ଆଲିଆଙ୍କୁ ହଲିଉଡ ‘ସ୍ପଟଲାଇଟ ଆୱାର୍ଡ ୨୦୨୩’

ମୁମ୍ବାଇ: ବମ୍ପର କଲେକସନ ପରେ ଏବେ ଏସଏସ ରାଜମୌଳିଙ୍କ ମୁଭି ଆରଆରଆର ଆୱାର୍ଡସ ପାଇବାରେ ଲାଗିଛି । ହଲିଉଡ କ୍ରିଟିକ୍ସ ଆସୋସିଏଶନର ୨୦୨୩ ବର୍ଷର ଇଭେଣ୍ଟରେ ଏହି ଫିଲ୍ମ ଏକା ସାଙ୍ଗେ ୫ଟି ଆୱାର୍ଡ ନିଜ ନାଁରେ କରିଛି । ଆଲିଆ ଭଟ୍ଟଙ୍କୁ ଫିଲ୍ମ ଆରଆରଆର ପାଇଁ ସ୍ପଟଲାଇଟ ଆୱାର୍ଡରେ ସମ୍ମାନୀତ କରାଯାଇଛି । ସେମିତି ଜୁନିୟର ଏନଟିଆରଙ୍କୁ ବି ସ୍ପଟଲାଇଟ ଆୱାର୍ଡ ମିଳିଛି । ହଲିଉଡ କ୍ରିଟିକ୍ସ ଆସୋସିଏଶନର ଟୁଇଟର ହ୍ୟାଣ୍ଡେଲରୁ ଏହା ଜଣାପଡିଛି ।

ଅନ୍ୟପଟେ ଆଲିଆ ଓ ଜୁନିୟର ଏନଟିଆରଙ୍କୁ ଏହି ଟ୍ରଫି ପଠାଇବାକୁ ନେଇ ଅପଡେଟ ଦେଇ ଏଚସିଏର ଟୁଇଟର ହ୍ୟାଣ୍ଡେଲରେ ଲେଖାଯାଇଛି, ଆରଆରଆରର ପ୍ରଶଂସକ, ଆମେ ଆପଣଙ୍କ ସହ ଜୁନିୟର ଏନଟିଆର ଓ ଆଲିଆ ଭଟ୍ଟଙ୍କ ସହ ଆୱାର୍ଡ ଶେୟାର କରିବାକୁ ଚାହୁଁଛୁ, ଯାହାକୁ ଆମେ ଆସନ୍ତା ସପ୍ତାହରେ ପଠାଇଦେବୁ । ଆପଣ ସମସ୍ତଙ୍କର ଭଲ ପାଇବା ଓ ସପୋର୍ଟ ପାଇଁ ବହୁତ ବହୁତ ଧନ୍ୟବାଦ…ହଲିଉଡ କ୍ରିଟିକ୍ସ ଆସୋସିଏଶନ । ସୂଚନାଯୋଗ୍ୟ, ଏହି ଫିଲ୍ମର ଗୀତ ‘ନାଟୁ-ନାଡୁ’ ଓସ୍କାର ୨୦୨୩ରେ ବେଷ୍ଟ ସଙ୍ଗ ପାଇଁ ନୋମିନେଟ ହୋଇଛି । ଏହାର ଫଳାଫଳ ୧୨ ମାର୍ଚ୍ଚରେ ହେବ ।
ଫିଲ୍ମ ଆରଆରଆର ମାର୍ଚ୍ଚ ୨୦୨୨ରେ ରିଲିଜ୍ ହୋଇଥିଲା । ଏଥିରେ ରାମ ଚରଣ ଓ ଜୁନିୟର ଏନଟିଆର ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏଥିରେ ଆଲିଆ ଭଟ୍ଟ ରାମ ଚରଣଙ୍କ ପତ୍ନୀ ଭୂମିକାରେ ନଜର ଆସିଥିଲେ । ଏହା ବ୍ୟତୀତ ବଲିଉଡ କଳାକାର ଅଜୟ ଦେବଗନ ଫିଲ୍ମରେ କୈମିୟୋ କରିଥିଲେ । ବିଜନେସରେ ଫିଲ୍ମଟି ଅନେକ ରେକର୍ଡ ଭାଙ୍ଗିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ଦିଲ୍ଲୀରେ କନ୍ଧମାଳ ହଳଦୀର ଚାହିଦା: ଗୌରବ ବଢ଼ାଇଲେ ଦାରିଙ୍ଗବାଡ଼ିର ମହିଳା ଉଦ୍ୟୋଗୀ

ଦାରିଙ୍ଗବାଡ଼ି, ୩୦।୯ (ଅରୁଣ ସାହୁ): କନ୍ଧମାଳର ପାରମ୍ପରିକ ହଳଦୀକୁ ଜାତୀୟସ୍ତରରେ ପରିଚିତ କରାଇବା ଦିଗରେ ଆଉ ଏକ ପଦକ୍ଷେପ। ଦାରିଙ୍ଗବାଡ଼ି ବ୍ଲକର ମହିଳା ଉଦ୍ୟୋଗୀ ଝରଣା ସାହୁ…

ଏସିଆନ ଗେମ୍ସରେ ଚମତ୍କାର କଲେ ଭାରତୀୟ ତୀରନ୍ଦାଜ ଟିମ୍‌: ଚାଇନାକୁ ହରାଇ ରଚିଲେ ଇତିହାସ

ନୂଆଦିଲ୍ଲୀ,୩୦।୯: ୨୦୨୬ ଏସିଆନ ଗେମ୍ସରେ ଭାରତକୁ ମିଳିଛି ସପ୍ତମ ସ୍ବର୍ଣ୍ଣ ପଦକ। କମ୍ପାଉଣ୍ଡ ତୀରନ୍ଦାଜୀର ମହିଳା ଟିମ ଇଭେଣ୍ଟରେ ଭାରତ ଚାଇନାକୁ ୨୩୮-୨୩୪ ପଏଣ୍ଟରେ ପରାସ୍ତ କରି…

୬ ବର୍ଷ ପରେ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର: ଶ୍ରଦ୍ଧାଳୁଙ୍କ ସହ ପ୍ରବେଶ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୩୦ା୯(ଅଜିତ୍‌ କୁମାର ମହାନ୍ତି)ଦୀର୍ଘଦିନ ଧରି ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ମହାପ୍ରଭୁଙ୍କ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ବୁଧବାରଠାରୁ ଖୋଲିଛି। ପୂଜାର୍ଚ୍ଚନା ପରେ ୭ଟା ୪୫ ମିନଟ୍‌ରେ ସର୍ବସାଧାରଣଙ୍କ…

ଜିଲା ପାଠାଗାରରେ ମିଳୁନି ମୌଳିକ ସୁବିଧା: ସମସ୍ୟା ଭୋଗୁଛନ୍ତି ଛାତ୍ରୀଛାତ୍ର

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପାଠାଗାର ଅବ୍ୟବସ୍ଥିତଭାବେ ପଡ଼ି ରହିଛି। ଏଠାରେ ମୌଳିକ ସୁବିଧା ସୁଯୋଗ ମଧ୍ୟ ଅପହଞ୍ଚ ହୋଇ ପଡ଼ିଛି। ଏଭଳି ଅଭିଯୋଗ ନେଇ ପାଠାଗାରକୁ ନିୟମିତ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?