Categories: ଜାତୀୟ

ପ୍ରିୟଙ୍କା ଗାନ୍ଧୀଙ୍କ ପାଇଁ ପ୍ରଚାର କଲେ ଆଲିଆ

ଚଣ୍ଡିଗଡ଼,୬ା୧୧: ଅଭିନେତ୍ରୀ ଆଲିଆ ଭଟ୍ଟ କଂଗ୍ରେସ ପାଇଁ ନିର୍ବାଚନ ପ୍ରଚାର କରୁଛନ୍ତି। ଏହି କଥା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓଟି ହରିୟାଣା ରାଜ୍ୟର କଂଗ୍ରେସ ସେବାଦଳର ଅଧିକାରିକ ଟୁଇଟର ପେଜ୍‌ରେ ଶେୟାର କରାଯାଇଛି।

ଭିଡିଓରେ ଆଲିଆଙ୍କ ସହ ଅଭିନେତା ଅପାରଶକ୍ତି ଖୁରାନାଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଭିଡିଓରେ ଜଣେ ଯୁବତୀ ଆଲିଆଙ୍କୁ ପଚାରୁଛନ୍ତି ସ୍କୁଟର ସମ୍ପର୍କରେ କ’ଣ ଭାବୁଛନ୍ତି। ଏହା ପରେ ଆଲିଆ ହସିବା ସହ ହଁ ବି ମାରୁଛନ୍ତି। ଅପାରଶକ୍ତି ଏଥିରେ ଅପମାନିତ ହେଲା ପରି ଲାଗୁଛନ୍ତି। ତେଣୁ ଆଲିଆ ପ୍ରିୟଙ୍କାଙ୍କ ପ୍ରତିଶ୍ରୁତି ବିଷୟରେ ତାଙ୍କୁ ମନେ ପକାଉଛନ୍ତି।

Share