ସଞ୍ଜୟଙ୍କ ପ୍ରଶଂସାରେ ଆଲିୟା

ଆଲିୟା ଭଟ୍ଟଙ୍କ ମୁହଁରେ ଏବେ ସଞ୍ଜୟ ଲୀଲା ଭଁସାଲିଙ୍କ ପ୍ରଶଂସା। ଏହାର କାରଣ ହେଉଛି ସଞ୍ଜୟଙ୍କ ନିର୍ଦ୍ଦେଶନାରେ ନିର୍ମାଣାଧୀନ ହିନ୍ଦୀ ସିନେମା ‘ଗାଙ୍ଗୁବାଈ କାଠିୟାଓ୍ବାଡି’ ସିନେମାରେ ଆଲିୟା ନାୟିକା ସାଜିଛନ୍ତି। ଏବେ ସେ ଯୁଆଡେ ଯାଉଛନ୍ତି ସଞ୍ଜୟଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି। ‘ସଞ୍ଜୟ ଲୀଲା ଭଁସାଲିଙ୍କ ପରି ନାମୀ ନିର୍ଦ୍ଦେଶକଙ୍କ କ୍ୟାମ୍ପରେ କାମ କରିବା ଭାଗ୍ୟରେ ଥିଲେ ମିଳେ। ତାଙ୍କ ନିର୍ଦ୍ଦେଶିତ ପୂର୍ବ ସିନେମାଗୁଡିକୁ ମୁଁ ଅନେକ ଥର ଦେଖିଛି ଏବଂ ସେଥିରୁ ଅଭିନୟ ସମ୍ପର୍କରେ ଯାହା ଶିଖିଛି ତାହା ବର୍ଣ୍ଣନା କରିପାରିବି ନାହିଁ। ଏହି ଫିଲ୍ମର ଟାଇଟଲ ଭୂମିକାରେ ମୁଁ ଅଭିନୟ କରୁଛି। ପ୍ରଥମେ ଏହାକୁ କିପରି ତୁଲାଇବି ସେ ନେଇ ଦ୍ୱନ୍ଦ୍ୱରେ ପଡିଥିଲି। ହେଲେ ସଞ୍ଜୟଙ୍କ ଟିପ୍ସ ମୋ ମନରେ ବସା ବାନ୍ଧିଥିବା ସମସ୍ତ ସନ୍ଦେହକୁ ନିମିଷକ ମଧ୍ୟରେ ଦୂର କରିଦେଇଥିଲା। କରୋନା ପାଇଁ ଏହାର ଶୁଟିଂ ବନ୍ଦ ରହିଥିଲା। ଏହା ଖୁବ୍‌ଶୀଘ୍ର ଆରମ୍ଭ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଜଣାଇ ଦିଆଯାଇଛି। ପୁଣି ଗୋଟିଏ ରାଉଣ୍ଡ-ଅପ୍‌ରେ ଶୁଟିଂ ଶେଷ କରିବାକୁ ଯୋଜନା ରଖାଯାଇଛି। ଭବିଷ୍ୟତରେ ସଞ୍ଜୟଙ୍କ ନିର୍ଦ୍ଦେଶନାରେ କାମ କରିବାକୁ ମୋତେ ଅଫର ମିଳିଲେ ଆଦୌ ମନା କରିବି ନାହିଁ। ତେବେ ଏହି ଫିଲ୍ମଟି ଆଲିୟାଙ୍କ କ୍ୟାରିୟରକୁ କେତେ ମାଇଲେଜ ଦେଉଛି ତାହା ରିଲିଜ ପରେ ହିଁ ଜଣାପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ଘର ଛାଡ଼ିବେନି ସଲମାନ୍‌

ବମ୍ବେ: ବଲିଉଡ୍‌ର ତିନି ଖାନ୍‌ଙ୍କ ମଧ୍ୟରୁ ସଲମାନ୍‌ଙ୍କ ଲୋକପ୍ରିୟତା କାହିଁରେ କେତେ। ଏଯାଏ କୁଆଁରା ଥିବା ଏହି ଅଭିନେତାଙ୍କ ପୁରୁଷ ଅପେକ୍ଷା ମହିଳା ପ୍ରଶଂସକଙ୍କ ତାଲିକା...

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri