ପୁରୀ,୩୦।୬: ଆଜିଠୁ ବ୍ରହ୍ମଗିରି ପାଲଟିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ।ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ କରିବା ପରେ ଜ୍ବରରେ ପୀଡ଼ିତ ଅଛନ୍ତି କାଳିଆ ଠାକୁର । ବର୍ତ୍ତମାନ ତାଙ୍କର ଉପଚାର ଜାରି ରହିଥିବା ବେଳେ ଭକ୍ତଙ୍କୁ ଦର୍ଶନ ଦେଉନାହାନ୍ତି ମହାପ୍ରଭୁ । ଶ୍ରୀଜୀଉମାନଙ୍କ ଉପଚାର କରିବା ପାଇଁ ଦଇତାପତି ସେବକ ଓ ଅନ୍ୟ ସେବକମାନେ ଠାକୁରମାନଙ୍କୁ ଅଣସର ଘରକୁ ନେଇଛନ୍ତି । ଆଜି ଠାରୁ ବ୍ରହ୍ମଗିରିସ୍ଥିତ ଅଲାରନାଥ ମନ୍ଦିରରେ ଆରମ୍ଭ ହୋଇଛି ଅନବସର ଦର୍ଶନ ।
ଶୃଙ୍ଖଳିତ ଦର୍ଶନ ନିମନ୍ତେ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କୁହାଯାଏ ବର୍ଷସାରା ଜଗନ୍ନାଥଙ୍କୁ ଦର୍ଶନ କଲେ ଯେତିକି ପୂଣ୍ୟ ମିଳେ ଗୋଟିଏ ଦିନ ଠିକ୍ ଅଣସର ସମୟରେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କଲେ ସେତିକି ଫଳ ମିଳେ । ଯାନବାହାନକୁ ନିୟନ୍ତ୍ରଣ କରାଯିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ଅତିରିକ୍ତ ଏସ୍ପିଙ୍କ ନେତୃତ୍ୱରେ ୫ ଜଣ ଇନ୍ସପେକ୍ଟରଙ୍କ, ୮ ପ୍ଲାଟୁନ୍ ଫୋର୍ସ, ୭୦ରୁ ଅଧିକ ହୋମଗାର୍ଡ ମୁତୟନ ରହିଥିବା ନେଇ ସୂଚନା ରହିଛି ।