Categories: ଖେଳ

୬ ରନ୍‌ରେ ୪ ଉଇକେଟ ନେଇ ପ୍ରଥମ ମ୍ୟାଚ୍‌ରେ କମାଲ୍‌ କଲେ ଏହି ବୋଲର୍‌

ବାରବାଡୋସ୍‌,୮।୯: କାରିବିଆନ ପ୍ରିମିୟର ଲିଗ (ସିପିଏଲ୨୦୨୧)ର ୧୯ତମ ମ୍ୟାଚରେ ତ୍ରିନବାଗୋ ନାଇଟ ରାଇଡର୍ସ ଜାମାଇକା ଟାଲାୱାକୁ ୭୫ ରନ୍‌ରେ ପରାସ୍ତ କରିଛି। ପାକିସ୍ତାନରେ ଜନ୍ମିତ ଆମେରିକୀୟ ପେସର ଅଲି ଖାନ ନାଇଟ ରାଇଡର୍ସ ପକ୍ଷରୁ ଲିଗରେ ତାଙ୍କର ପ୍ରଥମ ମ୍ୟାଚ ଖେଳି ୩ ଓଭରରେ ମାତ୍ର ୬ ରନ ପାଇଁ ୪ ଉଇକେଟ ନେଇଥିଲେ। ଅଲି ୧୮ଟି ବଲ ବୋଲିଂ କରିଥିଲେ ଏବଂ ୧୨ ବଲ୍‌ ପର୍ଯ୍ୟନ୍ତ କୌଣସି ରନ ଦେଇ ନ ଥିଲେ। ୨୦ ଓଭରରେ ୪ ଉଇକେଟ ହରାଇ ନାଇଟ ରାଇଡର୍ସ ୧୬୭ ରନ ସଂଗ୍ରହ କରିଥିଲା। କ୍ୟାପଟେନ କିରନ ପୋଲାର୍ଡ ୩୯ ରେ ଅପରାଜିତ ରହିଥିଲେ। ସେ ୧୮ ବଲରେ ଗୋଟିଏ ଚୌକା ଏବଂ ୪ ଛକା ମାରିଥିଲେ। ୧୬୮ ରନ୍‌ର ଟାର୍ଗେଟକୁ ପଛରେ ପକାଇ ଜାମାଇକା ଦଳର ଉଇକେଟ ନିୟମିତ ବ୍ୟବଧାନରେ ଖସି ଥିଲା ଏବଂ ୧୮.୨ ଓଭରରେ। ଦଳ ମାତ୍ର ୯୨ ରନରେ ଅଲଆଉଟ୍‌ ହୋଇଥିଲେ। ଅଲି ଖାନ ସର୍ବାଧିକ ୪ ଉଇକେଟ ନେଇଥିଲେ ଯିଏ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।

Share