ଏହିଦିନ ମା’ ହେବାକୁ ଯାଉଛନ୍ତି ଆଲିଆ

ମୁମ୍ବାଇ; ବଲିଉଡ ବିୟୁଟି ଆଲିଆ ଭଟ୍ଟ ଏବେ ତାଙ୍କ ଜୀବନର ସବୁଠାରୁ ସୁନ୍ଦର ସମୟ ଅତିବାହିତ କରୁଛନ୍ତି । କାରଣ ଆଲିଆ ମାଆ ହେବାକୁ ଯାଉଛନ୍ତି । ଏହି ନୂଆ ଜର୍ଣ୍ଣିକୁ ନେଇ ଆଲିଆ ଓ ପତି ରଣବୀର କପୁର ବେଶ ଖୁସି ଅଛନ୍ତି । ଆଲିଆଙ୍କ ପ୍ରେଗ୍ନେସିକୁ ନେଇ ସବୁଦିନ କିଛି ନା କିଛି ଖବର ସାମ୍ନାକୁ ଆସୁଛି । ଏବେ ତାଙ୍କ ଡେଲିଭରିର ଡ୍ୟୁ ଡେଟ ସାମ୍ନାକୁ ଆସିଛି । ଯଦିଓ ତାରିଖ ସମ୍ପର୍କରେ ସେମିତି କିଛି ସ୍ପଷ୍ଟ ସୂଚନା ମିଳିନାହିଁ ତଥାପି ଆଲିଆ ନଭେମ୍ବରରେ ମାଆ ହେବାକୁ ଯାଉଥିବା କୁହାଯାଉଛି । ତେବେ ତାରିଖ କଥା ଯଦି କହିବା ଆଲିଆ ୨୦-୩୦ ନଭେମ୍ବର ଭିତରେ ମାଆ ହୋଇ ପାରନ୍ତି ବୋଲି କୁହାଯାଉଛି ।

ଅନ୍ୟପଟେ କୁହାଯାଉଛି କି ଆଲିଆଙ୍କ ଡେଲିଭରି ତାଙ୍କ ଭଉଣୀ ସାହିନଙ୍କ ଜନ୍ମଦିନ ପାଖାପାଖି କରାଯାଇପାରେ । ଅର୍ଥାତ ୨୮ ନଭେମ୍ବର ସାହିନଙ୍କ ଜନ୍ମଦିନ ହୋଇଥିବାରୁ ଏହି ନିକଟରେ କଲେ ପରିବାର ଲୋକେ ଗୋଟିଏ ପାର୍ଟିରେ ଦୁଇଟି ସେଲିବ୍ରେଶନ ମନାଇବେ ବୋଲି କୁହାଯାଉଛି । ଆଲିଆ ତାଙ୍କ ଡେଲିଭରି ପାଇଁ ମୁମ୍ବାଇର ଏଚ ଏନ ରିଲାଏନ୍ସ ହସ୍ପିଟାଲରେ ଡେଟ ବୁକ କରି ସାରିଛନ୍ତି । ଏହି ହସ୍ପିଟାଲରେ ରଣବୀରଙ୍କ ପିତା ଋଷି କପୁରଙ୍କର ଚିକିତ୍ସା ଚାଲିଥିଲା ।
ସୂଚନାଯୋଗ୍ୟ, ଆଲିଆ ଭଟ୍ଟ ଓ ରଣବୀର କପୁର ଚଳିତ ବର୍ଷ ୧୪ ଏପ୍ରିଲରେ ବିବାହ କରିଥିଲେ । ଜୁନରେ ଅଭିନେତ୍ରୀ ମାଆ ହେବାକୁ ଯାଉଥିବାର ଖୁସି ଖବର ଶେୟାର କରିଥିଲେ । ଏହା ଶୁଣି ପ୍ରଶଂସକ ଚମକି ପଡିଥିଲେ । କାରଣ ବିବାହର ୩ ମାସ ଭିତରେ ଆଲିଆ ମାଆ ହେବା କଥା କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ସୁଶାନ୍ତ ମୃତ୍ୟୁ ମାମଲାରେ ନୂଆ ଟୁଇଷ୍ଟ: ସୁପ୍ରିମକୋର୍ଟ ଗଲେ ରିୟା

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ବୁଧବାର ଆଉ ଏକ ମୋଡ ଆସିଛି। ମଙ୍ଗଳବାର ସୁଶାନ୍ତଙ୍କ ବାପା ପାଟଣାର ରାଜୀବ ନଗର...

୨୫ ବର୍ଷ ପରେ କରଣ ଜୋହରଙ୍କ ସହ ଫିଲ୍ମ କରିବେ ସଲମାନ

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କ ଅପକମିଙ୍ଗ ଫିଲ୍ମ ‘କିସି କା ଭାଇ କିସି କି ଜାନ’ ଇଦ୍‌ ଅବସରରରେ ମୁକ୍ତିଲାଭ କରିବ। ଏହି ସମୟରେ...

ଅପେକ୍ଷାରେ କରିନା

ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ କରିନା କପୁର ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହିଥାନ୍ତି। ସବୁ ସମୟରେ ସେ ନିଜର ଫଟୋ ଏବଂ ଭିଡିଓ ପ୍ରଶଂସକଙ୍କ ପାଇଁ...

ଆଜି ବି ବିଫଳତାକୁ ନେଇ କାନ୍ଦନ୍ତି ପ୍ରିୟଙ୍କା

ବଲିଉଡ୍‌ ପରେ ହଲିଉଡ୍‌ରେ ନିଜ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପ୍ରିୟଙ୍କା ଚୋପ୍ରା ଜୀବନରେ ଅନେକ ସଫଳତା ପାଇଛନ୍ତି। ଏହି ସଫଳତା ଭିତରେ ବେଳେବେଳେ ତାଙ୍କୁ...

ବଲିଉଡ୍‌ରେ ସୁଯୋଗ ମିଳୁ ନ ଥିଲା

ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ମିଳୁ ନ ଥିବା ହଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିକଟରେ ଏକ ସାକ୍ଷାତ୍‌କାରରେ କହିଛନ୍ତି।...

ସ୍ବାମୀଙ୍କ ଫଟୋ ଶେୟାର କଲେ ଦୀପିକା: ରଣଭୀର କହିଲେ, ବେବି ଏ କ’ଣ କରୁଛ

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ସ୍ବାମୀ ରଣଭୀର ସିଂ ଇଣ୍ଡଷ୍ଟ୍ରିର ପ୍ରମୁଖ ସେଲିବ୍ରିଟି ଭାବରେ ଜଣାଶୁଣା। ଉଭୟ ଏତେ ବ୍ୟସ୍ତ ଅଛନ୍ତି ଯେ, ଦୁହେଁ...

ଜେଣ୍ଡାୟା ଶ୍ରେଷ୍ଠ ଅଭିନେତ୍ରୀ

ଓ୍ବାଶିଂଟନ: ଆମେରିକା ଲସ୍‌ ଏଞ୍ଜେଲସ୍‌ର ମାଇକ୍ରୋସଫ୍ଟ ଥିଏଟରରେ ଅନୁଷ୍ଠିତ ହୋଇଯାଇଛି ୭୪ତମ ପ୍ରାଇମ୍‌ଟାଇମ୍‌ ଏମି ଆଓ୍ବାର୍ଡ ସମାରୋହ। ଟେଲିଭିଜନ୍‌ କଳାକାର ଓ ଟେକ୍ନିକାଲ ଷ୍ଟାଫ୍‌ମାନଙ୍କ ପାଇଁ...

୫ ଜଣଙ୍କୁ ପ୍ରେମ କରି ୧୦ ବର୍ଷ ସାନ ପୁରୁଷ ବନ୍ଧୁଙ୍କୁ ବିବାହ କରିଛନ୍ତି ପିସି

ମୁମ୍ବାଇ: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ତାଙ୍କ ପ୍ରେମ କାହାଣୀକୁ ନେଇ ବେଶ୍‌ ଚର୍ଚ୍ଚିତ। ୩୮ ବର୍ଷରେ ପଦାର୍ପଣ କରିଥିବା ପିସି ପାଖାପାଖି ୫...

Advertisement
Archives

Model This Week