ମାଆ ହେବା ପରେ ଖୁସି ଜାହିର କରି ପ୍ରଥମ ପୋଷ୍ଟ କଲେ ଆଲିଆ

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଅଭିନେତା ରଣବୀର କପୁର ମାତାପିତା ହୋଇଯାଇଛନ୍ତି । ତାଙ୍କ ଘରକୁ ଆସିଛି ଗୁଡ ନ୍ୟୁଜ । ଆଲିଆ ରବିବାର ସକାଳେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହାପରେ ସେ ତାଙ୍କ ଖୁସି ଜାହିର କରି ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ଏହି ସୂଚନା ଦେଇଛନ୍ତି । ଇନଷ୍ଟା ପୋଷ୍ଟରେ ଆଲିଆ ଲେଖିଛନ୍ତି, ଆମର ବେବି ଆସିଯାଇଛି ଓ ସେ କେତେ ମ୍ୟାଜିକାଲ ଗର୍ଲ, ଏବେ ଆମେ ବହୁତ ଖୁସି । ପ୍ୟାରେଣ୍ଟସ୍ ହେବା ପରେ ଆମେ ଖୁବ୍ ଏକ୍ସାଇଟେଡ ଅଛୁ । ଆଲିଆ ଓ ରଣବୀରଙ୍କ ପକ୍ଷରୁ ବହୁତ ସାରା ଭଲପାଇବା ।

ସୂଚନାଯୋଗ୍ୟ, ଆଲିଆ ରବିବାର ସକାଳ ପ୍ରାୟ ୮ଟା ୨୦ରେ ମୁମ୍ବାଇର ଏଚ.ଏନ. ରିଲାଏନ୍ସ ହସ୍ପିଟାଲରେ ଆଡମିଟ ହୋଇଥିଲେ । ଅଭିନେତ୍ରୀ ଦିନ ୧୨ଟା ୫ ମିନିଟରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ସେ ସମୟରେ ଆଲିଆଙ୍କ ସ୍ୱାମୀ ରଣବୀର କପୁର, ମାଆ ସୋନି ରାଜଦାନ ଓ ଶାଶୁ ନିତୁ କପୁର ହସ୍ପିଟାଲରେ ଉପସ୍ଥିତ ଥିଲେ । ଆଉ ଏହି ଖୁସି ଖବର ପାଇବା ପରେ ସମସ୍ତେ ଏକ୍ସାଇଟେଡ ହୋଇଯାଇଥିଲେ । ନିତୁ କପୁର ଇନଷ୍ଟାଗ୍ରାମରେ ତାଙ୍କ ଖୁସି ପ୍ରକାଶ କରି ଏକ ପୋଷ୍ଟ ଶେୟାର କରିଛନ୍ତି । ସେଥିରେ ଲେଖିଛନ୍ତି ଆଶୀର୍ବାଦ । ଏହାସହ ନିତୁ ଏକ ହାର୍ଟ ଇମୋଜି ବି ଶେୟାର କରିଛନ୍ତି ।
ଆଲିଆ ମା’ ହେବା ପରେ ତାଙ୍କ ଫ୍ୟାନ୍ସ ଖୁବ୍ ଏକ୍ସାଇଡେଟ ହୋଇଯାଇଛନ୍ତି । ସୋସିଆଲ ମିଡିଆରେ ଆଲିଆ ଭଟ୍ଟଙ୍କ ନାଁ ଟ୍ରେଣ୍ଡ କରୁଛି । ଫ୍ୟାନ୍ସ ଲଗାତାର ପୋଷ୍ଟ କରି ଚାଲିଛନ୍ତି । ଏହାସହ ଆଲିଆ ଓ ରଣବୀରଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ।
ସୂଚନାଯୋଗ୍ୟ, ଚଳିତବର୍ଷ ଏପ୍ରିଲ ୨୦୨୨ରେ ଏମାନେ ବିବାହ କରିଥିଲେ । ଏମାନଙ୍କ ବିବାହ ଖୁବ୍ ଚର୍ଚ୍ଚାରେ ଥିଲା । ବିବାହ ଏକ ପ୍ରାଇଭେଟ ସେରିମନିରେ ଶେଷ ହୋଇଥିଲା । କେବଳ ଫ୍ୟାମିଲି ମେମ୍ବର୍ସ ଓ ନିକଟ ସମ୍ପର୍କିୟ ଏଥିରେ ଯୋଗ ଦେଇଥିଲେ । ବିବାହର ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ବିବାହର କିଛିମାସ ମଧ୍ୟରେ ଆଲିଆ ଗୁଡ ନ୍ୟୁଜ ଦେଇଥିଲେ । ଏବେ ଏହି କପୁଲ ପ୍ୟାରେଣ୍ଟସ୍ ହୋଇଯାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କବାଡ଼ିରେ ଭାରତକୁ ଦ୍ୱିତୀୟ ସ୍ବର୍ଣ୍ଣ

ନାଗୋୟା,୨୬।୯: ମହିଳା ପରେ ଭାରତୀୟ ପୁରୁଷ କବାଡ଼ି ଦଳ ୨୦୨୬ ଏସୀୟ କ୍ରୀଡ଼ା ଫାଇନାଲରେ ଇରାନକୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଛି। ଏକ କଡ଼ା…

ମୁରବୀ ବିହୀନ ହୋଇପଡ଼ିଛି କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗ, ନିଯୁକ୍ତିର ୪ ମାସ ପରେ ବଦଳି

କର୍ଲାମୁଣ୍ଡା,୨୬ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ବଦଳି ପରେ ଏବେ ଶିକ୍ଷା ବିଭାଗ ମୁରବୀ ବିହୀନ ହୋଇପଡ଼ିଛି।…

ଶ୍ରୀଜିଉଙ୍କ ସୁନାବେଶ ପାଇଁ ତିଆରି ହେବ ନୂଆ ଅଳଙ୍କାର ସେଟ୍‌

ପୁରୀ, ୨୬।୫: ଶ୍ରୀଜିଉଙ୍କ ସୁନାବେଶ ପାଇଁ ନୂଆ ଅଳଙ୍କାର ସେଟ୍‌ ତିଆରି କରାଯିବ। ଏ ନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦନ ମିଳିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ…

କଳିଙ୍ଗା ଘାଟିରେ ପରିବହନ ମନ୍ତ୍ରୀ: ବିକଳ୍ପ ରାସ୍ତା ନିର୍ମାଣ ଓ ଘାଟି ରାସ୍ତା ମରାମତି ନେଇ ଅନୁଧ୍ୟାନ

ଭଞ୍ଜନଗର, ୨୬/୯ (ବାବୁଲା ପ୍ରଧାନ): ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିର ଦୁଇଟି ସ୍ଥାନରେ ଭୂସ୍ଖଳନ ହେବାରୁ ବିଗତ ୫ ଦିନ…

ସୁନିତା ଆହୁଜାଙ୍କୁ ନେଇ କୋମଲ ରାଣୀଙ୍କ ଚାଞ୍ଚଲ୍ୟକର ଦାବି; ‘ଯିଏ ତାଙ୍କ ସ୍ବାମୀଙ୍କ ହତ୍ୟା ପଛରେ ଥିଲେ…’: ଗୋବିନ୍ଦାଙ୍କ ସହ ଡେଟିଂକୁ ନେଇ…

ମୁମ୍ବାଇ,୨୬।୯: ବଲିଉଡ ଅଭିନେତା ଗୋବିନ୍ଦା ଦୀର୍ଘ ଦିନ ଧରି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି। ତାଙ୍କ ପତ୍ନୀ ସୁନିତା ଆହୁଜା ବାରମ୍ବାର ଗୋବିନ୍ଦାଙ୍କ ଅନ୍ୟ…

ଭୟଙ୍କର ଭୂସ୍ଖଳନ: ହଠାତ୍‌ ଧସିଲା ବଡ଼ବଡ଼ ପଥର ଖଣ୍ଡ, ମାଟି ଅତଡ଼ା

ବଞ୍ଚୋ,୨୬ା୯(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅଧୀନ ତରତରା ପଂଚାୟତ ବାହିଆବାରଦଣ୍ଡା ଅଞ୍ଚଳର ବାରହାଗାଡ଼ିଆ ନିକଟରେ ଶନିବାର ଏକ ଭୟାନକ ଭୂସ୍କଳନ ଘଟିଥିବା ଜଣାପଡ଼ିଛି। ହଠାତ୍‌ ମାଟି ଓ…

ସୂର୍ଯ୍ୟଙ୍କ ସବୁଠୁ ବଡ଼ ଗୋଚର: ତୁଳା ସମେତ ଏହି ୪ ରାଶିଙ୍କୁ ଅପାର ଧନଲାଭ, ଚାକିରିରେ ବଡ଼ ଅଫର୍‌

ବୈଦିକ ଜ୍ୟୋତିଷରେ ସୂର୍ଯ୍ୟଙ୍କୁ ଆତ୍ମବଳ, ପ୍ରତିଷ୍ଠା, ଅଧିକାର, ନେତୃତ୍ୱ ଏବଂ କ୍ୟାରିୟର ସମ୍ୱନ୍ଧିତ ଗ୍ରହ ଭାବେ ବିବେଚନା କରାଯାଏ। ୧୭ ଅକ୍ଟୋବର ୨୦୨୬ରେ ସୂର୍ଯ୍ୟ ରାଶି ପରିବର୍ତ୍ତନ…

ସଡ଼କ ଦୁର୍ଘଟଣାରେ ୨ ସ୍ବାସ୍ଥ୍ୟ ଅଧିକାରିଣୀ ଆହତ, ଡାକ୍ତରଖାନାରେ ପହଞ୍ଚି ସ୍ବାସ୍ଥ୍ୟାବସ୍ଥା ପଚାରିଲେ ଅଧୀକ୍ଷକ

ଛତ୍ରପୁର,୨୬ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଅଗସ୍ତି ନୂଆଗାଁ ନିକଟରେ ଶନିବାର ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରିଣୀ ଆହତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?