ଝଲକ୍‌ ଦିଖ୍‌ଲା ଜା’ରେ ନଜର ଆସିବେ କପିଲଙ୍କ ‘ଦାଦି’

ବମ୍ବେ: ଖୁବ୍‌ଶୀଘ୍ର ଟେଲି ପରଦାରେ ପ୍ରସାରିତ ହେବ ଲୋକପ୍ରିୟ ରିଆଲିଟି ଶୋ’ ‘ଝଲକ ଦିଖ୍‌ଲା ଜା-୧୦’। ଧିରେ ଧିରେ ଏଥିରେ ଭାଗ ନେବାକୁ ଥିବା ପ୍ରତିଯୋଗୀଙ୍କ ବିଷୟରେ ଖୁଲାସା ହେଉଛି। ସେମାନଙ୍କ ମଧ୍ୟରେ କପିଲ ଶର୍ମାଙ୍କ ଶୋ’ରେ ଲୋକପ୍ରିୟ ଚରିତ୍ର ‘ଦାଦି’ର ଚରିତ୍ରରେ ନଜର ଆସୁଥିବା କମେଡିଆନ୍‌ ଅଲି ଅସଗର ମଧ୍ୟ ଅଛନ୍ତି।

ଶୋ’କୁ ନେଇ କମେଡିଆନ୍‌ କହିଛନ୍ତି, ଲୋକପ୍ରିୟ ଶୋ’ରେ ପ୍ରତିଯୋଗୀ ଭାବେ ସାମିଲ ହେବାକୁ ଯାଉଥିବାରୁ ବେଶ ଖୁସି ଅଛି। ହେଲେ ଡର ମଧ୍ୟ ରହିଛି। କାରଣ ମାଧୁରୀ ମ୍ୟାଡାମ, କରନ୍‌ ସାର୍‌ ଏବଂ ନୋରାଙ୍କ ସହ କାମ କରିବା ବଡ଼ କଥା। ଜଣେ କଳାକାର ଭାବେ ନିଜର ସୀମାରେଖା ଡେଇଁ ଆଗକୁ ବଢ଼ିବାର ସୁଯୋଗ ଏହି ଶୋ’ ଦେବ ବୋଲି କହିଛନ୍ତି।

ଶୋ’ର କିଛି ପ୍ରମୋରେ ଅଲିଙ୍କ ବ୍ୟତିତ ଗଶମିର୍‌ ମହାଜନୀ, ଶିଳ୍ପା ସିନ୍ଦେ, ଧୀରଜ ଧୁପର, ପାରସ କଲନାଓ୍ବତ, ନିଆ ଶର୍ମା ପ୍ରମୁଖଙ୍କୁ ଦେଖିବାକୁ ମିଳିଛି। ସେପ୍ଟେମ୍ବର ୨ରେ ଏହା ପ୍ରସାରିତ ହେବ।

Share