ନୂଆବର୍ଷରେ ମହଙ୍ଗା ଡ୍ରେସ ପିନ୍ଧି ଚର୍ଚ୍ଚାରେ ଆଲିଆ

ମୁମ୍ବାଇ: ବଲିଉଡ ନାୟିକା ଆଲିଆ ଭଟ୍ଟ ନିକଟରେ ମା’ ହୋଇଥିବା ବେଳେ ଖୁବ୍ କମ୍ ସମୟ ମଧ୍ୟରେ ସେ ପୁଣିଥରେ ଗ୍ଲାମରସ ଲୁକରେ ନଜର ଆସିଛନ୍ତି । ଏଥର ସେ ଭିନ୍ନ ଢଙ୍ଗରେ ନୂଆ ବର୍ଷ ପାଳନ କରିଥିବା ବେଳେ ରବିବାର ସକାଳୁ ସୋସିଆଲ ମିଡିଆରେ ଏହାର କଛି ଫଟୋ ପ୍ରଶଂସକଙ୍କ ପାଇଁ ଶେୟାର କରିଛନ୍ତି । ଏଥିରେ ଆଲିଆ ଏକ ସିମ୍ପଲ ନାଇଟ ସୁଟ ଭଳି ଡ୍ରେସରେ ନଜର ଆସିଛନ୍ତି । ହେଲେ ଏବେ ଏହାର ଦାମ ଜାଣିବା ପରେ ଯେ କେହି ଚକିତ ହୋଇ ଯାଉଛନ୍ତି । ସୋସିଆଲ ମିଡିଆରେ ଏବେ ଏହି ଡ୍ରେସର ଦାମକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି ।
ଆଲିଆ ତାଙ୍କ ଅଫିସିୟାଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏହି ଫଟୋ ଶେୟାର କରିବା ପରେ ଏହାର ଚର୍ଚ୍ଚା ଖୁବ୍ ହେଉଛି । ସମସ୍ତେ ଏହି ସିମ୍ପଲ ଦେଖାଯାଉଥିବା ଡ୍ରେସର ଦାମ ଜାଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ସୂଚନଯୋଗ୍ୟ, ନୋ ଦେୟାର ଫ୍ୟାଶନ ଇନଷ୍ଟା ପେଜ ଆଲିଆ ନ୍ୟୁୟର ଇଭିନିଂରେ ପିନ୍ଧିଥିବା ଡ୍ରେସର ରିୟଲ ପ୍ରାଇସ ସମ୍ପର୍କରେ କହିଛି । ଏହା ଏକ ଭଲ ବ୍ରାଣ୍ଡର ଡ୍ରେସ । ଏହାର ଟପର ଦାମ ଭାରତୀୟ ମୁଦ୍ରାରେ ପ୍ରାୟ ୩୩ ହଜାର ୫୫୧ ହୋଇଥିବା ବେଳେ ଟ୍ରାଉଜରର ଦାମ ୪୧ ହଜାର ୯୮୪ ଟଙ୍କା ବୋଲି କୁହାଯାଉଛି । ସିମ୍ପଲ ଲାଗୁଥିଲେ ବି ଏହାର ଦାମ ସମସ୍ତଙ୍କୁ ଚମକାଇ ଦେଇଛି । ଡ୍ରେସଟି ପାଖାପାଖି ୭୫ ହଜାର ଟଙ୍କା । ଏହି ମହଙ୍ଗା ଡ୍ରେସ ପିନ୍ଧି ଅଭିନେତ୍ରୀ ତାଙ୍କ ପ୍ରଶଂସକଙ୍କୁ ନ୍ୟୁୟର ୱିଶ କରିଛନ୍ତି । ଏଥର ସେ ତାଙ୍କ ସ୍ୱାମୀ ରଣବୀରଙ୍କ ସହ ମିଶି ଖୁବ ଧୁମ ଧାମରେ ନୂଆବର୍ଷ ପାଳନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri