କର୍ମଚାରୀଙ୍କୁ ବିଦା କରିବାରୁ ଦେବାକୁ ପଡ଼ିଲା ୩୨ ଲକ୍ଷ

ଡବଲିନ୍‌,୩୧।୧୦: କାର୍ଯ୍ୟାଳୟରେ କାମ କରିବା ସମୟରେ ଜଣେ ବ୍ୟକ୍ତି ଏତେ ମଦ୍ୟପାନ କରିଥିଲେ ଯେ, ଚେତାଶୂନ୍ୟ ହୋଇଯାଇଥିଲେ। ଏପରିକି ବ୍ୟକ୍ତି ଜଣକ ନିଜ ଘରକୁ ମଧ୍ୟ ଫେରିପାରି ନ ଥିଲେ। ଏହାପରେ ତାଙ୍କ ସହକର୍ମୀ ଜଣେ ତାଙ୍କୁ ଘରେ ଛାଡ଼ିଥିଲେ। ଏଭଳି ବ୍ୟବହାର ପାଇଁ ଉକ୍ତ ବ୍ୟକ୍ତିଙ୍କୁ କମ୍ପାନୀରୁ ନିଲମ୍ବିତ କରାଯାଇଛି। ଏହି ମାମଲାକୁ ନେଇ ଉକ୍ତ ବ୍ୟକ୍ତି ଜଣକ କୋର୍ଟରେ ପହଞ୍ଚିଥିଲେ। ଶୁଣାଣି ପରେ ଏହି ରାୟ ତାଙ୍କ ସପକ୍ଷରେ ଆସିଛି। କୋର୍ଟ କମ୍ପାନୀକୁ ଭେଦଭାବ କରିବା ନେଇ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିସହ ଉକ୍ତ ବ୍ୟକ୍ତିଙ୍କୁ ପ୍ରାୟ ୩୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ଘଟଣା ଘଟିଛି ଆୟର୍ଲାଣ୍ଡରେ। ସୂଚନାଯୋଗ୍ୟ, ନିଶାସକ୍ତ ବ୍ୟକ୍ତି ଇମୋନ ମର୍ଫି ବାଗେଲଷ୍ଟୋନ ସହରର କନୋଲିର ସୁପରଭାଲ୍ୟୁ ସୁପରମାର୍କେଟର ଇନ୍‌ଚାର୍ଜରେ ଥିଲେ। ୨୦୨୦ ଅକ୍ଟୋବର ୨୪ରେ ଇମୋନ ବହୁ ପରିମାଣର ମଦ୍ୟପାନ କରିଥିଲେ। ପୂର୍ବରୁ ବି ମଦ୍ୟପାନ ସହ ଜଡିତ ଅନେକ ମାମଲା ସାମ୍ନାକୁ ଆସିଛି। କିନ୍ତୁ ଇମୋନ ନିଜ କାର୍ଯ୍ୟରେ କେବେ ଅବହେଳା କରିନାହାନ୍ତି। କମ୍ପାନୀ ଡାକ୍ତର ମଧ୍ୟ ତାଙ୍କୁ ସେତେବେଳେ କାମ ପାଇଁ ଫିଟ୍‌ ଘୋଷଣା କରିଥିଲେ। ଏହି ଘଟଣା ପରେ ମାଇକେଲ କନୋଲି ଆଣ୍ଡ ସନ୍ସ ଲିମିଟେଡ କମ୍ପାନୀ ମର୍ଫିଙ୍କୁ ଚାକିରିରୁ ନିଲମ୍ବିତ କରିଥିଲେ। ହଠାତ୍‌ କମ୍ପାନୀରୁ ବହିଷ୍କାର ହେତୁ ମର୍ଫି ୧୮ ସପ୍ତାହ ବେରୋଜଗାର ଥିଲେ। ନୂଆ ଚାକିରିରେ ମଧ୍ୟ ତାଙ୍କୁ କମ୍‌ ବେତନ ମିଳୁଥିଲା। ସେ ଏକ ନୂତନ ଚାକିରିରେ ପ୍ରାୟ ୨୩ ଲକ୍ଷ ଟଙ୍କା ପାଆନ୍ତି। ତେବେ ଆଇନଗତ ଭାବେ ମର୍ଫିଙ୍କ ୧୦୪ ସପ୍ତାହ କ୍ଷତି ହୋଇଛି। ଏହି ସମୟରେ ସେ ପ୍ରାୟ ୮୫ ଲକ୍ଷ ଟଙ୍କା କ୍ଷତି ସହିଥିଲେ ବୋଲି ମର୍ଫିଙ୍କ ଓକିଲ ହେଲେନ ବରୀ କହିଛନ୍ତି। ଏହାକୁ ନେଇ ମର୍ଫି କୋର୍ଟର ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ମଧ୍ୟ ଏହି ମାମଲାର ଶୁଣାଣି କରି ତାଙ୍କ ସପକ୍ଷରେ ରାୟ ଦେଇଛନ୍ତି ଏବଂ ତାଙ୍କ ପୁରୁଣା କମ୍ପାନୀକୁ ପ୍ରାୟ ୩୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ବି ମଦ୍ୟପାନ ସହ ଜଡିତ ଅନେକ ମାମଲା ସାମ୍ନାକୁ ଆସିଛି। କିନ୍ତୁ ଇମୋନ ନିଜ କାର୍ଯ୍ୟରେ କେବେ ଅବହେଳା କରିନାହାନ୍ତି। କମ୍ପାନୀ ଡାକ୍ତର ମଧ୍ୟ ତାଙ୍କୁ ସେତେବେଳେ କାମ ପାଇଁ ଫିଟ୍‌ ଘୋଷଣା କରିଥିଲେ।

Share