ଆଲିଆଙ୍କୁ ଝିଅ ଦେଲେ ବିଜ୍‌ନେସ୍‌ ଆଇଡିଆ

ଅଭିନେତ୍ରୀ ଆଲିଆ ଭଟ୍ଟ ମା’ ହେବା ପରେ ଏବେ ଝିଅ ରାହା ସହ ସମୟ ବିତାଉଛନ୍ତି। ନିକଟରେ ସେ ତାଙ୍କ ଝିଅ ସମ୍ବନ୍ଧୀୟ କିଛି ରୋଚକ କଥା ଶେୟାର କରିଥିଲେ। ଆଲିଆ କହିଛନ୍ତି, ରାହା ଏବେ ବହୁତ ଛୋଟ। ମୁଁ ବହି ପଢିବାକୁ ପସନ୍ଦ କରେ ଏବଂ ଏହି ସମୟରେ ସେ ବହୁତ ଧ୍ୟାନର ସହ ଶୁଣେ। ରାହାଙ୍କର ଏହି ଗୁଣ ମୋତେ ଏକ ବ୍ୟବସାୟିକ ଆଇଡିଆ ଦେଇଛି। ଖୁବ୍‌ଶୀଘ୍ର ଭଉଣୀ ଶାହିନଙ୍କ ସହ ମିଶି ଏକ ଷ୍ଟୋରୀବୁକ୍‌ ଲଞ୍ଚ କରିବାକୁ ଯାଉଛନ୍ତି। ମୋର ଅନେକ ଆଇଡିଆ ଅଛି, କିନ୍ତୁ ମୁଁ ଭାଷାସ୍ତରରେ ବେଶୀ ଦକ୍ଷ ନୁହେଁ। ଏପରି ପରିସ୍ଥିତିରେ, ମୁଁ ଏକ କାହାଣୀ ଲେଖିପାରେ। ମୋ ଭଉଣୀ ଶାହିନ ନିଶ୍ଚିତ ଭାବରେ ଏହାର ଏକ ଅଂଶ ହେବେ।
ଆଲିଆ ଭଟ୍ଟ ଆହୁରି ପ୍ରକାଶ କରିଛନ୍ତି, ସେ ନଅଟି ପୁସ୍ତକ ବିଶିଷ୍ଟ ଏକ ସିରିଜ୍‌ ରିଲିଜ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ସିରିଜ୍‌ ଖୁସି, କରୁଣା ଏବଂ ଆଶା ପରି ସମସ୍ତ ଭାବନା ଉପରେ ଆଧାରିତ ହେବ।
ଆଲିଆ ଖୁବ ଶୀଘ୍ର ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାଣୀ’ରେ ନଜର ଆସିବେ। କରଣ ଜୋହରଙ୍କ ଏହି ଫିଲ୍ମରେ ରଣବୀର ସିଂଙ୍କ ସହ ଆଲିଆ ସ୍କ୍ରିନ ଶେୟାର କରିବେ।

Share