ଆଜିଠୁ ଅଲାରନାଥଙ୍କ ଅନବସର ଦର୍ଶନ

ବ୍ରହ୍ମଗିରି,୨୫।୬(ଡି.ଏନ୍‌.ଏ.): ସ୍ନାନପୂର୍ଣ୍ଣିମାରେ ଚତୁର୍ଦ୍ଧାମୂର୍ତ୍ତି ସ୍ନାନ କରି ଅଣସର ପିଣ୍ଡିରେ ବିଜେ କରିଛନ୍ତି। ଏହି ଅବସରରେ ଶୁକ୍ରବାରଠାରୁ ବ୍ରହ୍ମଗିରିସ୍ଥିତ ଅଲାରନାଥଙ୍କ ପୀଠରେ ଅନବସର ଦର୍ଶନ ଆରମ୍ଭ ହେବ। କିନ୍ତୁ ଚଳିତବର୍ଷ କରୋନା କଟକଣା ଯୋଗୁ ଭକ୍ତମାନେ ଏହି ଦର୍ଶନରୁ ବଞ୍ଚତ୍ତ ହେବେ। ଜିଲା ପ୍ରଶାସନ ମନ୍ଦିର ଚତୁଃପାଶର୍‌ବକୁ ସିଲ କରିବା ସହିତ ଗୁରୁବାର ମଧ୍ୟରାତ୍ରରୁ ନବଯୌବନ ଦର୍ଶନ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରିଛି। ପ୍ରତିଦିନ ସୀମିତ ସଂଖ୍ୟକ ପାଳିଆଙ୍କୁ ନେଇ ନୀତିକାନ୍ତି ହେବ ବୋଲି ବ୍ରହ୍ମଗିରି ତହସିଲଦାର କାହ୍ନୁଚରଣ ଘଡ଼େଇ କହିଛନ୍ତି।