ବିବାହର ୧୦ ଦିନ ପରେ ଖୁସି ଖବର ପାଇଲେ ଆଲିଆ

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁର ବିବାହ ପରେ ନିଜ କାମକୁ ଫେରିଛନ୍ତି। ରଣବୀର ରଶ୍ମିକା ମନ୍ଦନାଙ୍କ ସହ ‘ଆନିମଲ’ ଫିଲ୍ମର ଶୁଟିଂ ଆରମ୍ଭ କରିଥିବାବେଳେ ଆଲିଆ ମଧ୍ୟ ନିଜ ପ୍ରୋଜେକ୍ଟରେ କାମ କରୁଛନ୍ତି। ଫିଲ୍ମ ଗଙ୍ଗୁବାଇ କାଠିଆୱାଡିରେ ଜବରଦସ୍ତ ଅଭିନୟ ପରେ ଆଲିଆ ଭଟ୍ଟଙ୍କ ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି। ତାଙ୍କ ବଡ଼ ପ୍ରୋଜେକ୍ଟର ଅଫର୍‌ ମିଳୁଛି। ବିବାହର ୧୦ ଦିନ ପରେ ଆଲିଆ ଭଟ୍ଟଙ୍କ ପାଇଁ ଏକ ଖୁସି ଖବର ଆସିଛି।
ଆଲିଆ ଏକମାତ୍ର ଭାରତୀୟ ଏବଂ ଏସୀୟ ଅଭିନେତ୍ରୀ ଭାବେ ସେ ଇନଷ୍ଟାଗ୍ରାମର ଟପ ସିନେମା ଇନ୍‌ଫ୍ଲୁଏନ୍ସର ତାଲିକାରେ ସାମିଲ୍‌ ହୋଇଛନ୍ତି। ଇନଷ୍ଟାଗ୍ରାମର ସିନେମା ଇନ୍‌ଫ୍ଲୁଏନ୍ସର ଟପ୍‌-୫ ତାଲିକାରେ ଆଲିଆ ଚତୁର୍ଥ ସ୍ଥାନରେ ଅଛନ୍ତି। ଏହି ତାଲିକାରେ ହଲିଉଡ ଅଭିନେତ୍ରୀ ଜେଣ୍ଡାୟା ଏକ ନମ୍ବରରେ ଥିବାବେଳେ ଟମ ହଲାଣ୍ଡ ଦୁଇ ନମ୍ବରରେ, ୱିଲ ସ୍ମିଥ ତିନି ନମ୍ବରରେ ଏବଂ ଜେନିଫର ଲୋପେଜ ପଞ୍ଚମ ସ୍ଥାନରେ ଅଛନ୍ତି। ଏହି ତାଲିକାରେ ୧୩ତମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ‘ଆରଆରଆର’ ଏବଂ ‘ଗଙ୍ଗୁବାଇ କାଠିଆୱାଡି’ ରେ ଜବରଦସ୍ତ ଅଭିନୟ କରିବା ପରେ ଆଲିଆ ଖୁବଶୀଘ୍ର ହଲିଉଡ ଫିଲ୍ମ ‘ହାର୍ଟ ଅଫ ଷ୍ଟୋନ’ ରେ ଡେବ୍ୟୁ କରିବାକୁ ଯାଉଛନ୍ତି।

Share