ମା’ ହେବା ପରେ ଏମିତି କହିଲେ ଆଲିଆ

ନିକଟରେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ମା’ ହୋଇଛନ୍ତି। ନିଜ କ୍ୟାରିୟରର ଶିଖରରେ ଥିବାବେଳେ ହଠାତ୍‌ ମା’ ହେବାକୁ ନିଷ୍ପତ୍ତି ନେଇ ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। କିନ୍ତୁ ଝିଅ ରାହାଙ୍କୁ ଜନ୍ମ ଦେଇ ସେ ଆଦୌ ଦୁଃଖିତ ନ ଥିବା କହିଛନ୍ତି।
ନିକଟରେ ଏକ ସାକ୍ଷାତକାରରେ ଆଲିଆ ବ୍ୟକ୍ତିଗତ ଜୀବନ ଏବଂ ନିଷ୍ପତ୍ତି ବିଷୟରେ ଅନେକ ଖୁଲାସା କରିଥିଲେ। କାର୍ଯ୍ୟ ଏବଂ ବ୍ୟକ୍ତିଗତ ବିଷୟ ଉପରେ ନିଷ୍ପତ୍ତି ନେବା ପୂର୍ବରୁ କେବଳ ତାଙ୍କ ହୃଦୟ କଥା ଶୁଣନ୍ତି ଆଲିଆ। କ୍ୟାରିୟରର ଶିଖରରେ ବିବାହ କରିବା ଏବଂ ସନ୍ତାନ ଜନ୍ମ ଦେବା ନିଷ୍ପତ୍ତି ସମ୍ପୂର୍ଣ୍ଣ ନିଜସ୍ବ ଥିଲା। ଏହା ମୋ କାମରେ ପରିବର୍ତ୍ତନ ଆଣିବ, ସେଥିପ୍ରତି ମୁଁ ଆଦୌ ଧ୍ୟାନ ଦେଇନାହିଁ। ମୁଁ କେବଳ ଜାଣିଥିଲି ଜୀବନରେ ସନ୍ତାନ ପ୍ରାପ୍ତି ନିଷ୍ପତ୍ତିରେ କଦାପି ଦୁଃଖିତ ହେବି ନାହିଁ। ଏହା ସ୍ବାଭାବିକ ଥିଲା। ଏହା ମୋର ସର୍ବଶ୍ରେଷ୍ଠ ନିଷ୍ପତ୍ତି। ତେଣୁ ମୁଁ ଏଥିରେ ବହୁତ ଖୁସି। ମୁଁ ମୋ କାମକୁ ବହୁତ ଗୁରୁତ୍ୱ ଦେଇଥାଏ, କିନ୍ତୁ ଏହା ବ୍ୟତୀତ , ମୁଁ ମୋ ଜୀବନକୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ମନେ କରେ ଏବଂ ମୁଁ ଦୁଇଟା ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଚାହେଁ। ହୃଦୟକୁ ଯାହା ଆସୁଛି ତାହା କରନ୍ତୁ ବୋଲି କୁହନ୍ତି ଆଲିଆ।
ଆଲିଆ ଭଟ୍ଟ ଅଭିନେତା ରଣବୀର କପୁରଙ୍କୁ ଡେଟ କରିବା ପରେ ୧୪ ଏପ୍ରିଲ ୨୦୨୨ରେ ବିବାହ କରିଥିଲେ। ବିବାହର ୭ ମାସ ପରେ ଆଳିଆ ମା’ ହେବାର ସୌଭାଗ୍ୟଲାଭ କରିଥିଲେ।

Share