ବଲିଉଡ୍‌ରେ ୧୦ ବର୍ଷ ପୂରଣ କଲେ ଆଲିଆ

ଆଜିକାଲି ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ତାଙ୍କ କ୍ୟାରିୟରର ଶୀର୍ଷରେ ଅଛନ୍ତି। ଏହା ସହିତ ସେ ବ୍ୟକ୍ତିଗତ ଜୀବନରେ ଗର୍ଭଧାରଣ ପର୍ଯ୍ୟାୟ ଉପଭୋଗ କରୁଛନ୍ତି। ଆଲିଆ ବଲିଉଡ ଇଣ୍ଡଷ୍ଟ୍ରିରେ ତାଙ୍କର ଦଶ ବର୍ଷ ପୂରଣ କରିଛନ୍ତି। ଅକ୍ଟୋବର ୧୯, ୨୦୧୨ରେ, ଆଲିଆ ଫିଲ୍ମ ଷ୍ଟୁଡେଣ୍ଟ ଅଫ ଦି ଇୟର ସହିତ ଅଭିନେତ୍ରୀ ଭାବରେ ନିଜର କ୍ୟାରିଅର୍‌ ଆରମ୍ଭ କରିଥିଲେ। ସେ ବଲିଉଡ୍‌ର ନିର୍ମାତା-ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ବଲିଉଡରେ ତାଙ୍କର ଦଶ ବର୍ଷ ଅବସରରେ ଆଲିଆ ଏକ ପୋଷ୍ଟ ଶେୟାର କରିଛନ୍ତି।
ବଲିଉଡରେ ଦଶ ବର୍ଷ ପୂରଣ କରିବା ପରେ ଆଲିଆ ଭଟ୍ଟ ନିଜ ଇନଷ୍ଟାଗ୍ରାମରୁ ଏକ ସୁନ୍ଦର ଫଟୋ ଶେୟାର କରିଥିଲେ। ଏଥିରେ ସେ ହସୁଥିବା ଏବଂ କ୍ୟାମେରାକୁ ପୋଜ ଦେଉଥିବା ନଜର ଆସିଛନ୍ତି। ଏହି ଫଟୋ ଶେୟାର କରି ଆଲିଆ କ୍ୟାପସନରେ ଲେଖିଛନ୍ତି – ଆଜି ୧୦ ବର୍ଷ ପୂରିଲା… ଏବଂ ପ୍ରତ୍ୟେକ ଦିନ ମୁଁ ଏଥିପାଇଁ ବହୁତ କୃତଜ୍ଞ। ମୁଁ ଆହୁରି ଭଲ ହେବାର ପ୍ରତିଜ୍ଞା କରୁଛି – ଗଭୀର ସ୍ବପ୍ନ ଦେଖ – ଅଧିକ ପରିଶ୍ରମ କର। ଏଥିପାଇଁ ଧନ୍ୟବାଦ। ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟିମାନେ ମଧ୍ୟ ଆଲିଆଙ୍କ ଏହି ପୋଷ୍ଟରେ ନିଜର ମତାମତ ଦେଇଛନ୍ତି।
ଆଲିଆ ଭଟ୍ଟଙ୍କୁ ଶୀଘ୍ର ହଲିଉଡ ଫିଲ୍ମ ‘ହାର୍ଟ ଅଫ ଷ୍ଟୋନ’ରେ ଦେଖିବାକୁ ମିଳିବ। ଏହା ବ୍ୟତୀତ ତାଙ୍କ ହାତରେ ‘ବାଇଜୁ ବାୱରା’, ‘ରକି ଔର ରାନୀ କି ପ୍ରେମ କାହାନି’ ଭଳି ବଲିଉଡ ପ୍ରୋଜେକ୍ଟ ମଧ୍ୟ ରହିଛି।

Share