୭ମ ଥର ମାତାପିତା ହେବାକୁ ଯାଉନ୍ତି ଏହି ଷ୍ଟାର ଦମ୍ପତି

ହଲିଉଡ ଅଭିନେତା ଆଲେକ ବାଲ୍ଡୱିନ ଖୁବ ଶୀଘ୍ର ପିତା ହେବାକୁ ଯାଉଛନ୍ତି। ତାଙ୍କ ସ୍ତ୍ରୀ ହିଲେରିଆ ଥୋମାସ ସପ୍ତମ ଥର ପାଇଁ ଏକ ମା’ ହେବାକୁ ଯାଉଛନ୍ତି। ସେ ଏହି ସୂଚନା ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ହିଲାରିଆ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ବର୍ଷ ବର୍ଷ ଧରି ଅନେକ ଉତ୍ଥାନ-ପତନ ପରେ ଆମର ରୋମାଞ୍ଚକର ଖବର ଅଛି। ଆଉ ଏକ ବାଲ୍ଡୱିନ ଆସୁଛି। ସେ ଏକ ଭିଡିଓ ମଧ୍ୟ ଶେୟାର କରିଛନ୍ତି। ଭିଡିଓରେ ଉଭୟ ନିଜ ୬ ପିଲାମାନଙ୍କ ସହିତ ଖେଳୁଥିବାର ନଜର ଆସିଛନ୍ତି।
୬୩ ବର୍ଷିୟ ଆଲେକ ବାଲ୍ଡୱିନ ୨୦୧୨ ରେ ଦ୍ୱିତୀୟ ଥର ପାଇଁ ହିଲାରିଆଙ୍କୁ ବିବାହ କରିଥିଲେ। ଆଲେକ ଏବଂ ହିଲାରିଆଙ୍କ ମଧ୍ୟରେ ବୟସ ପାର୍ଥକ୍ୟ ୨୫ ବର୍ଷ। ନିକଟରେ ଆଲେକ ସେଟ ଉପରେ ଷୁଟିଂ ବିଷୟରେ ଆଲୋଚନା କରିଥିଲେ। ଗତ କିଛିଦିନ ତଳେ ଆଲେକ ହଠାତ୍‌ ଫିଲ୍ମ ସେଠ୍‌ ଉପରେ ଗୁଳି ଚଳାଇଥିଲେ। ଫିଲ୍ମ ‘ରଷ୍ଟ’ର ସେଟ ଉପରେ ଏହି ଘଟଣା ଘଟିଥିଲେ। ଏଥିରେ ଫିଲ୍ମର ସିନେମାଟୋଗ୍ରାଫର ହଲିନା ହୁଚିନ୍ସଙ୍କ ମୃତ୍ୟୁ ଘଟିଥିବା ବେଳେ ଏହି ଘଟଣାରେ ଫିଲ୍ମ ନିର୍ଦ୍ଦେଶକ ମଧ୍ୟ ଆହତ ହୋଇଥିଲେ। ପରେ ଆଲେକଙ୍କ ବିରୋଧରେ ମଧ୍ୟ ଏକ ମାମଲା ରୁଜୁ ହୋଇଥିଲା।

Share