Categories: ଜାତୀୟ

ମଦ୍ୟପାନ ଅଭ୍ୟାସ: ମହିଳାଙ୍କ ମଧ୍ୟରେ ୨ ଗୁଣା ବଢ଼ିଛି, ପୁରୁଷଙ୍କ କ୍ଷେତ୍ରରେ ଅଧା କମିଛି

ଅହମଦାବାଦ,୧୧।୧: ଗୁଜରାଟରେ ଗତ ୫ ବର୍ଷ ମଧ୍ୟରେ ମହିଳାଙ୍କ ମଧ୍ୟରେ ମଦ୍ୟପାନ ଅଭ୍ୟାସ ଦୁଇଗୁଣା ବଢ଼ିଥିବାବେଳେ ପୁରୁଷଙ୍କ କ୍ଷେତ୍ରରେ ଏହା ଅଧା କମିଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ ରିପୋର୍ଟରେ ଏ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ୨୦୨୦ରେ ରାଜ୍ୟର ୩୩,୩୪୩ ମହିଳା ଏବଂ ୫,୩୫୧ ପୁରୁଷଙ୍କ ମତାମତ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ସର୍ଭେରେ ୨୦୦ଜଣ ମହିଳା ସେମାନେ ମଦ୍ୟପାନ କରୁଥିବା ସମ୍ପର୍କରେ ସୂଚନା ଦେଇଛନ୍ତି। ସେହିପରି ୩୧୦ ଜଣ ପୁରୁଷ ମଦ୍ୟପାନ ନେଇ ତଥ୍ୟ ପ୍ରକାଶ କରିଛନ୍ତି। ୨୦୧୫ରେ ମଦ୍ୟପାନ କରୁଥିବା ନେଇ ୬୮ ଜଣ ମହିଳା ଏବଂ ୬୬୮ ଜଣ ପୁରୁଷ ସୂଚନା ଦେଇଥିଲେ। ସେତେବେଳେ ୨୨,୯୩୨ ମହିଳା ଏବଂ ୬,୦୧୮ ପୁରୁଷଙ୍କ ମତାମତ ଗ୍ରହଣ କରାଯାଇଥିଲା। ସହରାଞ୍ଚଳରେ ମଦ୍ୟପାନ କରୁଥିବା ମହିଳା ଏବଂ ପୁରୁଷଙ୍କ ସଂଖ୍ୟା ଅଧିକ ରହିଛି। ରାଜ୍ୟରେ ମଦମୁକ୍ତ ଯୋଜନା ଜାରି ରହିଥିଲେ ମଧ୍ୟ ସଚେତନତା ଅଭାବରୁ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇପାରୁ ନ ଥିବା କୁହାଯାଉଛି।

Share