Posted inଫୁରସତ

କାଠରୁ ପ୍ରସ୍ତୁତ ହେଉଛି ଆଲକହଲ୍‌

ଟୋକିଓ: ଅଙ୍ଗୁର, ଆଖୁ, ମକା, ଆଳୁ, ଚାଉଳ କିମ୍ବା ମହୁଲରୁ ପ୍ରସ୍ତୁତ ଓ୍ବିିସ୍କି, ମଦ, ଭୋଡକା କିମ୍ବା ବିଅର ସମ୍ପର୍କରେ ଜାଣିଥିବେ। କିନ୍ତୁ ବର୍ତ୍ତମାନ ଜାପାନ କାଠରୁ ଆଲକହଲ ପ୍ରସ୍ତୁତ କରିବାର ଉପାୟ ବାହାର କରିଛି। ଯଦି ଜାପାନ ବିଶେଷଜ୍ଞଙ୍କ ଏହି ଦାବି ଠିକ ହୁଏ ତେବେ ଆଲକହଲ ତିଆରି କରିବାର ଉପାୟ ସମଗ୍ର ବିଶ୍ୱରେ ପରିବର୍ତ୍ତନ ହେବ ତାହା ନୁହେଁ, ବରଂ ବୃକ୍ଷ ରୋପଣର ଗତି ମଧ୍ୟ ବୃଦ୍ଧି ପାଇବ। ଜାପାନର ତାହୋକାରେ ୧୬୦୦ ମସିହାରେ ଏକ ଗଛ ଲଗାଯାଇଥିଲା, ଯାହାର ନାମ ସିଦାର। ୧୯୧୬ରେ ଏହି ଗଛରୁ ଧଳା ତରଳ ପଦାର୍ଥ ବାହାରିବାକୁ ଲାଗିଲା। ଏହି ଗଛରୁ ୩୫ଲିଟରରୁ ଅଧିକ ଧଳା ତରଳ ପଦାର୍ଥ ବାହାରିଥିଲା। ତେବେ ଜାପାନର ବିଶେଷଜ୍ଞମାନେ ବର୍ତ୍ତମାନ ଏହି ତରଳ ପଦାର୍ଥରୁ ଆଲକହଲ ପ୍ରସ୍ତୁତ କରିବାର ଉପାୟ ବାହାର କରିିଛନ୍ତି। ସେମାନେ କହିଛନ୍ତି, ସିଦାର ଏବଂ ଚେରି ଗଛର କାଠରୁ ମେଥାନଲ ମିଳିଥାଏ, ଯାହା ପିଇବା ଯୋଗ୍ୟ ନୁହେଁ। ଏହା ଶରୀର ପାଇଁ କ୍ଷତିକାରକ। ବିଶେଷଜ୍ଞଙ୍କ ଅନୁଯାୟୀ, ରଙ୍ଗ ଏବଂ ପ୍ଲାଷ୍ଟିକ ତିଆରି ପାଇଁ ମେଥାନଲ ବ୍ୟବହାର କରାଯାଏ। ଏଥିସହ ଇନ୍ଧନ ତିଆରିରେ ମଧ୍ୟ ଏହା ବ୍ୟବହୃତ ହୋଇଥାଏ। ଗଛର କାଠରୁ ମିଳୁଥିବା ମେଥାନଲ ବିଷାକ୍ତ ହୋଇଥାଏ ଯାହାକୁ ପିଇବା ଦ୍ୱାରା ବ୍ୟକ୍ତି ଦୃଷ୍ଟିହୀନ କିମ୍ବା ସଙ୍ଗେସଙ୍ଗେ ମୃତ୍ୟୁ ଘଟିଥାଏ। ମଦ ତିଆରିରେ ମେଥାନଲ ବ୍ୟବହାର କରାଯାଏ। ଜାପାନର ବିଶେଷଜ୍ଞମାନେ କାଠରୁ ମେଥାନଲ ବାହାର କରିବା ପାଇଁ ଏକ ସ୍ବତନ୍ତ୍ର ପଦ୍ଧତି ଆପଣାଇଛନ୍ତି। ସେ ପ୍ରଥମେ କାଠର ପେଷ୍ଟ ତିଆରି କରିଛନ୍ତି। ପରେ ଏହି ପେଷ୍ଟ୍‌ରେ ଇଷ୍ଟ ଏବଂ ଏନ୍‌ଜାଇମ ମିଶାଇ ଏକ କମ୍ପୋଜିଶନ ପ୍ରସ୍ତୁତ କରନ୍ତି। ତେବେ ଏହି ତରଳ ପଦାର୍ଥରେ ୧୫ ପ୍ରତିଶତ ଆଲକହଲ ରହିଛି। ଅନୁସନ୍ଧାନକାରୀଙ୍କ ଏହି ଆବିଷ୍କାର ପରେ ଜାପାନର ବନ ବିଭାଗ ଏବଂ ବନଜାତ ଦ୍ରବ୍ୟ ଅନୁସନ୍ଧାନ ପ୍ରତିଷ୍ଠାନ ବର୍ତ୍ତମାନ କାଠରୁ ଆଲକହଲ ତିଆରି କରିବାର ସମ୍ପୂର୍ଣ୍ଣ କୌଶଳ ପ୍ରସ୍ତୁତ କରିସାରିଛନ୍ତିି। ଏହି ଆଲକହଲ ଯେତେ ପୁରୁଣା ହେବ ସେତେ ଅଧିକ ନିଶା ଚଢିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ମନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri