ଜୁନିୟର ଏନଟିଆରଙ୍କୁ ସ୍ପେଶାଲ ଗିଫ୍ଟ ଦେଲେ ଆଲିଆ

ମୁମ୍ବାଇ: ଦକ୍ଷିଣ ଭାରତୀୟ ଫିଲ୍ମର ଆଗଧାଡିର ନାୟକ ଜୁନିୟର ଏନଟିଆର ଓ ରାମ ଚରଣଙ୍କ ଷ୍ଟାରର ମୁଭି ଆର ଆର ଆରରେ ବଲିଉଡ ନାୟିକା ଆଲିଆ ଭଟ୍ଟ ଏକ ମହତ୍ୱପୂର୍ଣ୍ଣ କ୍ୟାମିଓ ରୋଲରେ ନଜର ଆସିଥିଲେ । ଏହାପରଠାରୁ ଆଲିଆ ଓ ଜୁନିୟର ଏନଟିଆରଙ୍କ ମଧ୍ୟରେ ବନ୍ଧୁତା ବଢି ଯାଇଛି । ନିକଟରେ ଆଲିଆ ଏହାର ଏକ ପ୍ରମାଣ ଦେଇଛନ୍ତି । ଅସଲରେ ଆଲିଆ ଜୁନିୟର ଏନଟିଆରଙ୍କୁ ଏକ ସ୍ପେଶାଲ ଗିଫ୍ଟ ଦେଇଥିବା ଜଣାପଡିଛି । ଆଉ ଏହାର ସୂଚନା ଦେଇଛନ୍ତି ଜୁନିୟର ଏନଟିଆର ।
ସୋସିଆଲ ମିଡିଆରେ ଜୁନିୟର ଏନଟିଆର ଆଲିଆଙ୍କୁ ତାଙ୍କ ସ୍ପେଶାଲ ଗିଫ୍ଟ ପାଇଁ ଧନ୍ୟବାଦ ଦେଇଛନ୍ତି । ତେବେ ଏହି ଉପହାରଟି ଜୁନିୟର ଏନଟିଆରଙ୍କ ପିଲାମାନଙ୍କ ପାଇଁ ରହିଛି । ସେ ଲେଖିଛନ୍ତି ଧନ୍ୟବାଦ ଆଲିଆ ମୋ ପୁଅ ଅଭୟ ଓ ଭାର୍ଗବଙ୍କ ଚେହେରାରେ ସବୁଦିନ ପାଇଁ ହସ ଫୁଟାଇଥିବାରୁ । ଏବେ ମୁଁ ଅପେକ୍ଷା କରିଛି ମୋ ନାଁରେ ଏମିତି ବ୍ୟାଗ କେବେ ଆସିବ । ଆଉ ଏହାର ଉତ୍ତରରେ ଆଲିଆ ଲେଖିଛନ୍ତି, ହାଁ ହାହାହା., । ମୁଁ ପୁରା ଏଡ ବିୟରର ଏକ ବଞ୍ଚ କେବଳ ଆପଣଙ୍କ ପାଇଁ ତିଆରି କରିବି । ଆପ ସବସେ ପ୍ୟାରା ହୈ । ସୁକ୍ରିୟା ।

Share