ମ୍ୟାଟରନିଟି କ୍ଲଦିଂ ବ୍ରାଣ୍ଡ ଲଞ୍ଚ କରିବେ ଆଲିଆ

ମୁମ୍ବାଇ: ବଲିଉଡ କୁଇନ ଆଲିଆ ଭଟ୍ଟ ଏବେ ମା’ ହେବାକୁ ଯାଉଛନ୍ତି । ଏହାକୁ ନେଇ ଆଲିଆ ଓ ରଣବୀର କପୁର ଖୁବ୍ ଖୁସି ଅଛନ୍ତି । ଯେବେଠାରୁ ସେ ମାଆ ହେବା କଥା ଘୋଷଣା କଲେଣି ସେବେଠାରୁ ତାଙ୍କର ଫ୍ୟାଶନ ଷ୍ଟାଇଲ ବି ବଦଳି ଯାଇଛି । କେତେବେଳ ଲଙ୍ଗ ତ ପୁଣି କେତେବେଳେ ସର୍ଟ ଡ୍ରେସରେ ନଜର ଆସିଛନ୍ତି ଆଲିଆ । ଏବେ ଆଲିଆ କହିଛନ୍ତି ମା’ ହେବାର ଅର୍ଥ ନୁହେଁ ଆପଣଙ୍କ ଷ୍ଟାଇଲ ବଦଳିଯିବ ।
ଏବେ ଏହାକୁ ନେଇ ଖୁବଶୀଘ ୍ରଆଲିଆ ଏକ ମ୍ୟାଟରନିଟି କ୍ଲଦିଂ ବ୍ରାଣ୍ଡ ଲଞ୍ଚ କରିବେ ବୋଲି ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି କହିଛନ୍ତି । କିଛିଦିନ ପୂର୍ବରୁ ଆଲିଆ ପିଲାମାନଙ୍କ ପାଇଁ ଏକ କ୍ଲଦିଂ ବ୍ରାଣ୍ଡ ଲଞ୍ଚ କରିଥିଲେ । ଆଉ ସେତେବେଳେ ତାଙ୍କୁ ସମସ୍ତେ ପ୍ରଶ୍ନ କରିଥିଲେ କି ତୁମର ତ କେହି ପିଲା ନାହାନ୍ତି । କିନ୍ତୁ ଏଥର ସେ ଯେଉଁ ମ୍ୟାଟରନିଟି କ୍ଲଦିଂ ବ୍ରାଣ୍ଡ ଲଞ୍ଚ କରିବାକୁ ଯାଉଛନ୍ତି ତାକୁ ନେଇ କେହି କିଛି ପ୍ରଶ୍ନ କରିବେ ନାହିଁ ବୋଲି ଆଲିଆ କହିଛନ୍ତି ।
ଆଲିଆ ଆହୁରି ମଧ୍ୟ କହିଛନ୍ତି, ଗର୍ଭବତୀ ହେବା ପରେ ମୋ ଶରୀରର ଆକାରରେ ପରିବର୍ତ୍ତନ ହୋଇଛି । ତେବେ ଏହାର ଅର୍ଥ ନୁହେଁ ଯେ ମୁଁ ମୋ ଫ୍ୟାଶନ ସେନ୍ସକୁ ଭୁଲି ଯାଇଛି । ସେଥିପାଇଁ ମୁଁ ମୋର ପର୍ସନାଲ ଷ୍ଟାଇଲ ବନେଇଛି । ମୁଁ ମୋର ପର୍ସନାଲ ଜିନ୍ସ ଓ ଶର୍ଟସରେ ଇଲାଷ୍ଟିକ ବ୍ୟବହାର କରିଛି । ଫଳରେ ମୋ ଟମିକୁ ବି କିଛି କଷ୍ଟ ହେବନାହିଁ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, କିଛି ବର୍ଷ ଡେଟ କରିବା ପରେ ଆଲିଆ ଭଟ୍ଟ ଓ ରଣବୀର କପୁର ୨୦୨୨ ଏପ୍ରିଲ ୧୪ରେ ବିବାହ କରିଛନ୍ତି ଆଉ ଏବେ ଏମାନେ ପ୍ୟାରେଣ୍ଟସ୍ ହେବାକୁ ଯାଉଛନ୍ତି ।

Share