ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ପାଇଲେ ଆଲିଆ, ଖାସ୍‌ ଦିନରେ ପିନ୍ଧିଲେ ବିବାହର ଶାଢ଼ି

ବମ୍ବେ: ଚଳଚ୍ଚିତ୍ର ‘ଗଙ୍ଗୁବାଈ କାଠିଆଓ୍ବାଡି’ ଲାଗି ୬୯ତମ ଜାତୀୟ ଫିଲ୍ମଫେୟାର ଆଓ୍ବାର୍ଡସ୍‌ରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଜିତିଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ। ଏନେଇ ମଙ୍ଗଳବାର ଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ସ୍ବାମୀ ତଥା ଅଭିନେତା ରଣବୀର କପୁରଙ୍କ ସହ ପହଞ୍ଚିଥିଲେ। ଏହି ସ୍ବତନ୍ତ୍ର ଦିନକୁ ଆହୁରୀ ଖାସ୍‌ କରିବା ଲାଗି ଆଲିଆ ନିଜ ବିବାହର ଶାଢ଼ିକୁ ବାଛିଥିଲେ। ଅଫ୍‌ ହ୍ବାଇଟ୍‌ ଶାଢ଼ିରେ ସେ ବହୁତ ସୁନ୍ଦର ଲାଗୁଥିଲେ। ଆଲିଆଙ୍କ ସହ କୃତି ସେନନ୍‌ ଫିଲ୍ମ ‘ମିମି’ ଲାଗି ଶ୍ରେଷ୍ଠ ଅଭିନେତ୍ରୀ ଭାବେ ମଧ୍ୟ ପୁରସ୍କାର ପାଇଛନ୍ତି।

୨୦୨୨ ଫେବୃୟାରୀ ୨୫ରେ ଆଲିଆଙ୍କ ଫିଲ୍ମ ‘ଗଙ୍ଗୁବାଈ କାଠିଆଓ୍ବାଡି’ ରିଲିଜ ହୋଇଥିଲା। ଏହାକୁ ସଞ୍ଜୟ ଲୀଲା ବନ୍‌ଶାଲୀ ନିର୍ଦ୍ଦେଶନା ଦେଇଥିଲେ। ଫିଲ୍ମରେ ଆଲିଆଙ୍କ ଚରିତ୍ର ବେଶ ମନଛୁଆଁ ଥିଲା। ଏହାର ଡାଏଲଗ୍‌ଠାରୁ ଆରମ୍ଭ କରି ଲୁକ୍‌ ଲାଗି ସେ ଚର୍ଚ୍ଚାରେ ରହିଥିଲେ। ଫିଲ୍ମଲାଗି ତାଙ୍କୁ ଏବେ ଜାତୀୟ ପୁରସ୍କାର ମିଳିବା ଯୋଗୁ ଅଭିନେତ୍ରୀ ଖୁସି ପ୍ରକାଶ କରିଛନ୍ତି। ରଣବୀର ମଧ୍ୟ ବିଶେଷ ମୂହୁର୍ତ୍ତକୁ କ୍ୟାମେରାରେ କଏଦ କରୁଥିବା ଦେଖାଯାଇଛି। ଫଟୋଗୁଡ଼ିକ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Share