ଆଲିଆଙ୍କୁ ହଲିଉଡ ‘ସ୍ପଟଲାଇଟ ଆୱାର୍ଡ ୨୦୨୩’

ମୁମ୍ବାଇ: ବମ୍ପର କଲେକସନ ପରେ ଏବେ ଏସଏସ ରାଜମୌଳିଙ୍କ ମୁଭି ଆରଆରଆର ଆୱାର୍ଡସ ପାଇବାରେ ଲାଗିଛି । ହଲିଉଡ କ୍ରିଟିକ୍ସ ଆସୋସିଏଶନର ୨୦୨୩ ବର୍ଷର ଇଭେଣ୍ଟରେ ଏହି ଫିଲ୍ମ ଏକା ସାଙ୍ଗେ ୫ଟି ଆୱାର୍ଡ ନିଜ ନାଁରେ କରିଛି । ଆଲିଆ ଭଟ୍ଟଙ୍କୁ ଫିଲ୍ମ ଆରଆରଆର ପାଇଁ ସ୍ପଟଲାଇଟ ଆୱାର୍ଡରେ ସମ୍ମାନୀତ କରାଯାଇଛି । ସେମିତି ଜୁନିୟର ଏନଟିଆରଙ୍କୁ ବି ସ୍ପଟଲାଇଟ ଆୱାର୍ଡ ମିଳିଛି । ହଲିଉଡ କ୍ରିଟିକ୍ସ ଆସୋସିଏଶନର ଟୁଇଟର ହ୍ୟାଣ୍ଡେଲରୁ ଏହା ଜଣାପଡିଛି ।

ଅନ୍ୟପଟେ ଆଲିଆ ଓ ଜୁନିୟର ଏନଟିଆରଙ୍କୁ ଏହି ଟ୍ରଫି ପଠାଇବାକୁ ନେଇ ଅପଡେଟ ଦେଇ ଏଚସିଏର ଟୁଇଟର ହ୍ୟାଣ୍ଡେଲରେ ଲେଖାଯାଇଛି, ଆରଆରଆରର ପ୍ରଶଂସକ, ଆମେ ଆପଣଙ୍କ ସହ ଜୁନିୟର ଏନଟିଆର ଓ ଆଲିଆ ଭଟ୍ଟଙ୍କ ସହ ଆୱାର୍ଡ ଶେୟାର କରିବାକୁ ଚାହୁଁଛୁ, ଯାହାକୁ ଆମେ ଆସନ୍ତା ସପ୍ତାହରେ ପଠାଇଦେବୁ । ଆପଣ ସମସ୍ତଙ୍କର ଭଲ ପାଇବା ଓ ସପୋର୍ଟ ପାଇଁ ବହୁତ ବହୁତ ଧନ୍ୟବାଦ…ହଲିଉଡ କ୍ରିଟିକ୍ସ ଆସୋସିଏଶନ । ସୂଚନାଯୋଗ୍ୟ, ଏହି ଫିଲ୍ମର ଗୀତ ‘ନାଟୁ-ନାଡୁ’ ଓସ୍କାର ୨୦୨୩ରେ ବେଷ୍ଟ ସଙ୍ଗ ପାଇଁ ନୋମିନେଟ ହୋଇଛି । ଏହାର ଫଳାଫଳ ୧୨ ମାର୍ଚ୍ଚରେ ହେବ ।
ଫିଲ୍ମ ଆରଆରଆର ମାର୍ଚ୍ଚ ୨୦୨୨ରେ ରିଲିଜ୍ ହୋଇଥିଲା । ଏଥିରେ ରାମ ଚରଣ ଓ ଜୁନିୟର ଏନଟିଆର ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏଥିରେ ଆଲିଆ ଭଟ୍ଟ ରାମ ଚରଣଙ୍କ ପତ୍ନୀ ଭୂମିକାରେ ନଜର ଆସିଥିଲେ । ଏହା ବ୍ୟତୀତ ବଲିଉଡ କଳାକାର ଅଜୟ ଦେବଗନ ଫିଲ୍ମରେ କୈମିୟୋ କରିଥିଲେ । ବିଜନେସରେ ଫିଲ୍ମଟି ଅନେକ ରେକର୍ଡ ଭାଙ୍ଗିଛି ।


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri