Categories: ବାଣିଜ୍ୟ

ବିଓଆଇ ପକ୍ଷରୁ ସତର୍କତା ସଚେତନତା ସପ୍ତାହ

ଭୁବନେଶ୍ୱର,୮।୧୧: ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ବିଓଆଇ)ର ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଗତ ୩୧ ଅକ୍ଟୋବର ୨୦୨୨ରିଖଠାରୁ ଚଳିତ ମାସ ୬ ତାରିଖ ପର୍ଯ୍ୟନ୍ତ ସତର୍କତା ସଚେତନତା ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ବ୍ୟାଙ୍କର କର୍ମଚାରୀ ଓ ଗ୍ରାହକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ନିମନ୍ତେ ବ୍ୟାଙ୍କ ପକ୍ଷରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବ୍ୟାଙ୍କ ପକ୍ଷରୁ ସତର୍କତା ସଚେତନତା ଉପରେ ଶପଥ ପାଠ, ମାନବଶୃଙ୍ଖଳ, କର୍ମଚାରୀ ଓ ଗ୍ରାହକମାନଙ୍କ ପାଇଁ ୱାର୍କଶପ୍‌ ଓ କର୍ମଚାରୀ ଏବଂ ବିଭିନ୍ନ ସ୍କୁଲ ଛାତ୍ରୀଛାତ୍ରଙ୍କ ମଧ୍ୟରେ ପ୍ରତିଯୋଗିତା ଆଦି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଅତିଥି ବକ୍ତା ରୂପେ ଯୋଗ ଦେଇଥିବା ସିବିଆଇ ଓ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଆୟୋଜନ କରାଯାଇଥିଲା। ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ମଳୟ ଦାସ ଏସ୍‌ ଓ ଉପ-ଆଞ୍ଚଳିକ ପ୍ରବନ୍ଧକ ଅଶୋକ କୁମାର ଜେନା ସମସ୍ତଙ୍କୁ ସମ୍ବୋଧନ କରିଥିଲେ। ଏଥିରେ ବ୍ୟାଙ୍କର ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ।

Share