ଏହି ଅଭିନେତାଙ୍କୁ ୨୦ଥର ଚାପୁଡା ମାରିଥିଲେ ଆଲିଆ

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ ବକ୍ସ ଅଫିସରେ ହିଟ୍‌ ହୋଇଛି। ଫିଲ୍ମକୁ ଦର୍ଶକ ବେଶ୍‌ ପ୍ରଶଂସା କରିଛନ୍ତି। ଟିଜର ରିଲିଜ ହେବା ପରଠାରୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ଏହି ଫିଲ୍ମରେ ଅଭିନେତା ଶାନ୍ତନୁ ମହେଶ୍ୱରୀ ଏବଂ ଆଲିଆ ଭଟ୍ଟଙ୍କ କେମେଷ୍ଟ୍ରକୁ ଦର୍ଶକ ପସନ୍ଦ କରୁଛନ୍ତି। ଫିଲ୍ମରେ ଏକ ଦୃଶ୍ୟ ପାଇଁ ଶାନ୍ତନୁଙ୍କୁ ଆଲିଆଙ୍କଠାରୁ ୨୦ ଥର ଚାପୁଡ଼ା ଖାଇବାକୁ ପଡିଥିଲା। ଏହି ଚାପୁଡ଼ା ଦୃଶ୍ୟର ୨୦ଟି ଟେକ୍‌ ନିଆଯାଇଥିଲା। ନିକଟରେ ଏକ ସାକ୍ଷାତକାରରେ ଶାନ୍ତନୁ ଏହାର ଖୁଲାସା କରିଛନ୍ତି। ଶାନ୍ତନୁ କହିଛନ୍ତି, ଆଲିଆ ଭଟ୍ଟ ମୋତେ ଜୋର୍‌ରେ ଚାପୁଡ଼ା ମାରିବାରେ ଅସମର୍ଥ ହୋଇଥିଲେ। ଏହା କରିବା ସେମାନଙ୍କ ପାଇଁ କଷ୍ଟସାଧ୍ୟ ହେଉଥିଲା, ଆମେ ପ୍ରାୟ ୨୦ଟି ଟେକ୍‌ ନେଇଥିଲୁ। ଆଲିଆ ଭଟ୍ଟଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ ପ୍ରଥମ ଦିନରେ ୧୦ କୋଟି ଟଙ୍କା ସଂଗ୍ରହ କରିଛି।

Share