ବିବାହ ପରେ ବଦଳିବ ସମ୍ପର୍କ: କରିନାଙ୍କ ଭାଉଜ ତ ତୈମୁରର ହେବେ ମାଇଁ

ବମ୍ବେ: ବିବାହ ପରେ ଯୋଡ଼ି ହୁଏ ଅନେକ ନୂଆ ସମ୍ପର୍କ। ସେଭଳି କିଛି ଘଟିବାକୁ ଯାଉଛି କପୁର ପରିବାରର ବୋହୂ ହେବାକୁ ଯାଉଥିବା ଆଲିଆ ଭଟ୍ଟଙ୍କ କ୍ଷେତ୍ରରେ। ଆସନ୍ତା ୧୪ରେ ରଣବୀର କପୁରଙ୍କ ହାତ ଧରିବେ ସେ। ଏଥିପାଇଁ ପ୍ରସ୍ତୁତି ଜୋରଦାର୍‌ରେ ଚାଲିଛି। ଶପିଂଠାରୁ ଆରମ୍ଭ କରି ବିଭିନ୍ନ ଉତ୍ସବ ଲାଗି ଅତିଥିମାନଙ୍କୁ ନିମନ୍ତ୍ରଣ କରାଯାଇସାରିଛି।

ରଣବୀରଙ୍କ ବିବାହ ଲାଗି ପରିବାରରେ ଖୁସିର ବାତାବରଣ ଖେଳିଯାଇଛି। ଶାଶୁ ନୀତୁ କପୁର, ନଣନ୍ଦ ରିଦ୍ଧିମା କପୁର ଆଲିଆଙ୍କୁ ସ୍ବାଗତ କରିବାକୁ ଅଣ୍ଟା ଭିଡିଛନ୍ତି।

ତେବେ ବିବାହ ପରେ ଆଲିଆ କେବଳ ରିଦ୍ଧିମାଙ୍କ ନୁହେଁ ବରଂ କରିସ୍ମା, କରିନା, ଅରମାନ, ଆଦର ଜୈନଙ୍କର ମଧ୍ୟ ଭାଉଜ ହୋଇଯିବେ। ତୈମୁର, ଜେହ୍‌, ସମାରା,କିଆନ, ସମାୟରାଙ୍କ ପାଇଁ ଆଲିଆ ମାଇଁ ହୋଇଯିବେ।

Share