ବିବାହ ଶାଢ଼ି ପିନ୍ଧି ପୁରସ୍କାର ଗ୍ରହଣ କଲେ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସମେତ ଆଉ କେତେଜଣ ଅଭିନେତ୍ରୀ ଅଭିନେତା ଜାତୀୟ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ‘ଗଙ୍ଗୁବାଈ କାଠିଆୱାଡି’ ଚଳଚ୍ଚିତ୍ର ପାଇଁ ଆଲିଆଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ମିଳିଛି। ସେ ଦିଲ୍ଲୀର ବିଜ୍ଞାନ ଭବନରେ ମଙ୍ଗଳବାର ପହଞ୍ଚି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ। ତେବେ ଏହା ଆଲିଆଙ୍କ ପାଇଁ ବେଶ୍‌ ଖାସ୍‌ ହୋଇଥିବାବେଳେ ସେ ଏକ ସ୍ବତନ୍ତ୍ର ଶାଢ଼ି ପିନ୍ଧିଥିଲେ। ଉକ୍ତ ଶାଢ଼ିକୁ ସେ ତାଙ୍କ ବିବାହରେ ପିନ୍ଧିଥିଲେ। ସେ ମଥାରେ ଲାଲ ରଙ୍ଗର ଟିକିଲି, କେଶରେ ଧଳା ରଙ୍ଗର ଗୋଲାପଫୁଲ ଲଗାଇଥିବା ଫଟୋ ବେଶ୍‌ ଭାଇରାଲ ହେଉଛି। ପୁରସ୍କାର ବିତରଣ ଉତ୍ସବରେ ଆଲିଆ ସ୍ବାମୀ ରଣବୀର କପୁରଙ୍କ ସହ ନିଜରକୁ ଆସିଥିଲେ। ତେବେ ଆଲିଆ ସଞ୍ଜୟ ଲୀଲା ଭଂସାଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଗଙ୍ଗୁବାଈ କାଠିଆୱାଡି’ରେ ନିଜକୁ ଶ୍ରେଷ୍ଠ ଭାବେ ପ୍ରତିପାଦିତ କରିଥିଲେ। ଏହି ସିନେମା ୫ଟି ମୁଖ୍ୟ ବର୍ଗରେ ଜାତୀୟ ପୁରସ୍କାର ଜିତିଛି। ପ୍ରଶଂସକମାନେ ଫିଲ୍ମକୁ ବହୁ ଭଲପାଇବା ଦେଇଥିଲେ। ଆଲିଆ ୧୯୯୯ରୁ ତାଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ ଅନେକ ଚଳଚ୍ଚିତ୍ର ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଶେଷଥର ପାଇଁ ସେ ଇଂଲିଶ୍‌ ଫିଲ୍ମ ‘ହାର୍ଟ ଅଫ୍‌ ଷ୍ଟୋନ୍‌’ରେ ନଜରକୁ ଆସିଥିଲେ।

Share