ପୁଣି ଘୁଞ୍ଚିଲା ଆଲିଆ-ରଣବୀରଙ୍କ ବିବାହ!

ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବିବାହ ଚଳିତ ବର୍ଷ ଶେଷରେ ହେବ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଏବେ ଉଭୟଙ୍କ ପ୍ରଶଂସକଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ। ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି। ପୋଷ୍ଟରେ ଆଲିଆ-ରଣବୀର ନିଜ ବିବାହ ତାରିଖକୁ ଘୁଞ୍ଚାଇ ଦେଇଥିବା କୁହାଯାଇଛି। ଦୀପାବଳି ଅବସରରେ ଆଲିଆ ରଣବୀରଙ୍କ ସହ ଏକ ରୋମାଣ୍ଟିକ ଫଟୋ ଶେୟାର କରିଥିଲେ। ପ୍ରଶଂସକମାନେ ଭାବିଥିଲେ ଯେ ଉଭୟ ଶୀଘ୍ର ବିବାହ କରିବେ।
ଫଟୋଗ୍ରାଫର ଭାଇରାଲ ଭାୟାନି ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି। ଏହି ପୋଷ୍ଟ ମାଧ୍ୟମରେ ସେ କହିଛନ୍ତି, ରଣବୀର ଏବଂ ଆଲିଆ ବିବାହ ଆସନ୍ତା ବର୍ଷ ଏପ୍ରିଲ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏହି ପୋଷ୍ଟରେ ସେ ରଣଭୀର ଏବଂ ଆଲିଆ ଫଟୋର ଏକ କୋଲାଜ ହୋଇଛି। ଏଥିରେ ଲେଖା ଅଛି, ବିବାହ ୨୦୨୨ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏହି ପୋଷ୍ଟରୁ ଏହା ସ୍ପଷ୍ଟ ହୋଇଛି ଯେ ଚଳିତ ବର୍ଷ ରଣବୀର-ଆଲିଆଙ୍କ ବିବାହ ଏ ବର୍ଷ ହେବ ନାହିଁ। କିନ୍ତୁ ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କୁ ବର୍ଷ ଶେଷ ସୁଦ୍ଧା ବିବାହ କରିବେ ବୋଲି ପୋଷ୍ଟରେ କୁହାଯାଇଛି।

Share