ବର୍ଲିନରେ ହେବ ଆଲିଆଙ୍କ ‘ଗଙ୍ଗୁବାଇ କାଠିଆଓ୍ବାଡି’ର ପ୍ରିମିୟର

ନୂଆଦିଲ୍ଲୀ,୧୬।୧୨: ଆସନ୍ତା ବର୍ଷ ଫେବୃୟାରୀରେ ହେବାକୁ ଥିବା ୭୨ତମ ବର୍ଲିନ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବରେ ସଞ୍ଜୟ ଲୀଲା ଭଂସାଲିଙ୍କ ‘ଗଙ୍ଗୁବାଇ କାଠିଆଓ୍ବାଡି’ର ପ୍ରିମିୟର ହେବ। ଏହି ଅନ୍ତର୍ଜାତୀୟ ଫିଲ୍ମ ଉତ୍ସବରେ ଏକମାତ୍ର ଭାରତୀୟ ଫିଲ୍ମ ଭାବେ ‘ଗଙ୍ଗୁବାଇ କାଠିଆଓ୍ବାଡି’ ପ୍ରଦର୍ଶିତ ହେବ। ଏ ନେଇ ଫିଲ୍ମ ମହୋତ୍ସବ ଆୟୋଜନକାରୀ ବୁଧବାର ଘୋଷଣା କରିଛନ୍ତି। ଏହା ଉପରେ ପତିକ୍ରିୟା ରଖି ଖୁସି ପ୍ରକାଶ କରିଛନ୍ତି ଫିଲ୍ମର ମୁଖ୍ୟ ଭୂମିକାରେ ଥିବା ଆଲିଆ ଭଟ୍ଟ। ତେବେ ଆଲିଆଙ୍କ ପାଇଁ ଏହା ନୂଆ ନୁହେଁ। ପୂର୍ବରୁ ତାଙ୍କ ଅଭିନୀତ ଫିଲ୍ମ ‘ଗଲି ବୟ’ର ପ୍ରିମିୟର ବର୍ଲିନ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବରେ ହୋଇଥିଲା।

Share