Posted inଜାତୀୟ

ଦଳର ନିଆରା ନିର୍ବାଚନୀ ପ୍ରତିଶ୍ରୁତି: ଇଦ୍‌ରେ ମୁସଲମାନଙ୍କୁ ଛେଳି ଫ୍ରି, ଅଧା ଦାମ୍‌ରେ ମଦ ଓ ମହିଳାଙ୍କୁ ଦିଆଯିବ ସୁନା

ନୂଆଦିଲ୍ଲୀ,୧୭।୪: ଲୋକ ସଭା ନିର୍ବାଚନ ପାଇଁ ବିଭିନ୍ନ ଦଳର ନେତାମାନେ ଜୋରସୋରରେ ପ୍ରଚାର ଚଳାଇଛନ୍ତି। ଏଥିସହ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନେତାମାନେ ବିଭିନ୍ନ ପ୍ରତିଶ୍ରୁତି ଦେଉଥିବା ଦେଖିବାକୁ ମିଳିଛି। ଏହି କ୍ରମରେ ଉତ୍ତର-ପୂର୍ବ ଦିଲ୍ଲୀ ଆସନ ପାଇଁ ନିର୍ବାଚନ ଲଢ଼ୁଥିବା ସାନ୍‌ଝି ବିରାସତ ଦଳର ଆଶାୟୀ ପ୍ରାର୍ଥୀ ନିଜର ପ୍ରଚାର ପାଇଁ ଜନତାଙ୍କୁ ନିଆରା ପ୍ରତିଶ୍ରୁତି ଦେଇଥିବା ଦେଖିବାକୁ ମିଳିଛି। ଉକ୍ତ ଦଳର ଆଶାୟୀ ପ୍ରାର୍ଥୀ ଅମିତ ଶର୍ମା ନିର୍ବାଚନ ଜିତିଲେ ଇଦ୍‌ରେ ମୁସଲମାନମାନଙ୍କୁ ମାଗଣାରେ ଛେଳି ଦେବା ସହ ମଦର ଦାମ୍‌କୁ ଅଧା କମାଇ ଦିଆଯିବ। ଏଥିସହ ମହିଳାଙ୍କୁ ମାଗଣାରେ ସୁନା ଦିଆଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଅମିତ ନିଜ ପ୍ରଚାର ପୋଷ୍ଟରରେ ସେହି ପ୍ରସଙ୍ଗକୁ ସ୍ଥାନ ଦେଇଛନ୍ତି ଯେଉଁଗୁଡ଼ିକୁ ଦଳ ଭୋଟରଙ୍କୁ ଦେବାକୁ ଚାହଁୁଛି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଦଳ ଏହି ଅଫରକୁ ‘ପ୍ରତିଶ୍ରୁତି’ ବଦଳରେ ଏହାକୁ ‘ପ୍ରସଙ୍ଗ’ ବୋଲି କହିଛି। ଏହି ପ୍ରସଙ୍ଗରେ ରହିଛି ପିଏଚ୍‌ଡି ପର୍ଯ୍ୟନ୍ତ ଛାତ୍ରଙ୍କ ପାଇଁ ଫିସ୍‌ ଦେୟ ମୁକ୍ତ, ବସ୍‌ ଓ ମେଟ୍ରୋ ଟ୍ରେନରେ ଯାତାୟାତ ମାଗଣା। କେବଳ ସେତିକି ନୁହେଁ ପ୍ରାଇଭେଟ ସ୍କୁଲ ଗୁଡ଼ିକରେ ମାଗଣାରେ ପାଠପଢ଼ା, ଝିଅ ଜନ୍ମ ହେଲେ ୫୦ହଜାର ଟଙ୍କା ଓ ସେମାନଙ୍କ ବିବାହ ପାଇଁ ଅଢ଼େଇ ଲକ୍ଷ ଟଙ୍କା ଦିଆଯିବ। ଏଥିସହ ବୃଦ୍ଧ, ବିଧବା ଓ ବିକଳାଙ୍ଗଙ୍କ ପାଇଁ ୫ହଜାର ଟଙ୍କା ପେନ୍‌ସନ୍‌, ପ୍ରାଇଭେଟ ହସ୍ପିଟାଲରେ ୧୦ଲକ୍ଷ ଲୋକଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଆଦି ପ୍ରସଙ୍ଗକୁ ଅମିତ ନିଜ ପୋଷ୍ଟରରେ ସ୍ଥାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

ମୋଦିଙ୍କ ଏହି କଥା ଶୁଣି ପ୍ରବଳ ରାଗିଗଲେ ଜେଲେନସ୍କି: ସାଂଘାତିକ ଅଭିଯୋଗ ଆଣି କହିଲେ…

ନୂଆଦିଲ୍ଲୀ,୩୧।୧୨: ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ଡ୍ରୋନ ଆକ୍ରମଣ ରିପୋର୍ଟ ଉପରେ ଚିନ୍ତା ପ୍ରକାଶ କରିଥିଲେ। ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର...

ଲିଫ୍ଟ ଦେବା କହି ଚଳନ୍ତା କାର୍‌ରେ ମହିଳାଙ୍କୁ କଲେ ବଳାତ୍କାର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୩୧।୧୨: କୋତୱାଲି ଥାନା ଅଞ୍ଚଳରେ ଚଳନ୍ତା କାରରେ ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ବଳାତ୍କାର କରିବା ପରେ ଅଭିଯୁକ୍ତମାନେ ତାଙ୍କୁ ରାସ୍ତାରେ...

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା

ନୂଆଦିଲ୍ଲୀ,୩୧ା୧୨: ବାଂଲାଦେଶର ମିମେନସିଂ ଜିଲା ଅନ୍ତର୍ଗତ ଏକ ପୋଷାକ କାରଖାନା ଭିତରେ ସହକର୍ମୀଙ୍କ ଗୁଳିମାଡ଼ରେ ଜଣେ ହିନ୍ଦୁ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଉକ୍ତ ବ୍ୟକ୍ତି ଜଣକ...

ଚାଇନାକୁ ଜୋରଦାର ଝଟ୍‌କା ଦେଲା ଭାରତ: ୩ ବର୍ଷ ଯାଏ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ଚାଇନାରୁ ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨ ପ୍ରତିଶତ...

ସମୟସୀମା ମଧ୍ୟରେ ଯୁକ୍ତି ରଖିବେ ଆଇନଜୀବୀ

ନୂଆଦିଲ୍ଲୀ,୩୧ା୧୨: ସୁପ୍ରିମକୋର୍ଟ ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି) ଜାରି କରିଛନ୍ତି, ଯେଉଁଥିରେ ଆଇନଜୀବୀମାନେ ଅଦାଲତରେ ସମସ୍ତ ନୋଟିସ୍‌ ପରବର୍ତ୍ତୀ ଏବଂ ନିୟମିତ ଶୁଣାଣିରେ ଯୁକ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri