ବିବାହ ପୂର୍ବରୁ ପ୍ରେମିକଙ୍କ ପଡୋଶୀ ହେବାକୁ ଏତିକି କୋଟି ଖର୍ଚ୍ଚ କଲେ ଆଲିଆ ଭଟ୍ଟ

ବଲିଉଡ୍‌ କପଲ ଆଲିଆ ଭଟ୍ଟ ଏବଂ ରଣବୀର କପୁର ଅନେକ ଦିନ ହେବ ରିଲେସନଶିପ୍‌ରେ ଅଛନ୍ତି। ସେମାନଙ୍କ ବିବାହକୁ ନେଇ ଅନେକ ସମୟରେ ଖବର ସାମ୍ନାକୁ ଆସୁଛି। ଚଳିତବର୍ଷ ସେମାନେ ବିବାହ କରିବେ ବୋଲି କିଛିଦିନ ପୂର୍ବେ ଶୁଣିବାକୁ ମିଳୁଥିଲା। ତେବେ ସେମାନଙ୍କ ବିବାହ କେବେ ହେଲେ ତାହା ତ କେବଳ ସମୟ ହିଁ କହିବ। ମାତ୍ର ଏବେ ଆଲିଆ ରଣବୀରଙ୍କ ବିଲ୍ଡିଂରେ ନିଜ ପାଇଁ ଏକ ଆପାର୍ଟମେଣ୍ଟ କିଣିଛନ୍ତି।
ଏକ ରିପୋର୍ଟ ଅନୁଯାୟୀ, ଆଲିଆ ବାନ୍ଦ୍ରା ପାଲି ହିଲସ୍ଥିତ ଏକ ବିଲ୍ଡିଂରେ ଆପାର୍ଟମେଣ୍ଟ କିଣିଛନ୍ତି। ଏହି ଆପାର୍ଟମେଣ୍ଟରେ ପୂର୍ବରୁ ପ୍ରେମିକ ରଣବୀର ରହୁଛନ୍ତି। ଆଲିଆଙ୍କ ଏହି ନୂଆ ଘର ୨୪୬୦ ସ୍କୋୟାର ଫୁଟ୍‌ ବିଶିଷ୍ଟ। ଏହି ବିଲ୍ଡିଂର ୭ମ ମହଲାରେ ରଣବୀର ରହୁଥିବା ବେଳେ ୫ମ ମହଲାରେ ଆଲିଆ ଘର କିଣିଛନ୍ତି। ଆଲିଆଙ୍କ ଏହି ନୂଆ ଘରର ମୂଲ୍ୟ ୩୨ କୋଟି ଟଙ୍କା ବୋଲି ଜଣାପଡ଼ିଛି। ବର୍ତ୍ତମାନ ଆଲିଆ ବଡ଼ ଭଉଣୀ ଶାହିନ ଭଟ୍ଟଙ୍କ ସହ ଜୁହୁସ୍ଥିତ ନିଜ ଘରେ ରହୁଛନ୍ତି। ଖୁବ୍‌ଶୀଘ୍ର ସେ ତାଙ୍କର ଏହି ନୂଆ ଘରକୁ ଶିପ୍ଟ କରିବେ ବୋଲି ଜଣାପଡିଛି।

Share