ଆଲିଆଙ୍କୁ ଘେରିଗଲେ ପ୍ରଶଂସକ, ରଣବୀର ସାଜିଲେ ବଡିଗାର୍ଡ

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର କପୁରଙ୍କ ଗର୍ଲଫ୍ରେଣ୍ଡ ଆଲିଆ ଭଟ୍ଟଙ୍କ ସହ ୩୯ ତମ ଜନ୍ମଦିନ ପାଳନ କରିବା ପରେ ବୁଧବାର ମୁମ୍ବାଇ ଫେରିଥିଲେ। ଦୁଇଜଣଙ୍କୁ ଯୋଧପୁର ଏୟାରପୋର୍ଟରେ ସ୍ପଟ୍‌ କରାଯାଇଥିଲା। ଏଠାରେ ଆଲିଆଙ୍କୁ ପ୍ରଶଂସକମାନେ ଘେରି ଯାଇଥିଲେ। ଏହି ସମୟର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ରଣବୀର ପ୍ରେମିକା ଆଲିଆଙ୍କୁ ସୁରକ୍ଷା ଦେଉଥିବା ନଜର ଆସିଛନ୍ତି। ଫଟୋଗ୍ରାଫର ଏବଂ ପ୍ରଶଂସକଙ୍କଠାରୁ ଆଲିଆଙ୍କୁ ଦୂରେଇ ରଖୁଛନ୍ତି ରଣବୀର।

ରଣବୀରଙ୍କ ଜନ୍ମଦିନରେ ଆଲିଆ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଥିଲେ। ଯେଉଁଥିରେ ସେ ରଣବୀରଙ୍କୁ ନିଜର ଲାଇଫ୍‌ ବୋଲି ଲେଖିଛନ୍ତି। ଫଟୋ ଶେୟାର କରି ଆଲିଆ କ୍ୟାପଶନ ଲେଖିଛନ୍ତି, ହାପି ବାର୍ଥ ଡେ ମାଇଁ ଲାଇଫ୍‌। ଏହା ସହ ସେ ଲାଲ୍‌ ରଙ୍ଗର ହାର୍ଟ ଇମୋଜି ବି ଦେଇଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଦୁହେଁ ଦୁହିଁଙ୍କ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ।

Share