ଆଲିଆ ଖାଇଲେ ସାଦ

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ଘରକୁ ଖୁବ୍‌ଶୀଘ୍ର ନୂଆ ଅତିଥି ଆସିବେ। ଆଜିକାଲି ଆଲିଆ ଗର୍ଭଧାରଣ ସମୟକୁ ବେଶ୍‌ ଉପଭୋଗ କରୁଛନ୍ତି। ଉଭୟ ଦମ୍ପତି ଆଗାମୀ ସନ୍ତାନକୁ ନେଇ ବହୁତ ଉତ୍ସାହିତ ଦେଖାଯାଉଛନ୍ତି। ଆଜି ଅର୍ଥାତ୍‌ ବୁଧବାର ଆଲିଆଙ୍କ ସାଦଖିଆ ସମାରୋହ ଆୟୋଜନ କରାଯାଇଛି। ଏହି ବିଶେଷ ଅବସରରେ ରଣବୀରଙ୍କ ମା’ ନୀତୁ କପୁର ଏବଂ ଆଲିଆଙ୍କ ଭଉଣୀ ଶାହିନ ଭଟ୍ଟ ତାଙ୍କ ଘରେ ପହଞ୍ଚିଛନ୍ତି। ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଏହି ସମାରୋହ ତାଙ୍କ ମୁମ୍ବାଇସ୍ଥିତ ଘର ବାସ୍ତୁରେ ଅନୁଷ୍ଠିତ ହେଉଛି। ଭଟ୍ଟ ଏବଂ କପୁର ପରିବାର ବ୍ୟତୀତ ଭଭୟ କଳାକାରଙ୍କ ଘନିଷ୍ଠ ବନ୍ଧୁମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ରଣବୀରଙ୍କ ମା’, ଭଉଣୀ ରିଦ୍ଧିମା,ଜେଜେମା ନୀଲା ଦେବୀ ବି ତାଙ୍କ ଘରେ ପହଞ୍ଚିଛନ୍ତି। ଆଲିଆ ଏବଂ ରଣବୀର ଏପ୍ରିଲରେ ଏହି ଘରେ ହିଁ ବିବାହ କରିଥିଲେ।

ଏଥିସହିତ ଏହି ସ୍ପେଶାଲ କାର୍ଯ୍ୟକ୍ରମରେ କରୀନା କପୁର ଖାନ, କରିସ୍ମା କପୁର, ଆକାଂକ୍ଷା ରଂଜନ ସିଂ, ନଭ୍ୟା ନନ୍ଦ, ଶ୍ୱେତା ବଚ୍ଚନ, ଆରତି ଶେଟ୍ଟୀଙ୍କ ସମେତ ପିଲାଦିନର ବନ୍ଧୁମାନେ ବି ସାମିଲ ଅଛନ୍ତି।

ଏ ତ ଗଲା ଆଲିଆଙ୍କ ବ୍ୟକ୍ତିଗତ ଜୀବନ କଥା। ଯଦି ତାଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା ତେବେ ରଣବୀର ଏବଂ ଆଲିଆଙ୍କ ପାଇଁ ଏହି ବର୍ଷ ଅତ୍ୟନ୍ତ ସ୍ବତନ୍ତ୍ର ହୋଇଛି। ଗୋଟିଏ ପଟେ ତାଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ବକ୍ସ ଅଫିସ୍‌ରେ ସୁପରହିଟ୍‌ ହୋଇଛି।

Share