ରେକର୍ଡ ଭାଙ୍ଗିବେ ଆଲିଆ

ମୁମ୍ବାଇ: ଚଳଚ୍ଚିତ୍ର ‘ଆଲ୍‌ଫା’ରେ ଅଭିନେତ୍ରୀ ଆଲିଆ ଭଟ୍ଟ ଏକ ଜବରଦସ୍ତ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରରେ ଆଲିଆ ଏବଂ ଶର୍ବରୀ ଓ୍ବାଘ୍‌ ଆକ୍ସନ ଭୂମିକାରେ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରଟି ଜୁଲାଇ ୩ରେ ମୁକ୍ତିଲାଭ କରିବାର ଯୋଜନା ରହିଛି। ବକ୍ସ ଅଫିସରେ ଏହା ରେକର୍ଡ କରିବ ବୋଲି କୁହାଯାଉଛି।

ଚଳଚ୍ଚିତ୍ରଟି ପ୍ରଥମ ଦିନରେ ଅତି କମ୍‌ରେ ୪.୫୦ରୁ ୭.୫୦ କୋଟି ଟଙ୍କା ରୋଜଗାର କରିବ ବୋଲି ଆଶା କରାଯାଉଛି। ଚଳଚ୍ଚିତ୍ରଟି ଯଦି ୬.୫୦ କୋଟି ରୋଜଗାର କରେ ତେବେ ଏହା ସହଜରେ ୧୦ଟି ଚଳଚ୍ଚିତ୍ରର ରେକର୍ଡ ଭାଙ୍ଗିବ।

ଯେମିତି କି ହଣ୍ଟେଡ୍‌ ୩-ଡି, ଭାରତ ଭାଗ୍ୟ ବିଧାତା, ଗଭର୍ଣ୍ଣର, ମୈ ଓ୍ବାପସ୍‌ ଆଉଙ୍ଗା, ଚାନ୍ଦ ମେରା ଦିଲ୍‌, ବନ୍ଦର, ଦାଦି କି ଶାଦି ପରି ଚଳଚ୍ଚିତ୍ରର ରେକର୍ଡ ଭାଙ୍ଗିବ।

‘ଆଲ୍‌ଫା’ ଚଳଚ୍ଚିତ୍ରଟି ଶିବ ରାଓ୍ବୈଲଙ୍କ ଦ୍ୱାରା ନିର୍ଦ୍ଦେଶିତ। ଏଥିରେ ଆଲିଆ ଭଟ୍ଟ, ଶର୍ବରୀ ଓ୍ବାଘ, ବବି ଦେଓଲ ଏବଂ ଅନିଲ କପୁର ଅଭିନୟ କରିଛନ୍ତି। ହ୍ରିତିକ ରୋଶନ ଏକ କ୍ୟାମିଓ ଭୂମିକାରେ ନଜର ଆସିବେ। ଚଳଚ୍ଚିତ୍ରର ଟ୍ରେଲର ଏବଂ ଟିଜରକୁ ଜବରଦସ୍ତ ପ୍ରତିକ୍ରିୟା ମିଳିଛି।

Dharitri – Odisha’s No.1 Odia Daily

Share