Advertisement

କଥା ରଖିବେ କି ଆଲିଆ

ମୁମ୍ବାଇ: ବଲିଉଡ ନାୟିକା ଆଲିଆ ଭଟ୍ଟ ଓ ରଣବୀର କପୁର ଏକ କନ୍ୟା ସନ୍ତାନର ପ୍ୟାରେଣ୍ଟସ୍ ହୋଇଯାଇଛନ୍ତି । ରବିବାର ଆଲିଆ ଏକ କନ୍ୟା ସନ୍ତାନ ପ୍ରସବ କରିବା ପରେ କପୁର ଓ ଭଟ୍ଟ ପରିବାରରେ ଖୁସିର ଲହରି ଖେଳି ଯାଇଛି । କେବଳ ସେତିକି ନୁହେଁ ଏହି ଖବରକୁ ନେଇ ଆଲିଆ ଓ ରଣବୀରଙ୍କ ପ୍ରଶଂସକମାନେ ବି ବେଶ ଖୁସି ହୋଇଛନ୍ତି । ଏବେ ତାଙ୍କ ପ୍ରଶଂସକଙ୍କ ମନରେ ପ୍ରଶ୍ନ ଉଠିଯେ ଏମାନେ ତାଙ୍କ ଝିଅର ନାମ କ’ଣ ରଖିବେ । ତେବେ ଝିଅର ନାକ କ’ଣ ରଖିବେ ପୂର୍ବରୁ ଥରେ ଆଲିଆ ଏସମ୍ପର୍କରେ କଥା ହୋଇଥିବାରୁ ଏବେ ସେହି ନାଁକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହାସହ ଏବେ ସୋସିଆଲ ମିଡିଆରେ ଆଲିଆଙ୍କର କିଛି ଫଟୋ ଓ ଭିଡିଓ ବି ଭାଇରାଲ ହେବାରେ ଲାଗିଛି । ୟୂଜର୍ସ ଏହି କପୁଲଙ୍କ ପ୍ୟାରେଣ୍ଟସ୍ ହେବା ଖୁସିରେ ଶୁଭେଚ୍ଛା ଜଣାଉଛନ୍ତି ।
ସୂଚନାଯୋଗ୍ୟ, ୨୦୧୯ରେ ଫିଲ୍ମ ‘ଗଲି ବୟ’ର ପ୍ରମୋଶନ ପାଇଁ ଆଲିଆ ପହଞ୍ଚିଥିଲେ ଟେଲିଭିଜନର ପପୁଲାର ଡ୍ୟାନସ ରିୟଲିଟି ଶୋ’ ‘ସୁପର ଡ୍ୟାନ୍ସର ସିଜନ ୩’ରେ । ଶେୟାର ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି କି ଏହି ଶୋ’ରେ ଜଣେ କୁନି କଣ୍ଟେଷ୍ଟାଣ୍ଟ ଷ୍ଟେଜ ଉପରକୁ ଆସୁଛନ୍ତି ଆଉ ଆଲିଆ ତାଙ୍କୁ ତାଙ୍କ ନାଁ ପଚାରୁଛନ୍ତି । ଏହି ସମୟରେ ସେ ଆଲିଆଙ୍କ ନାଁର ସ୍ପେଲିଙ୍ଗ କହୁଛନ୍ତି ‘ଏଏଲଏମଏଏ’ ଅର୍ଥାତ୍ ଅଲମା । ଏହି ସ୍ପେଲିଙ୍ଗ ଶୁଣି ସେଠାରେ ଥିବା ସମସ୍ତ ଦର୍ଶକେ ହସି ଉଠିଛନ୍ତି । ହେଲେ ଅଲିଆ କହୁଛନ୍ତି ମୋ ଝିଅର ନାଁ ମୁଁ ‘ଆଲମା’ ରଖିବି ।
ଏବେ ଏହି ଭିଡିଓକୁ ନେଇ ଚର୍ଚ୍ଚା ହେଉଛି । କୁହାଯାଉଛି କି କଥା ରଖିବେ ତ ଆଲିଆ । ଅର୍ଥାତ୍ ଆଲିଆ କ’ଣ ସତରେ ତାଙ୍କ ଝିଅର ନାମ ଆଲମା ରଖିବେ ।


Enter your email to get our daily news in your inbox.

All Right Reserved By Dharitri.Com

୧୧ ବର୍ଷ ପୂର୍ବରୁ ନିଜ ଶିକ୍ଷକଙ୍କୁ ବିବାହ କରିଥିଲେ ଭୂମିକା

ମୁମ୍ବାଇ: ବଲିଉଡ୍‌ ମୁଭି ‘ତେରେ ନାମ’ରେ ରାତାରାତି ଷ୍ଟାର ପାଲଟି ଯାଇଥିବା ଭୂମିକା ଚାଓ୍ବଲା ଆଜି ବଡ ପରଦାଠାରୁ ଦୂରେଇ ରହିଛନ୍ତି କହିଲେ ଚଳେ। ବଲିଉଡ୍‌...

ବାହାଘର ପାଇଁ ଆସିଥିଲା ୩୦ ହଜାର ପ୍ରସ୍ତାବ !

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ହ୍ରିତିକ ରୋଶନ ନିଜର ବଳିଷ୍ଠ ଚେହେରା ପାଇଁ କେବଳ ଭାରତ ନୁହେଁ ବରଂ ସାରା ବିଶ୍ୱରେ ସୁନ୍ଦର ପୁରୁଷଙ୍କ ତାଲିକାରେ ଆସିଥାଆନ୍ତି।...

ବଲିଉଡ୍‌ରେ ଡେବ୍ୟୁ କରିବେ ଇସାବେଲ!

ମୁମ୍ବାଇ: ଏବେ ବଡ ପରଦାରେ ଧୁମ୍ ମଚେଇବାକୁ ଆସୁଛନ୍ତିି ବଲିଉଡ୍ ନାୟିକା କ୍ୟାଟ୍ରିନା କୈଫଙ୍କ ସାନ ଭଉଣୀ ଇସାବେଲେ କୈଫ । ଅଧିକାଂଶ ଦର୍ଶକଙ୍କ ନଜର...

ମାନୁଷୀଙ୍କ ପାଇଁ ସ୍ପେଶାଲ ୧୮ ନଭେମ୍ବର

ମୁମ୍ବାଇ: ବଲିଉଡ୍‌ର ନବଗତା ନାୟିକା ମାନୁଷୀ ଚ୍ଛିଲ୍ଲର ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତାଙ୍କ ପାଇଁ ୧୮ ନଭେମ୍ବର ବିଶେଷ ମହତ୍ୱ ରଖେ ବୋଲି...

ମା’ ହେବା ପରେ ସପ୍‌ନାଙ୍କୁ ଏମିତି କମେଣ୍ଟ କଲେ ଲୋକେ: ଜବାବ୍‌ ଦେଲେ ସ୍ବାମୀ

ନିଜର ନୃତ୍ୟ ଏବଂ ଗୀତ ଦ୍ୱାରା ସମଗ୍ର ବିଶ୍ୱରେ ପରିଚିତ ସପ୍‌ନା ଚୌଧୁରୀ ମାତୃତ୍ୱ ଲାଭ କରିଛନ୍ତି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି।...

କରିନାଙ୍କ ସହ ଯୋଡ଼ିକୁ ନେଇ ଏମିତି କହିଥିଲେ ଶାହିଦ; ଚକିତ ହୋଇଥିଲେ ପ୍ରଶଂସକ

ବମ୍ବେ: ଏକଦା ବଲିଉଡ୍‌ର ଚର୍ଚ୍ଚିତ ପ୍ରେମୀ ଯୁଗଳଙ୍କ ମଧ୍ୟରୁ ଗୋଟିଏ ଥିଲେ କରିନା କପୁର ଖାଁ ଏବଂ ଶାହିଦ କପୁର। ଚଳଚ୍ଚିତ୍ର ‘ଫିଦା’ ସେଟ୍‌ରୁ ଉଭୟଙ୍କ...

ଲୋକେ ଚାହିଁଲେ ୨୦୨୪ରେ ମଣ୍ଡିରୁ ନିର୍ବାଚନ ଲଢ଼ିବି: କଙ୍ଗନା ରାଣାଓ୍ବତ

ନୂଆଦିଲ୍ଲୀ,୨୯।୧୦: ରାଜନୀତିରେ ପ୍ରବେଶ କରିବାକୁ ମୁଁ ପ୍ରସ୍ତୁତ। ଯଦି ହିମାଚଳବାସୀ ଚାହିଁବେ ଏବଂ ଭାଜପା ଟିକେଟ ଦେବ, ତେବେ ସେ ମଣ୍ଡିରୁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ।...

ଗୀତ ଗାଇ, ପେଣ୍ଟିଂକରି ସମୟ ବିତାଉଛନ୍ତି ସଲମାନ୍‌

ସାରା ବିଶ୍ୱ ଏବେ କରୋରା ଭୟରେ। ଏଥିଲାଗି ଦେଶବ୍ୟାପୀ ହାଇଆଲର୍ଟ ଜାରି କରାଯିବା ସହ ବିଭିନ୍ନ କଟକଣା ଲଗାଯାଇଛି। କରୋନାକୁ ନେଇ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ପ୍ରାୟ...

Advertisement
Archives

Model This Week