ସ୍ବାମୀ ରଣବୀରଙ୍କୁ ନୁହେଁ, ଏହି କଳାକାରଙ୍କୁ ପ୍ରଥମେ ଗର୍ଭଧାରଣ ଖବର ଜଣାଇଥିଲେ ଆଲିଆ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ତାଙ୍କର ଦମ୍‌ଦାର ଅଭିନୟ ପାଇଁ ବେଶ୍‌ ପ୍ରସିଦ୍ଧ। ନିକଟରେ ଆଲିଆ ଫିଲ୍ମ ‘ରକି ଔର୍‌ ରାନୀ କି ପ୍ରେମ କହାନୀ’ ଜରିଆରେ ପ୍ରଶଂସକଙ୍କର ଖୁବ୍‌ ମନୋରଞ୍ଜନ କରିଛନ୍ତି।

ଗତ ବର୍ଷ ରଣବୀର କପୁରଙ୍କୁ ବିବାହ କରିବା ପରେ ଆଲିଆ ନଭେମ୍ବର ୬ରେ ଝିଅ ରାହାଙ୍କୁ ଜନ୍ମ ଦେଇଥିଲେ। କିନ୍ତୁ ଆପଣ ଜାଣନ୍ତି କି ଅଭିନେତ୍ରୀ ପ୍ରଥମେ ତାଙ୍କ ଗର୍ଭଧାରଣର ଖୁସି ଖବର କାହାକୁ ଜଣାଇଥିଲେ। ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ…

ଯେତେବେଳେ ଆଲିଆ ତାଙ୍କ ଗର୍ଭଧାରଣ ବିଷୟରେ ଜାଣିଲେ ସେ ହଲିଉଡ ଫିଲ୍ମ ‘ହାର୍ଟ ଅଫ୍‌ ଷ୍ଟୋନ’ର ଶୁଟିଂରେ ବ୍ୟସ୍ତ ଥିଲେ। ସେ ଏ ବିଷୟରେ କାହାକୁ ଜଣାଇ ନ ଥିଲେ କିନ୍ତୁ ପରେ ଆଲିଆ ତାଙ୍କ ସହ-କଳାକାର ଓ୍ବାଣ୍ଡର୍‌ ଓ୍ବମେନ୍‌ ଫେମ୍‌ ଗାଲ୍‌ ଗାଡୋଟ୍‌ଙ୍କୁ ଜଣାଇଥିଲେ। ରିପୋର୍ଟ ଅନୁଯାୟୀ, ଆଲିଆ କହିଛନ୍ତି- ପ୍ରଥମ ୩ ମାସ ପର୍ଯ୍ୟନ୍ତ ଗର୍ଭଧାରଣ ବିଷୟରେ କାହାକୁ କୁହନ୍ତି ନାହିଁ, କିନ୍ତୁ ମୁଁ ଗାଲ୍‌ ଗାଡୋଟ୍‌ଙ୍କ ଉପରେ ବିଶ୍ୱାସ କରିଥିଲି।

ଯେତେବେଳେ ମୁଁ ଗାଡୋଟ୍‌ଙ୍କୁ ଗର୍ଭଧାରଣ ଖବର ଦେଲି ସେ ଏତେ ଉତ୍ସାହିତ ଏବଂ ଖୁସି ଥିଲେ। ଏହା ପରେ ସେ ମୋର ଯତ୍ନ ନେଇଥିଲେ। ମୋତେ ହାଇଡ୍ରେଟ ରହିବାକୁ ଟିପ୍ସ ଦେଇଥିଲେ, ଯାହା ବହୁତ ସାହାଯ୍ୟ କରିଥିଲା। ଏହା ବ୍ୟତୀତ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ଟମ୍‌ ହାରପର୍‌ ମୋ ଗର୍ଭଧାରଣ ବିଷୟରେ ଜାଣିବା ମଧ୍ୟ ଆବଶ୍ୟକ ଥିଲା। ସମସ୍ତେ ମୋତେ ବହୁତ ଭଲ ସମର୍ଥନ କରିଥିଲେ ଏବଂ ଏହା ମୋତେ ଆରାମଦାୟକ ଅନୁଭବ କରିଥିଲା ବୋଲି ଆଲିଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୦ ଟଙ୍କାରେ ୫ ଘଣ୍ଟା ମଜା ଉଠାଇବେ ପର୍ଯ୍ୟଟକ: ପୁଣି ଖୋଲିଲା ଭଞ୍ଜନଗର ୱାଟର ପାର୍କ

ଭଞ୍ଜନଗର,୧୬।୪(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଜଳସେଚନ ବିଭାଗ ଦ୍ୱାରା ପରିଚାଳିତ ରାଜ୍ୟର ଏକ ମାତ୍ର ସରକାରୀ ୱାଟର ପାର୍କ ପୁଣି ଗୁରୁବାରଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି। ରାଜ୍ୟର…

୧୩ ରାଜ୍ୟରେ ପ୍ରବଳ ଗରମ ସତର୍କତା: ଜାଣନ୍ତୁ ଏହି ସପ୍ତାହରେ ସାରା ଦେଶରେ ପାଗ କିପରି ରହିବ…

ନୂଆଦିଲ୍ଲୀ,୧୬।୪: IMD ଅନୁଯାୟୀ, ଉତ୍ତର-ପଶ୍ଚିମ ଭାରତରେ ପଶ୍ଚିମା ପବନ ସହିତ ଏକ ପଶ୍ଚିମା ଝଡ ସକ୍ରିୟ ଅଛି। ଏପ୍ରିଲ ୧୬ ତାରିଖ ରାତିରେ ଏକ ନୂତନ କିନ୍ତୁ…

ସଂସଦରେ ୩ ବିଲ୍‌ ଆଗତ: ଅମିତ ଶାହା-ଅଖିଳେଶ କଥା କଟାକଟି

ନୂଆଦିଲ୍ଲୀ,୧୬।୪: ମହିଳା ସଂରକ୍ଷଣ ଆଇନରେ ସଂଶୋଧନ ବିଚାର ଏବଂ ପାସ କରିବା ପାଇଁ ସଂସଦର ତିନି ଦିନିଆ ସ୍ବତନ୍ତ୍ର ଅଧିବେଶନର ପ୍ରଥମ ଦିନରେ ଗୁରୁବାର କେନ୍ଦ୍ର ସରକାର…

ଟ୍ରମ୍ପଙ୍କୁ ନୂଆ ଧମକ ଦେଲା ଇରାନ, ଆମେରିକୀୟ ଜାହାଜକୁ ବୁଡ଼ାଇ….

ତେହରାନ୍‌,୧୬।୪: ଇସଲାମାବାଦରେ ଇରାନ ସହିତ ଆଲୋଚନା ବିଫଳ ହେବା ପରେ, ଆମେରିକା ଆରବ ଏବଂ ଓମାନ ଉପସାଗର ଅଞ୍ଚଳରେ ଥିବା ଇରାନ ବନ୍ଦରଗୁଡ଼ିକରେ ପ୍ରବେଶ କରୁଥିବା କିମ୍ବା…

CSKକୁ ବଡ଼ ଝଟ୍‌କା: IPL 2026ରୁ ବାଦ୍‌ ପଡ଼ିଲେ ଏହି ଖେଳାଳି

ନୂଆଦିଲ୍ଲୀ,୧୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଆଉ ଜଣେ ଖେଳାଳି IPL 2026ରୁ ବାଦ ପଡ଼ିଛନ୍ତି। ଷ୍ଟାର ଫାଷ୍ଟ ବୋଲର ଖଲିଲ ଅହମ୍ମଦଙ୍କୁ ଆଘାତ ଯୋଗୁ ଚଳିତ ସିଜିନରୁ…

୨ ଦିନ ହେବ ଛାତ୍ରାବାସ ଆସିଥିଲେ ପ୍ରଶାନ୍ତ: ଆଜି ମିଳିଲା ମୃତଦେହ, ଖେଳିଗଲା ଚାଞ୍ଚଲ୍ୟ

ନବରଙ୍ଗପୁର,୧୬।୪(ସଦାଶିବ ପ୍ରହରାଜ): ଛାତ୍ରାବାସରୁ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ଥିବାବେଳେ ଏହାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ…

ଗାଁ ଗାଁରେ ବଢୁଛି କୋଚିଙ୍ଗ ସେଣ୍ଟର: ସରକାରୀ ନିୟମକୁ ଫୁ’

କୃଷ୍ଣପ୍ରସାଦ,୧୬।୪(କୈଳାଶ ଚନ୍ଦ୍ର ପଟ୍ଟନାୟକ): ଶିକ୍ଷାର ବିକାଶ ପାଇଁ ସରକାର ତତ୍ପର ହୋଇ ଉଠିଛନ୍ତି। ଆଧୁନିକ ଶିକ୍ଷାର ଉନ୍ନତୀକରଣ ପାଇଁ ସର୍ବଭାରତୀୟସ୍ତରରେ ଆରମ୍ଭ ହୋଇଛି ଉଦ୍ୟମ। ଏଥିପାଇଁ ଚଳିତବର୍ଷ…

ଟ୍ରମ୍ପଙ୍କ ତେଲ କିଣିବାକୁ ନେଇ ରୋକ୍‌ ଭିତରେ ଭାରତକୁ ବଡ଼ ଅଫର୍‌ ଦେଲା ରୁଷିଆ, ଏଣିକି ପେଟ୍ରୋଲ-ଏଲପିଜିରେ…

ନୂଆଦିଲ୍ଲୀ,୧୬।୪: ଭାରତରେ ରୁଷର ରାଷ୍ଟ୍ରଦୂତ ଡେନିସ ଆଲିପୋଭ ସମ୍ପ୍ରତି ଭାରତ-ରୁଷ ସମ୍ପର୍କ, ପ୍ରତିରକ୍ଷା ସହଯୋଗ, ଶକ୍ତି ଯୋଗାଣ ଏବଂ ପରିବର୍ତ୍ତନଶୀଳ ବିଶ୍ୱ ଭୂ-ରାଜନୈତିକ ଦୃଶ୍ୟପଟ ସମ୍ପର୍କରେ ସ୍ପଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri