ମାଳଦ୍ୱୀପରେ ଛୁଟି କାଟୁଛନ୍ତି ଆଲିଆ

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ଆଲିଆ ଭ୍ରମଣ କରିବାକୁ ବହୁତ ଭଲ ପାଆନ୍ତି ଏବଂ ପ୍ରାୟତଃ ସେ ନିଜ ବ୍ୟସ୍ତବହୁଳ ସମୟରୁ ଛୁଟି ନେଇ ବୁଲିବାକୁ ବାହାରକୁ ଯାଆନ୍ତି। ରାଜସ୍ଥାନରେ ନୂଆ ବର୍ଷ ପାଳନ କରିବା ପରେ ଆଲିଆ ପୁଣି ବୁଲିବାକୁ ମାଳଦ୍ୱୀପରେ ପହଞ୍ଚିଛନ୍ତି। ଆଲିଆ ଏବେ ଶାହିନ ଭଟ୍ଟ, ଆକାଂକ୍ଷା ରଞ୍ଜନ କପୁର ଏବଂ ଅନୁଷ୍କା ରଂଜନ କପୁରଙ୍କ ସହ ମାଳଦ୍ୱୀପରେ ଛୁଟି କାଟୁଛନ୍ତି। ଇନଷ୍ଟାଗ୍ରାମରେ ନିଜର କିଛି ହଟ ଫଟୋ ଶେୟାର କରିଛନ୍ତି ଆଲିଆ। ଫଟୋ ସେ ବିକିନ୍‌ ପିନ୍ଧିଥିବା ନଜର ଆସିଛନ୍ତି। ଏବେ ଏହା ସୋସିଆଲ ମିଡିଆରେ ଫଟୋ ବହୁତ ଭାଇରାଲ ମହେଶ ଭଟ୍ଟଙ୍କ ନିର୍ଦ୍ଦେଶିତ ଫିଲ୍ମ ରୋଡ ଟୁରେ ଆଲିଆ ଭଟ୍ଟଙ୍କୁ ଶେଷଥର ପାଇଁ ଦେଖିବାକୁ ମିଳିଥିଲା। ତାଙ୍କ ବ୍ୟତୀତ ଆଦିତ୍ୟ ରୟ କାପୁର ଏବଂ ସଞ୍ଜୟ ଦତ୍ତ ଏହି ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ଫିଲ୍ମ ବକ୍ସ ଅଫିସ୍‌ରେ ଫ୍ଲପ ହୋଇଥିଲା। ଆଲିଆ ଭଟ୍ଟ ଖୁବଶୀଘ୍ର ରଣବୀର କପୁର, ଅମିତାଭ ବଚ୍ଚନ ଏବଂ ମୌନି ରୟଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ। ଏହା ବ୍ୟତୀତ ଆଲିଆଙ୍କୁ ଆର.ଆର. ରାଜାମୌଲିଙ୍କ ଆର୍‌ଆର୍‌ଆର୍‌ ଫିଲ୍ମରେ ଦେଖିବାକୁ ମିଳିବ।

Share