Categories: ଖେଳ

ଏନ୍‌ସିବିର ପ୍ରତ୍ୟେକ୍ଷଦର୍ଶୀଙ୍କ ପାଇଁ ଲୁକଆଉଟ୍‌

ପୁଣେ,୧୪।୧୦: କ୍ରୁଜ ଯାହଜରୁ ଡ୍ରଗ୍ସ ଜବତ ମାମଲାରେ ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ର ଅନ୍ୟତମ ସ୍ବାଧୀନ ପ୍ରତ୍ୟେକ୍ଷଦର୍ଶୀ କେ ପି ଗୋସାବିଙ୍କୁ ଖୋଜୁଛି ପୁଣେ ପୋଲିସ। ତାଙ୍କ ପାଇଁ ବୁଧବାର ଲୁକ୍‌ଆଉଟ୍‌ ଜାରି କରାଯାଇଛି। ଏହାର ଅର୍ଥ ସେ ବିମାନ ବନ୍ଦର ଦେଇ ଦେଶ ଛାଡ଼ି ପାରିବେ ନାହିଁ। ୨୦୧୮ଠାରୁ ୩ ଲକ୍ଷ ଟଙ୍କାର ଠକେଇ ମାମଲାରେ ଗୋସାବିଙ୍କୁ ଖୋଜୁଛି ପୁଣେ ପୋଲିସ।

ଉଲ୍ଲେଖଯୋଗ୍ୟ, କ୍ରୁଜ୍‌ ଯାହଜ ଉପରେ ହୋଇଥିବା ଏନ୍‌ସିବି ଚଢ଼ାଉର ୯ ଜଣ ସାକ୍ଷୀଙ୍କ ମଧ୍ୟରୁ ଗୋସାବି ଜଣେ ସ୍ବାଧୀନ ପ୍ରତ୍ୟେକ୍ଷଦର୍ଶୀ। ଏହି ମାମଲାରେ ଗିରଫ ହୋଇଥିଲେ ବଲିଉଡ ଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ। ଗୋସାବି ଶାହରୁଖଙ୍କ ପୁଅ ସହ ସେଲ୍‌ଫି ନେଇ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଆର୍ଯ୍ୟନ ଗିରଫ ହେବା ଖବର ପ୍ରସାରିତ ହେବା ପରେ ଉକ୍ତ ଫଟୋ ଭାଇରାଲ ହୋଇ ଯାଇଥିଲା।

Share