ପାଣିକୁ ଡରନ୍ତି ଆଲୟା!

ମୁମ୍ବାଇ: ଅଭିନେତ୍ରୀ ପୂଜା ବେଦୀଙ୍କ ଝିଅ ଆଲୟା ଫର୍ଣ୍ଣିଚରୱାଲା ବଲିଉଡରେ ପାଦ ଦେଇ ନ ଥିଲେ ବି ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍ ଫଲୋଇଙ୍ଗସ୍ ବହୁ ଅଧିକ । ଏବେ ଆଲୟା ବଲିଉଡରେ ପାଦ ରଖିବାକୁ ପ୍ରସ୍‌ୁତି ଜାରି ରଖିଛନ୍ତି । ଇତିମଧ୍ୟରେ ବିଚ ବେବି ପାଲଟି ଯାଇଥିବା ଆଲୟା ଦର୍ଶକଙ୍କ ନିକଟତର ହେବାକୁ ଧୀରେ ଧୀରେ ଚେଷ୍ଟା କରୁଛନ୍ତି । ଏବେ ସମୁଦ୍ର କୂଳରେ ଫଟୋ ଶୁଟ୍ କରୁଥିବା ଆଲୟା କିନ୍ତୁ ପାଣିକୁ ଖୁବ୍ ଡରୁଥିଲେ । ଏହାର ଏକ ଭିଡିଓ ଶେୟାର କରି ସେ ନିଜେ ଏହା କହିଛନ୍ତି । ଆଲୟା କହିଛନ୍ତି ସେ ଜଣେ ଭଲ ଶୁଇମର ହୋଇଥିଲେ ବି ପାଣିକୁ ଖୁବ୍ ଡରୁଥିଲେ । ହେଲେ ଥରେ ମାଲଦ୍ୱୀପ ଯାଇଥିବା ବେଳେ ସେ ପଣ କରିଥିଲେ କି ଏହି ଡର ସେ ନିଶ୍ଚୟ ଛଡାଇବେ । ସେ ଶେୟାର କରିଥିବା ଭିଡିଓରେ ସ୍ପଷ୍ଟ ନଜର ଆସିଛି ଯେ ସେ ପାଣିକୁ କେତେ ଡରୁଛନ୍ତି । ହେଲେ ମନରେ ସାହସ ବାନ୍ଧି ସେଥର ସେ ପାଣିକୁ ଯାଇଥିଲେ ଓ ପାଣି ଭିତରେ କେମିତି ଜୀବନ ତାକୁ ଉପଭୋଗ କରିଥିଲେ । ହେଲେ ସାମ୍ନାରୁ ଏକ ସାର୍କ ଦେଖିବା ପରେ ସେ ପାଣିରୁ ବାହାରି ଆସିବାକୁ ଚାହିଁଥିଲେ ଓ ସଫଳ ବି ହୋଇଥିଲେ । ଆଉ ଏକାଥରେ ପାଣିକୁ ଡରୁଥିବା ଆଲୟାଙ୍କ ଡର ଛାଡି ଯାଇଥିଲା । ଏମିତି ଏକ ଭିଡିଓ ଶେୟାର କରି ଆଲୟା ଲେଖିଛନ୍ତି ଆପଣମାନେ ବି ଏନଜୟ କରନ୍ତୁ ।

Share