ହଲିଉଡ୍‌ରେ ଡେବ୍ୟୁ କରିବେ ଆଲିଆ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ଦୀପିକା ପାଦୁକୋନଙ୍କ ପରେ ଏବେ ଆଲିଆ ଭଟ୍ଟ ମଧ୍ୟ ହଲିଉଡ୍‌ ଇଣ୍ଡଷ୍ଟ୍ରିରେ ପାଦ ଥାପିବାକୁ ଯାଉଛନ୍ତି। ବଲିଉଡ୍‌ରେ ନିଜର ଅଭିନୟ ଦ୍ୱାରା ଲୋକଙ୍କ ମନକୁ ମୋହିବା ପରେ ଏବେ ଆଲିଆ ହଲିଉଡ୍‌ରେ ନିଜର ଭାଗ୍ୟ ପରୀକ୍ଷାକୁ ଯାଉଛନ୍ତି। ସେଠାରେ ଦର୍ଶକ ତାଙ୍କର ଅଭିନୟର ଜଲଓ୍ବା ଦେଖିପାରିବେ। ନିକଟରେ ଆଲିଆ ଡବ୍ଲୁଏମ୍‌ଇ ନାମକ ଏକ ଅନ୍ତର୍ଜାତୀୟ ସଂସ୍ଥା ସହ ଚୁକ୍ତି ସ୍ବାକ୍ଷର କରିଛନ୍ତି। ଏବେ ଆଲିଆ ଡବ୍ଲୁଏମ୍‌ଇର ସଦସ୍ୟ ହୋଇସାରିଛନ୍ତି। ଏହି ସଂସ୍ଥା ଏମା ଷ୍ଟୋନ, ଗେଲ ଗଡୋଟ, ଓପରା ଓ୍ବିନଫ୍ରେ, ଚାର୍ଲିଜ୍‌ ଥେରନଙ୍କ ଭଳି ଅନେକ ଅନ୍ତର୍ଜାତୀୟ କଳାକାରଙ୍କୁ ପ୍ରତିନିଧିତ୍ୱ କରେ। ତେବେ ଏହି ଡିଲ୍‌କୁ ନେଇ ଆଲିଆ ବେଶ୍‌ ଅଛନ୍ତି ବୋଲି କହିଛନ୍ତି। ଏନେଇ ଇନ୍‌ଷ୍ଟାଗ୍ରାମ୍‌ରେ ସେ ଏକ ପୋଷ୍ଟ ଶେୟାର କରିଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ଆଲିଆ ଡବ୍ଲୁଏମ୍‌ଇର ଓ୍ବେଲକମ୍‌ ମେସେଜ୍‌ ସହ ଏକ ହାର୍ଟର ଇମୋଜି ଶେୟାର କରିଛନ୍ତି। ତେବେ ଆଲିଆଙ୍କ ଭଳି ହ୍ରିତିକ୍‌ ରୋଶନ ଓ ବିଦ୍ୟୁତ୍‌ ଜାମଓ୍ବାଲ ଭଳି ଅନେକ କଳାକାର ଭିନ୍ନ ଭିନ୍ନ ଏଜେନ୍ସି ସହ ଜଡ଼ିତ ଥିବା ଜଣାପଡ଼ିଛି।

Share