ଖୁସି ଖବର ଶେୟାର କରିଥିଲେ। ତାହା ହେଉଛି କି ସେ ହଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ବର୍ତ୍ତମାନ ଏହା ଉପରେ ଆଉ ଏକ ଖବର ଆସିଛି ଯେ, ଆଲିଆ ଏହି ମାସରୁ ହଲିଉଡ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଯାଉଛନ୍ତି । ସେ ଚଳିତ ମାସ ବ୍ରିଟେନରେ ତାଙ୍କର ପ୍ରଥମ ହଲିଉଡ୍‌ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଫିଲ୍ମରେ ଆଲିଆ ହଲିଉଡ୍‌ ଅଭିନେତା ଗାଲ ଗାଡୋଟ ଏବଂ ଜେମି ଡୋର୍ମନଙ୍କ ସହ ନଜର ଆସିବେ। ଏହା ବ୍ୟତିତ ଆଲିଆ ଅଭିନେତା ରଣବୀର ସିଂଙ୍କ ସହ ଫିଲ୍ମ ରକି ଔର ରାନୀ କି ପ୍ରେମ କାହାଣୀକୁ ନେଇ ଚର୍ଚ୍ଚାରେ ଅଛନ୍ତି, ଯାହାକୁ କରଣ ଜୋହର ନିର୍ଦ୍ଦେଶନା ଦେଇଛନ୍ତି । କୁହାଯାଉଛି କି, ଏହି ଫିଲ୍ମର ଶୁଟିଂ ସରିବା ପରେ ବ୍ରିଟେନ ଯିବେ।

Share