ଖ୍ରୀଷ୍ଟମାସ ଅପେକ୍ଷାରେ ଆଲିଆ, ଫଟୋ ଶେୟାର କରି କହିଲେ…

ମୁମ୍ବାଇ: ୨୦୨୨ ବର୍ଷ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର ଥିଲା। ତାଙ୍କ ଜୀବନରେ ସବୁଦିନ ପାଇଁ ସ୍ମରଣୀୟ ମୁହୂର୍ତ୍ତ ଦେଇ ଏହି ବର୍ଷ ଚାଲିଛି। ଏହି ବର୍ଷ ସେ ‘ଗଙ୍ଗୁବାଇ କାଠିଆଓ୍ବାଡି’, ‘ଆର୍‌ଆର୍‌ଆର୍‌’ ‘ଡାର୍ଲିଙ୍ଗ୍ସ’ ଏବଂ ‘ବ୍ରହ୍ମାସ୍ତ୍ର’ ଭଳି ହିଟ୍‌ ଫିଲ୍ମ ଦେଇଥିଲେ। ତାଙ୍କ ଅଭିନୟ ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି। କେବଳ ଏତିକି ନୁହେଁ, ସେ ଚଳିତ ବର୍ଷ ତାଙ୍କର ପ୍ରଥମ ହଲିଉଡ୍‌ ପ୍ରୋଜେକ୍ଟର ଶୁଟିଂ ମଧ୍ୟ ଶେଷ କରିଥିଲେ। ସେ ଏହି ଫିଲ୍ମରେ ଗାଲ ଗାଡୋଟ୍‌ଙ୍କ ସହ ‘ହାର୍ଟ ଅଫ୍‌ ଷ୍ଟୋନ୍‌’ରେ କାମ କରୁଥିବା ନଜର ଆସିଥିଲେ। ଏହି ବର୍ଷ ସେ ରଣବୀର କପୁରଙ୍କୁ ବିବାହ କରିଥିଲେ ଏବଂ ଗତ ମାସରେ ତାଙ୍କର ଏକ ଶିଶୁ କନ୍ୟା ବି ଜନ୍ମ ହୋଇଛନ୍ତି। ସେ ବର୍ତ୍ତମାନ ଝିଅ ସହିତ ଖୁସିର ମୁହୂର୍ତ୍ତ ବିତାଉଛନ୍ତି। ଆଲିଆ ତାଙ୍କ ଝିଅର ନାଁ ରଖିଛନ୍ତି ରାହା।

ଝିଅ ହେବା ପରଠାରୁ ସେ ପ୍ରତ୍ୟେକ ରବିବାର ବିନା ମେକଅପ୍‌ ଲୁକ୍‌ ସହିତ ସୋସିଆଲ ମିଡିଆରେ ସେଲ୍‌ଫି ଶେୟାର କରୁଛନ୍ତି। ଆଜି ବି ସେ ପ୍ରଶଂସକଙ୍କ ପାଇଁ ଏକ ଫଟୋ ଶେୟାର କରିଛନ୍ତି। ଏଥିରେ ସେ ତାଙ୍କ ମନୋବଳ ବିଷୟରେ କହିଛନ୍ତି। ସେ କହିଛନ୍ତି, ସେ ବର୍ତ୍ତମାନ ଜିଙ୍ଗଲ ବେଲ୍ସ ଶୁଣୁଛନ୍ତି। ସେ ଲେଖିଛନ୍ତି, ‘ମୁଡ୍‌ … ବର୍ତ୍ତମାନ ଶୁଣୁଛି..’ ଆଉ ୮ ଦିନ ବାକି ଅଛି। ମା’ ହେବା ପରେ ଆଲିଆ ଏବଂ ତାଙ୍କ ଝିଅ ପାଇଁ ଏହା ପ୍ରଥମ ଖ୍ରୀଷ୍ଟମାସ ହେବ।

Share