ପ୍ରେମିକଙ୍କୁ ମନେ ପକାଇ ଆଲିଆ ଚୋରି କଲେ ଏହି ଜିନିଷ

ମୁମ୍ବାଇ: ଆଲିଆ-ରଣବୀରଙ୍କ ପ୍ରେମ ସମ୍ପର୍କ ସମସ୍ତଙ୍କୁ ଜଣା। ବି-ଟାଉନରେ ଏହି ଯୋଡ଼ି ବେଶ୍‌ ସୁନ୍ଦର। ଆଲିଆ ଏକଥା କେବେ ଖୋଲି କହିନାହାନ୍ତି। ତଥାପି ଉଭୟ ଉଭୟଙ୍କ ପରିବାର ଲୋକଙ୍କ ସହ ସମୟ କାଟନ୍ତି। ଆଲିଆ-ରଣବୀରଙ୍କ ପ୍ରେମସମ୍ପର୍କ ପ୍ରଶଂସକଙ୍କ ହୃଦୟ ଜିତିଥାଏ।
ଅଭିନେତା ରଣବୀର କପୁରଙ୍କୁ ମନେ ପକାଇ ଅଭିନେତ୍ରୀ ଆଲିଆ ଭଟ୍ଟ ଏକ ଜିନିଷ ଚୋରି କରିଛନ୍ତି। ଏଥିରୁ ଦୁହେଁ ଦୁହିଁଙ୍କୁ କେତେ ଭଲ ପାଆନ୍ତି ଜଣାପଡ଼େ।

ରଣବୀରଙ୍କୁ ମନେ ପକାଇ ଆଲିଆ ଏକ ନୂଆ ପୋଷ୍ଟ ଶେୟାର କରିଛନ୍ତି, ଏଥିରେ ଲେଖିଛନ୍ତି, Awww… । ଏଥିରୁ ଆପଣ ବୁଝିଯିବେ ଦୁହେଁ ଦୁହିଁଙ୍କୁ କେତେ ଭଲ ପାଆନ୍ତି। ଆଲିଆ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ସେଲ୍‌ଫି ଶେୟାର କରିଛନ୍ତି ଏଥିରେ କ୍ୟାପଶନ ଲେଖିଛନ୍ତି, ମୁଁ ଯାହାକୁ ମନେ ପକାଉଛି, ତାଙ୍କ ଜିନିଷ ଚୋରି କରି ଆଣିଛି।

ଆଲିଆ ସିନା ଖୋଲି କହିନାହାନ୍ତି କାହାକୁ ମନେ ପକାଉଛନ୍ତି। ମାତ୍ର ତାଙ୍କ ଫଟୋରୁ ସ୍ପଷ୍ଟ ହେଉଛି ଏ ଟୋପିଟି ରଣବୀରଙ୍କର। ତେଣୁ ସେ ରଣବୀରଙ୍କୁ ହିଁ ମନେ ପକାଉଛନ୍ତି। ଆଲିଆଙ୍କ ଏହି ଫଟୋରେ ପ୍ରଶଂସକମାନେ ବେଶ୍‌ ହୃଦୟକୁ ଛୁଇଁଗଲା ପରି କମେଣ୍ଟ ସବୁ ଦେଇଛନ୍ତି।

Share