Posted inଫୁରସତ

ସେବାରେ ମନ

କେବେ କାହାର ସେବା କରିଛନ୍ତି? ସେବାରୁ ମିଳୁଥିବା ଆତ୍ମତୃପ୍ତିକୁ ଅନୁଭବ କରିଛନ୍ତି? ବୋଧହୁଏ ନିଜ ଲୋକଙ୍କର ସେବା ହୁଏତ କେବେକେବେ କରିଥିବେ। କିନ୍ତୁ ସମ୍ପୂର୍ଣ୍ଣ ଅଜଣା ଅଶୁଣା ଏପରିକି ରାସ୍ତାକଡ଼ରେ ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ିଥିବା ଅସହାୟ ଲୋକଙ୍କ ସେବା କରିବାରେ ନିଆରା ଭାବ ସୃଷ୍ଟି ହୋଇଥାଏ। ତେବେ ସେବା ଶବ୍ଦର ଏମିତି ମହତ୍ତ୍ୱକୁ ବୁଝିପାରି ଜନସେବାରେ ନିଜକୁ ସାମିଲ କରିଛନ୍ତି ଜଣେ ଆଲ୍‌ବମ ଅଭିନେତ୍ରୀ। ସମୟକ୍ରମେ ସେ ଏକାଧିକ ଆଲ୍‌ବମରେ ଅଭିନୟ କରିବା ସହିତ କେତୋଟି ସିନେମାରେ ବି ଅଭିନୟ କରି କିଛି ଅନୁଭୂତି ସାଉଁଟିଛନ୍ତି। ପୁଣି ନିଜ ଗଁାରେ ପିଲାଙ୍କୁ ନୃତ୍ୟଶିକ୍ଷା ଦେବାକୁ ମନବଳାଇ ଏକ ଅନୁଷ୍ଠାନ ଗଢ଼ିଲେ। ଏବେ କିନ୍ତୁ ସେ କେତେଜଣ ଅସହାୟ ଗରିବ ଓ ରୋଗୀଙ୍କୁ ସାହାଯ୍ୟ ଏବଂ ସେବା କରୁଥିବା ଦେଖିବାକୁ ମିଳୁଛି। ସେ ହେଲେ ପାୟଲ ପ୍ରିୟଦର୍ଶିନୀ ନାୟକ। ଘର ଖୋର୍ଦ୍ଧା ଜିଲା ଅଧୀନ ବାଣପୁର ଅଞ୍ଚଳର ବାଲିପଦର ଗଁାରେ। ସେ କୁହନ୍ତି, ଆମ ଘରେ ମା’ବାପାଙ୍କର ମୁଁ ଏକମାତ୍ର ଝିଅ ଓ ମୋର ୩ ଭାଇ। ମୋ ପରିବାର ଏକ କଳାକାର ପରିବାର। ମାଟ୍ରିକ୍‌ ପାସ୍‌ ପରେ ବାଣପୁରରେ ନୂଆ କରି କଲେଜ ଯାଉଥାଏ। ୨୦୦୮ ମସିହା କଥା। ଥରେ ଏକ ଅଜଣା ଫୋନ୍‌ରୁ କଲ୍‌ଟିଏ ପାଇ ସିନେମାରେ ଅଭିନୟ ପ୍ରତି ମନ ବଳାଇଥିଲି। ସେଥିପାଇଁ ରଙ୍ଗ୍‌ ନମ୍ବର ଯୋଗୁ ଘରୁ ଚାଲି ଆସିଥିଲି କଟକ ା ଅବଶ୍ୟ ସେବେଠାରୁ ଆଉ ପଛକୁ ଫେରିନି। ଆଲ୍‌ବମ ହେଉ କି ସିନେମା, ଯେତେବେଳେ ଯାହାକିଛି ଅଭିନୟ କରିବାର ସୁଯୋଗ ମିଳିଛି ସେଥିରେ ଭାଗ ନେଇଛି। ଏମିତିରେ ଗଞ୍ଜା ଲଢ଼େଇ, ହରିଓଁହରି, ସାତ ଜନମର ସାଥୀ ଆଦି ପ୍ରାୟ ୬ଟି ସିନେମାରେ ଓ ବହୁ ଆଲ୍‌ବମରେ ଅଭିନୟ କରିସାରିଛି। ଏପରିକି କେତୋଟି ଗୀତକୁ ନିଜେ ଲେଖି ତାର ଭିଡିଓ ଅଡିଓ ପାଇଁ ନିଜେ ପ୍ରଯୋଜନା କରିଛି। ଅନ୍ୟପକ୍ଷେ ଆଜକୁ ପ୍ରାୟ ଏକଦଶନ୍ଧି ଧରି କଞ୍ଚା ପନିପରିବା ଖାଇବାରେ ରୁଚି ରଖିଛି। ଏଥିପାଇଁ ଭିନ୍ନ ପରିଚୟ ମିଳିପାରିଛି। ଏବେ କଟକର ସିଡିଏ ଅଞ୍ଚଳରେ ରହୁଥିବାରୁ ଗଣେଶ ପ୍ୟାଲେସ୍‌ ନିକଟରେ ଏକ ମିଠା ଦୋକାନ ଦେଇଛି, ଯେଉଁଠାରେ ବାଣପୁର ଅଞ୍ଚଳର ମାଠପୁଳି ଓ କାକରା ବେଶି ବିକ୍ରି କରାଯାଇଥାଏ। ପୁଣି ଅନ୍ୟ ଏକ ସ୍ଥାନରେ ୨ଜଣ ବ୍ୟବସାୟୀଙ୍କ ଜରିଆରେ ଚିଲିକା ଚିଙ୍ଗୁଡ଼ି, କଙ୍କଡ଼ା ବ୍ୟବସାୟ କରିଥାଏ। ବିଭିନ୍ନ ସମୟରେ ଆଶ୍ରମକୁ ବୁଲିବାକୁ ଯାଇ ସେଠାର ଅନ୍ତେବାସୀଙ୍କୁ ମୋ ସାମର୍ଥ୍ୟ ଅନୁଯାୟୀ କିଛି ସାହାଯ୍ୟ ସହାୟତା ବି କରିଥାଏ। କରୋନା-ଲକ୍‌ଡାଉନ ସମୟରେ ମା’ ଶାରଳା ହେଲ୍‌ପ ଫାଉଣ୍ଡେଶନ ଜରିଆରେ ସେବା କରି ଖୁସି ହୋଇଥିଲି। ୫, ଫେବୃୟାରୀ ୨୦୨୧ରୁ ମା’ ଭଗବତୀ ହେଲ୍ପ ଫାଉଣ୍ଡେଶନ ଗଢ଼ି ଗରିବ ଅସହାୟ ଲୋକଙ୍କ ସେବା କରୁଛି। ଏବେ ପ୍ରାୟ ଦେଢ଼ମାସ ମଧ୍ୟରେ ୨୭ ଜଣ ଗରିବ ରୋଗୀଙ୍କୁ ସେବା ଓ ସାହାଯ୍ୟ କରିବାର ସୁଯୋଗ ମିଳିଛି। ନରସେବା ନାରାୟଣ ସେବା ମନେକରି ନିଜର କିଛି ସମୟକୁ ଏମିତି ପୁଣ୍ୟ କାର୍ଯ୍ୟରେ ବିତେଇଥାଏ। ଏଥିଯୋଗୁ ଆତ୍ମତୃପ୍ତି ମିଳୁଛି। ଡାକ୍ତର ବାବୁଙ୍କ ସହିତ ମୋର ପରିଚୟ ହେବାରୁ ବିଭିନ୍ନ ଅଞ୍ଚଳରୁ ଆସୁଥିବା ଅସହାୟ ଲୋକଙ୍କ ସେବା କରିବାରେ ସୁବିଧା ହୋଇ ପାରିଥାଏ। ଏଥିପାଇଁ କାହାରି ଈର୍ଷା ମୋତେ ନିରୁତ୍ସାହିତ କରୁନି, ବରଂ ଅନ୍ୟମାନଙ୍କ ଆଶୀର୍ବାଦ ମୋତେ ଅଧିକ ଲୋକଙ୍କ ସେବା କରିବାରେ ସହାୟକ ହେଉଛି। ମା’ ଭଗବତୀ ହେଲ୍ପ ଫାଉଣ୍ଡେଶନ ନଁାରେ ସେବାକୁ ଆପଣେଇ ଚାଲିଛି। ଅନ୍ୟପକ୍ଷେ ଆଇନଜୀବୀ ସୁରେନ୍ଦ୍ର ବେହେରା କୁହନ୍ତି, ପାୟଲ ପ୍ରିୟଦର୍ଶିନୀ ଯଦି କେହି ଅସହାୟ ଲୋକଙ୍କୁ ଦେଖେ, ସେ ଯଥାସମ୍ଭବ ତାକୁ ଅନ୍ନ ବସ୍ତ୍ର ଦେଇଥାଏ। ଏକ ଦୁର୍ଘଟଣାରେ ଗୋଡ଼ ହାଡ଼ ଭାଙ୍ଗି ଯାଇଥିବା ଘନଶ୍ୟାମ ବାଗ କୁହନ୍ତି, କଳାହାଣ୍ଡି ଜିଲାରୁ ଚିକିତ୍ସା ପାଇଁ ଆସି କଟକ ବଡ଼ମେଡିକାଲରେ ପହଞ୍ଚତ୍ଥିଲି। ଏଠାରେ ଚିକିତ୍ସିତ ହେଉଥିବା ବେଳେ ମେଡିକାଲରେ ପାୟଲ ପ୍ରିୟଦର୍ଶିନୀଙ୍କ ସହିତ ଦେଖାହୁଏ। ସେ ବି ମୋ ଦୁଃଖକଥା ଜାଣି ମୋତେ ସାହାଯ୍ୟର ହାତ ବଢ଼େଇଛନ୍ତି। ସେହିପରି ପ୍ରତିଭା ରାଉତ ନାମ୍ନୀ ଜଣେ କଳାକାର କ୍ୟାନ୍‌ସରରୁ ମୁକ୍ତି ପାଇଁ କଟକ ଆସିଥିଲେ। ସେ କୁହନ୍ତି, ଶୁଣିଲି ପାୟଲ ଅସହାୟ ରୋଗୀଙ୍କୁ ସାହାଯ୍ୟ କରୁଛନ୍ତି। ସେଥିପାଇଁ ତାଙ୍କୁ ସାହାଯ୍ୟ ପାଇଁ କହିଲି। ସେ ଏବେ ସେବାରେ ସାହାଯ୍ୟ କରି ଚାଲିଛନ୍ତି। ଭଦ୍ରକର ତିହିଡ଼ିରୁ ଆସିଥିବା ବିଷ୍ଣୁ ଜେନା କୁହନ୍ତି, ମୁହଁ ଅପରେଶନ ପାଇଁ କଟକ ଆସିଥିଲି। ପାୟଲ ବିଷୟରେ ଜାଣିଲି। ସେ ବି ମତେ ସାହାଯ୍ୟ କରିଛନ୍ତି। ତେବେ ଏମିତି ଲକ୍‌ଡାଉନ ସମୟରେ ବି ଅସହାୟ ଲୋକଙ୍କ ସେବାକରି ସେ ଆନନ୍ଦ ପାଇଥା’ନ୍ତି। କାହାରିକୁ ମାଗଣା ରକ୍ତଦାନର ବ୍ୟବସ୍ଥା ତ ପୁଣି କାହାରିକୁ ସେବାରେ ସାହାଯ୍ୟ କରିବାରେ ରହିଛି ତାଙ୍କର ଭିନ୍ନ ରୁଚି। ଏଥିପାଇଁ ତାଙ୍କର ସୃଷ୍ଟି ହେଉଛି ନିଆରା ପରିଚୟ।
– ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri