ଏହି ବନ୍ଧୁଙ୍କ ସହ ବିକ୍‌ନୀ ପିନ୍ଧି ଫଟୋ ଶେୟାର କଲେ ଆଲିଆ,ଲେଖିଲେ ଏମିତି ବାର୍ତ୍ତା

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ଆଲିଆ ଭଟ୍ଟ ନିଜ ବୃତ୍ତିଗତ ଜୀବନ ସହିତ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଅନେକ ସମୟରେ ଚର୍ଚ୍ଚାକୁ ଆସିଥାନ୍ତି। ଏଥିପାଇଁ ସମସ୍ତ ପ୍ରଶଂସକଙ୍କ ନଜର ସବୁବେଳେ ଆଲିଆଙ୍କ ଉପରେ ହିଁ ଥାଏ। କେବେ ଜିମ୍‌ ବାହାରେ, କେବେ ବିମାନବନ୍ଦର ବାହାରେ ତ ଆଉ କେବେ ଇନଷ୍ଟାଗ୍ରାମରେ ଫଟୋ ଶେୟାର କରି ସେ ଚର୍ଚ୍ଚାକୁ ଆସିଥାନ୍ତି। ଏହାବ୍ୟତୀତ ଆଲିଆ-ରଣବୀର କପୁରଙ୍କ ସହ ପ୍ରେମସମ୍ପର୍କକୁ ନେଇ ମଧ୍ୟ ଅନେକ ସମୟରେ ଚର୍ଚ୍ଚା ଜୋର୍‌ ହୁଏ। ଉଭୟଙ୍କୁ ବିଭିନ୍ନ ସମୟରେ ଏକାଠି ଦେଖିବାକୁ ମିଳେ। ତେବେ ଆଲିଆ ବର୍ତ୍ତମାନ ଏମିତି ଏକ ଫଟୋ ଶେୟାର କରିଛନ୍ତି, ଯାହା ଦେଖି ପ୍ରଶଂସକମାନେ ମଧ୍ୟ ନଜର ହଟାଇ ପାରୁନାହାନ୍ତି।

ଆଲିଆ ତାଙ୍କ ଇନ୍‌ଷ୍ଟାଗ୍ରାମରେ ନିଜର ଏକ ଗ୍ଲାମରସ୍‌ ଫଟୋ ଶେୟାର କରିଛନ୍ତି। ଆଲିଆଙ୍କ ଏହି ଫଟୋ ଏବେର ନୁହେଁ, ଯେତେବେଳେ ସେ ଛୁଟି ପାଇଁ ମାଳଦ୍ୱୀପ ଯାଇଥିଲେ ସେହିଦିନର। ଫଟୋରେ ଦେଖିବେ ଆଲିଆ ତାଙ୍କର ଜଣେ ବନ୍ଧୁଙ୍କ ସହ ବିକ୍‌ନୀ ପିନ୍ଧି ସମୁଦ୍ର କୂଳରେ ବସିଛନ୍ତି। ଏହି ଫଟୋରେ ତାଙ୍କ ହସ ପ୍ରଶଂସକଙ୍କୁ ଏକପ୍ରକାର ପାଗଳ କରିଦେଉଛି।

ଫଟୋରେ ଆଲିଆ-ଆକାଂକ୍ଷାଙ୍କ ସହ ବସିଥିବା ନଜର ଆସିଛନ୍ତି।ଫଟୋ ଶେୟାର କରି ଆଲିଆ ଆକାଂକ୍ଷାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଆଲିଆ ଲେଖିଛନ୍ତି, ‘ହାପି ବାର୍ଥ ଡେ ମାଇଁ ୟୁନିଭର୍ସ। ଆଲିଆଙ୍କ ଏହି ପୋଷ୍ଟରୁ ଏହା ସ୍ପଷ୍ଟ ହୋଇଛି ଯେ ଆଲିଆ ଏବଂ ଆକାଂକ୍ଷାଙ୍କ ଘନିଷ୍ଠତା କେତେ। ଫଟୋରେ, ଯେଉଁଠାରେ ଆଲିଆ ଏକ ଗୋଲାପୀ ରଙ୍ଗର ଷ୍ଟ୍ରାପ୍‌ ବିକ୍‌ନୀ ପିନ୍ଧିଛନ୍ତି। ତାଙ୍କ ବାନ୍ଧବୀ ବାଇଗଣୀ ରଙ୍ଗର ବିକ୍‌ନୀ ପିନ୍ଧିଛନ୍ତି। ପ୍ରଶଂସକମାନେ ମଧ୍ୟ ଏହି ଫଟୋକୁ ଖୁବ୍‌ ପସନ୍ଦ କରିଛନ୍ତି। ମାତ୍ର କିଛି ସମୟ ମଧ୍ୟରେ ଏହି ଫଟୋକୁ ୮ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।

Share