ଏହି ବନ୍ଧୁଙ୍କ ସହ ବିକ୍‌ନୀ ପିନ୍ଧି ଫଟୋ ଶେୟାର କଲେ ଆଲିଆ,ଲେଖିଲେ ଏମିତି ବାର୍ତ୍ତା

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ଆଲିଆ ଭଟ୍ଟ ନିଜ ବୃତ୍ତିଗତ ଜୀବନ ସହିତ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଅନେକ ସମୟରେ ଚର୍ଚ୍ଚାକୁ ଆସିଥାନ୍ତି। ଏଥିପାଇଁ ସମସ୍ତ ପ୍ରଶଂସକଙ୍କ ନଜର ସବୁବେଳେ ଆଲିଆଙ୍କ ଉପରେ ହିଁ ଥାଏ। କେବେ ଜିମ୍‌ ବାହାରେ, କେବେ ବିମାନବନ୍ଦର ବାହାରେ ତ ଆଉ କେବେ ଇନଷ୍ଟାଗ୍ରାମରେ ଫଟୋ ଶେୟାର କରି ସେ ଚର୍ଚ୍ଚାକୁ ଆସିଥାନ୍ତି। ଏହାବ୍ୟତୀତ ଆଲିଆ-ରଣବୀର କପୁରଙ୍କ ସହ ପ୍ରେମସମ୍ପର୍କକୁ ନେଇ ମଧ୍ୟ ଅନେକ ସମୟରେ ଚର୍ଚ୍ଚା ଜୋର୍‌ ହୁଏ। ଉଭୟଙ୍କୁ ବିଭିନ୍ନ ସମୟରେ ଏକାଠି ଦେଖିବାକୁ ମିଳେ। ତେବେ ଆଲିଆ ବର୍ତ୍ତମାନ ଏମିତି ଏକ ଫଟୋ ଶେୟାର କରିଛନ୍ତି, ଯାହା ଦେଖି ପ୍ରଶଂସକମାନେ ମଧ୍ୟ ନଜର ହଟାଇ ପାରୁନାହାନ୍ତି।

ଆଲିଆ ତାଙ୍କ ଇନ୍‌ଷ୍ଟାଗ୍ରାମରେ ନିଜର ଏକ ଗ୍ଲାମରସ୍‌ ଫଟୋ ଶେୟାର କରିଛନ୍ତି। ଆଲିଆଙ୍କ ଏହି ଫଟୋ ଏବେର ନୁହେଁ, ଯେତେବେଳେ ସେ ଛୁଟି ପାଇଁ ମାଳଦ୍ୱୀପ ଯାଇଥିଲେ ସେହିଦିନର। ଫଟୋରେ ଦେଖିବେ ଆଲିଆ ତାଙ୍କର ଜଣେ ବନ୍ଧୁଙ୍କ ସହ ବିକ୍‌ନୀ ପିନ୍ଧି ସମୁଦ୍ର କୂଳରେ ବସିଛନ୍ତି। ଏହି ଫଟୋରେ ତାଙ୍କ ହସ ପ୍ରଶଂସକଙ୍କୁ ଏକପ୍ରକାର ପାଗଳ କରିଦେଉଛି।

ଫଟୋରେ ଆଲିଆ-ଆକାଂକ୍ଷାଙ୍କ ସହ ବସିଥିବା ନଜର ଆସିଛନ୍ତି।ଫଟୋ ଶେୟାର କରି ଆଲିଆ ଆକାଂକ୍ଷାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଆଲିଆ ଲେଖିଛନ୍ତି, ‘ହାପି ବାର୍ଥ ଡେ ମାଇଁ ୟୁନିଭର୍ସ। ଆଲିଆଙ୍କ ଏହି ପୋଷ୍ଟରୁ ଏହା ସ୍ପଷ୍ଟ ହୋଇଛି ଯେ ଆଲିଆ ଏବଂ ଆକାଂକ୍ଷାଙ୍କ ଘନିଷ୍ଠତା କେତେ। ଫଟୋରେ, ଯେଉଁଠାରେ ଆଲିଆ ଏକ ଗୋଲାପୀ ରଙ୍ଗର ଷ୍ଟ୍ରାପ୍‌ ବିକ୍‌ନୀ ପିନ୍ଧିଛନ୍ତି। ତାଙ୍କ ବାନ୍ଧବୀ ବାଇଗଣୀ ରଙ୍ଗର ବିକ୍‌ନୀ ପିନ୍ଧିଛନ୍ତି। ପ୍ରଶଂସକମାନେ ମଧ୍ୟ ଏହି ଫଟୋକୁ ଖୁବ୍‌ ପସନ୍ଦ କରିଛନ୍ତି। ମାତ୍ର କିଛି ସମୟ ମଧ୍ୟରେ ଏହି ଫଟୋକୁ ୮ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri