Posted inଖେଳ

ଅଷ୍ଟ୍ରେଲିଆନ୍‌ ଓପନ୍‌: କ୍ୱାର୍ଟରରେ ପହଞ୍ଚିଲେ ଅଲକାରାଜ, ଜେଭରେଭ୍‌

ମେଲବୋର୍ନ,୨୨ା୧: ଅଷ୍ଟ୍ରେଲିଆନ୍‌ ଓପନ କ୍ୱାର୍ଟର ଫାଇନାଲ ଲାଇନ୍‌ଅପ୍‌ ସୋମବାର ଚୂଡାନ୍ତ ହୋଇଛି। ସୋମବାର ପୁରୁଷ ସିଙ୍ଗଲ୍ସ ପ୍ରି କ୍ୱାର୍ଟର ମ୍ୟାଚ୍‌ରେ ସ୍ପେନ୍‌ର କାର୍ଲୋସ୍‌ ଅଲକାରାଜ ଗାର୍ଫିଆ ଓ ଜର୍ମାନୀର ଆଲେକଜାଣ୍ଡାର ଜେଭରେଭ୍‌ ବିଜୟୀ ହୋଇଛନ୍ତି। ଓ୍ବିମ୍ବେଲଡନ୍‌ ବିଜେତା ତଥା ବିଶ୍ୱମାନ୍ୟତାର ୨ ନମ୍ବର ସ୍ଥାନରେ ଥିବା ୨୦ ବର୍ଷୀୟ ଅଲକାରାଜ ୬-୪, ୬-୪ ଓ ୬-୦ରେ ୨ ଘଣ୍ଟାରୁ କମ୍‌ ସମୟ ନେଇ ମିଓମିର କେମାନୋଭିକ୍‌ଙ୍କୁ ପରାସ୍ତ କରିଛନ୍ତି।
ରଡ୍‌ ଲାଭେର ଆରେନାରେ ଖେଳା ଯାଇଥିବା ମ୍ୟାଚ୍‌ରେ ଅଲକାରାଜ ଗୋଟିଏ ମାତ୍ର ସେଟ୍‌ ଡ୍ରପ୍‌ କରିଥିଲେ। ସେହିପରି ବିଶ୍ୱ ମାନ୍ୟତାର ଷଷ୍ଠ ସ୍ଥାନରେ ଥିବା ଜର୍ମାନୀର ଆଲେକ୍‌ଜାଣ୍ଡାର ଜେଭରେଭ୍‌ ୫ ସେଟ୍‌ ବିଶିଷ୍ଟ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ କାମେରନ୍‌ ନୋରିଙ୍କୁ ପରାସ୍ତ କରିଥିଲେ। ମାର୍ଗାରେଟ୍‌ କୋର୍ଟ ଆରେନାରେ ଖେଳା ଯାଇଥିବା ଏହି ମ୍ୟାଚ୍‌କୁ ଜେଭ୍‌ରେଭ୍‌ ୭-୫, ୩-୬, ୬-୩, ୪-୬ ଓ ୭-୬(୩)ରେ ଜିତି ନେଇଥିଲେ। ମ୍ୟାଚ୍‌ ଅଧାରେ ଜଣେ ଦର୍ଶକ ଯୁଦ୍ଧ ବିରୋଧୀ ପାମ୍ପଲେଟ୍‌ ଫୋପାଡିବା କାରଣରୁ ମ୍ୟାଚ୍‌ଟି ଅଧିକ ବିଳମ୍ବିତ ହୋଇଥିଲା।

ଏହି ମ୍ୟାଚ୍‌ଟି ୪ଘଣ୍ଟା ଧରି ଚାଲିଥିଲା। ଚଳିତ ବର୍ଷର ଏହା ୩୨ତମ ୫ ସେଟ୍‌ ବିଶିଷ୍ଟ ମ୍ୟାଚ୍‌। ଓପନ ଏରାରେ ଏହା ସର୍ବାଧିକ ତଥା ଏକ ବିଶ୍ୱ ରେକର୍ଡ। ଅଲକାରାଜ ଓ ଜେଭ୍‌ରେଭ୍‌ ପରସ୍ପରକୁ କ୍ୱାର୍ଟର ଫାଇନାଲରେ ଭେଟିବେ। ୩ ନମ୍ବର ଖେଳାଳି ଡାନିଲ ମେଡଭେଡେଭ ୬-୩, ୭-୬(୪), ୫-୭, ୬-୧ ସେଟ୍‌ରେ ବିଶ୍ୱ ମାନ୍ୟତାର ୬୯ ନମ୍ବର ସ୍ଥାନରେ ଥିବା ନୁନୋ ବର୍ଗସଙ୍କୁ ପରାସ୍ତ କରି କ୍ୱାର୍ଟରରେ ପ୍ରବେଶ କରିଥିଲେ। ଅନ୍ୟ ଏକ ମ୍ୟାଚ୍‌ରେ ୯ ନମ୍ବର ଖେଳାଳି ହ୍ୟୁବର୍ଟ ହରକାଜ ୭-୬(୬), ୭-୬(୩) ଓ ୬-୪ ସେଟ୍‌ରେ ଓ୍ବାଇଲ୍ଡ କାର୍ଡ ଖେଳାଳି ଆର୍ଥର କାଜାକ୍ସଙ୍କୁ ପରାସ୍ତ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri