ମହଙ୍ଗା ଗାଡି ଛାଡି ଅଟୋରେ ଯାତ୍ରା କଲେ ଆଲିଆ

ଆଜିକାଲି ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଶୁଟିଂରେ ବ୍ୟସ୍ତ ଅଛନ୍ତି। ନିକଟରେ ସେ ଏକ ଦାମୀ କାର ଛାଡି ଅଟୋ ଯାତ୍ରା କରୁଥିବାର ନଜର ଆସିଥିଲେ। ତାଙ୍କୁ ଅଟୋରୁ ଓହ୍ଲାଉଥିବାର ଦେଖି ପ୍ରଶଂସକଙ୍କ ଭିଡ ମଧ୍ୟ ଜମିଥିଲା। ଆଲିଆଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆଲିଆ କିଛି କାମ ପାଇଁ ଅଟୋରେ ଯାତ୍ରା କରିଥିଲେ। ଏହି ସମୟରେ ଆଲିଆ ଭଟ୍ଟ ଏକ ଧଳା ଟପ ଏବଂ ନୀଳ ଡେନିମ ଜିନ୍ସ ପିନ୍ଧିଥିବା ନଜର ଆସିଥିଲେ। ଏହି ସରଳ ଲୁକରେ ଆଲିଆ ଭଟ୍ଟ ବହୁତ ସୁନ୍ଦର ଦେଖାଯାଉଥିଲେ। ବଲିଉଡର ଏପରି ଅନେକ ତାରକା ଅଛନ୍ତି, ଯେଉଁମାନେ ସେମାନଙ୍କର ବିଳାସପୂର୍ଣ୍ଣ ଗାଡି ଛାଡି ବେଳେବେଳେ ସାଧାରଣ ଲୋକ ପରି ରିକ୍ସା ଏବଂ ଅଟୋରେ ଯାତ୍ରା କରନ୍ତି। ଏହି ତାଲିକାରେ ସାରା ଅଲି ଖାନଙ୍କ ନାମ ରହିଛି, ଅନେକ ଥର ସାରା ଅଟୋ ରିକ୍ସାରେ ଜିମକୁ ଯାଉଥିବାର ନଜର ଆସିଛନ୍ତି। ଏଥି ସହିତ ମଲାଇକା ଆରୋରା ମଧ୍ୟ ଅଟୋରେ ଅନେକ ଥର ନଜର ଆସିଛନ୍ତି।
ଆଲିଆ ଭଟ୍ଟ ଏବେ ବଡ଼ ବଡ଼ ପ୍ରୋଜେକ୍ଟରେ କାମ କରୁଛନ୍ତି। ଏଥିରେ ସଞ୍ଜୟ ଲୀଲା ଭନସାଲୀଙ୍କ ‘ଗାଙ୍ଗୁବାଇ କାଠିଆୱାଡି’, ଏସ ରାଜାମ ମୌଲିଙ୍କ ‘ଆରଆରଆର’ ଏବଂ ଆୟାନ ମୁଖାର୍ଜୀଙ୍କ ‘ବ୍ରହ୍ମାସ୍ତ୍ର’ ଭଳି ବଡ଼ ଫିଲ୍ମ ସାମିଲ ଅଛି।

Share