ସାତଫେରା ବଦଳରେ ଚାରି ଫେରା ନେଲେ ଆଲିଆ-ରଣବୀର, କାରଣ କହିଲେ ଆଲିଆଙ୍କ ଭାଇ

ମୁମ୍ବାଇ: ଆଲିଆ ଭଟ୍ଟ ଏବଂ ରଣବୀର କପୁର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରଥମେ ଆଲିଆ ତାଙ୍କ ସୋସିଆଲ ମିଡିଆରେ ନିଜର ବିଶେଷ ଦିନର ଫଟୋ ଶେୟାର କରିଥିଲେ, ଯାହା ଖୁବ୍‌ ଭାଇରାଲ ହୋଇଥିଲା। ଦୁହିଁଙ୍କର ଫଟୋ ଦେଖିବା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥିବା ପ୍ରଶଂସକ ବହୁତ ଖୁସି ହୋଇଥିଲେ। ସବୁଠାରୁ କୌତୂହଳ ବିଷୟ, ଆଲିଆଙ୍କ ଭାଇ ରାହୁଲ କହିଛନ୍ତି, କପୁର ପରିବାର ସହିତ ବର୍ଷ ବର୍ଷ ଧରି ରହିଆସିଥିବା ଜଣେ ପଣ୍ଡିତଙ୍କ ଉପସ୍ଥିତିରେ ଆଲିଆ ଏବଂ ରଣବୀର ପରମ୍ପରା ଅନୁଯାୟୀ କେବଳ ଚାରି ରାଉଣ୍ଡ ଅର୍ଥାତ୍‌ ବେଦୀ ଚାରିପଟରେ ୭ ଥର ବଦଳରେ ୪ ଥର ବୁଲିଥିଲେ।

ଏକ ସାକ୍ଷାତକାରରେ ରାହୁଲ କହିଛନ୍ତି, ପଣ୍ଡିତ ପ୍ରତ୍ୟେକ ରାଉଣ୍ଡର ଗୁରୁତ୍ୱ ବର୍ଣ୍ଣନା କରିଛନ୍ତି। ଗୋଟିଏ ଧର୍ମ ପାଇଁ, ଗୋଟିଏ ପିଲାମାନଙ୍କ ପାଇଁ, ତେଣୁ ଏହା ବାସ୍ତବରେ କୌତୂହଳପୂର୍ଣ୍ଣ ଥିଲା। ଆମେ ଏକ ପରିବାରରୁ ଆସିଛୁ ଯେଉଁଠାରେ ଅନେକ ଧର୍ମର ଲୋକ ଅଛନ୍ତି, ତେଣୁ ମୁଁ ଏସବୁ ପୂର୍ବରୁ ଜାଣି ନ ଥିଲ। ତେଣୁ ମୋ’ ପାଇଁ ଏହା ବହୁତ ଆକର୍ଷଣୀୟ ଥିଲା ଆଲିଆ ଏବଂ ରଣବୀର ୭ ନୁହେଁ, ମାତ୍ର ୪ ଫେରା ନେଇଛନ୍ତି।

Share