ଭାରତ ପାଇଁ ସତର୍କ ଘଣ୍ଟି

ନୂଆଦିଲ୍ଲୀ, ୧୮।୧: ମହାମାରୀ କରୋନା ମୁଣ୍ଡ ପରେ ମୁଣ୍ଡ ଗଡ଼ାଇ ଚାଲିଥିବାବେଳେ ସମସ୍ତଙ୍କ ଅପେକ୍ଷା ଥିଲା ଟିକାକୁ। ସଂକ୍ରମଣର ପ୍ରାୟ ବର୍ଷେ ପରେ ଆମେରିକା, ବ୍ରିଟେନ, ରୁଷିଆ, ଚାଇନା ସମେତ ବିଶ୍ୱର ବିଭିନ୍ନ ଦେଶକୁ ଭାକ୍ସିନ୍‌ ଆସିଛି। କୋଭିଡ୍‌ ମହାମାରୀ ବିରୋଧରେ ଏହାକୁ ସଞ୍ଜୀବନୀ ବିବେଚନା କରାଯାଉଥିବାବେଳେ ଘାତକ ସାଜିଛି କେତେକ ଟିକା। ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଦିଆଯାଇଥିବା କୋଭିଡ୍‌ ଭାକ୍ସିନ୍‌ ଏବେ ଜୀବନ ନେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଭାରତରେ ମଧ୍ୟ ବିବାଦ ସୃଷ୍ଟି ହୋଇଛି। କେନ୍ଦ୍ର ସରକାର ସିରମ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ ପ୍ରସ୍ତୁତ କୋଭିଶିଲ୍ଡ ଓ ଭାରତ ବାୟୋଟେକ୍‌ର କୋଭାକ୍ସିନ୍‌କୁ ମଞ୍ଜୁରୀ ଦେଇଛନ୍ତି। କୋଭାକ୍ସିନ୍‌ର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଶେଷ ହୋଇ ନ ଥିବାରୁ ଲୋକଙ୍କ ଶରୀରରେ ଏହାର ପ୍ରୟୋଗକୁ ନେଇ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଇଛନ୍ତି। କେବଳ ବିରୋଧୀ ନୁହନ୍ତି, ବିଶେଷଜ୍ଞମାନେ ମଧ୍ୟ ବିଦେଶରେ ଭାକ୍ସିନ୍‌ ଗ୍ରହୀତାଙ୍କ ବଢ଼ିଚାଲିଥିବା ମୃତ୍ୟୁସଂଖ୍ୟାକୁ ନେଇ ଭାରତ ଅଧିକ ସତର୍କ ହେବା ଜରୁରୀ ବୋଲି ମତବ୍ୟକ୍ତ କରିଛନ୍ତି।
କରୋନା ମହାମାରୀ ସାରା ବିଶ୍ୱରେ ୨୦ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇଥିବାବେଳେ ୯ କୋଟି ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ମହାମାରୀକୁ ରୋକିବା ଲାଗି ଲକ୍‌ଡାଉନ୍‌ ଓ ଅନ୍ୟାନ୍ୟ କଟକଣା ଯୋଗୁ ଅଧିକାଂଶ ସଂକ୍ରମିତ ଦେଶ ଗମ୍ଭୀର ଆର୍ଥତ୍କ ସଙ୍କଟର ସମ୍ମୁଖୀନ ହୋଇଛନ୍ତି। ଏଭଳି ବିପତ୍ତିରୁ ରକ୍ଷା ପାଇବା ପାଇଁ ଟିକା ଏକମାତ୍ର ସାହା ବୋଲି ବିବେଚନା କରାଯାଇଥିଲା। ତେଣୁ ଟିକା ପ୍ରସ୍ତୁତି ଲାଗି ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା। ସାଧାରଣତଃ ଟିକା ପ୍ରସ୍ତୁତି ଲାଗି ବର୍ଷ ବର୍ଷ ଲାଗୁଥିବାବେଳେ ଜରୁରୀ ଆବଶ୍ୟକତା ପୂରଣ କରିବାକୁ ଯାଇ କେତେକ କମ୍ପାନୀ ତରବରିଆ ଭାବେ ମାସ କେଇଟାରେ କୋଭିଡ୍‌ ଟିକା ପ୍ରସ୍ତୁତ କରିଦେଲେ। ପରୀକ୍ଷା ବେଳେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ଜାଣିବା ପାଇଁ ଯଥେଷ୍ଟ ସମୟ ଦିଆଗଲାନାହିଁ। ଟିକାକରଣ ପରେ ଏବେ କେତେକ ଦେଶରେ ଏହାର ବିପଜ୍ଜନକ ପାର୍ଶ୍ୱ ପ୍ରତିକ୍ରିୟା ସାମ୍‌ନାକୁ ଆସିଛି। ଟିକା ନେଇ ଆମେରିକା, ନରଓ୍ବେ ଓ ଅନ୍ୟ କେତେକ ଦେଶରେ ଅନେକ ଲୋକଙ୍କ ମୃତ୍ୟୁ ହେଲାଣି ଓ କେତେଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଫଳରେ କୋଭିଡ୍‌ ଟିକା ପାଇଁ ଲୋକଙ୍କ ମଧ୍ୟରେ ଯେଉଁଭଳି ଆଗ୍ରହ ଦେଖାଦେବା କଥା ତାହା ନାହିଁ। ଏପରିକି ଅଧିକାଂଶ ଲୋକ ଟିକା ନେବାକୁ ଭୟ କରୁଛନ୍ତି। ଭାରତ ସରକାର ଦୁଇଟି ସ୍ବଦେଶୀ ଟିକାକୁ ମଞ୍ଜୁରୀ ପ୍ରଦାନ କରିବା ପରେ ଶନିବାରଠାରୁ ଟିକାଦାନ ଅଭିଯାନ ଆରମ୍ଭ ହୋଇଛି। ତେବେ ବିଦେଶରେ ଟିକାର ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ଭାରତ ପାଇଁ ସତର୍କ ଘଣ୍ଟି ବୋଲି କୁହାଯାଉଛି।
ଆମେରିକା ସଂଘୀୟ ବ୍ୟବସ୍ଥାକୁ ଦିଆଯାଇଥିବା ଏକ ରିପୋର୍ଟ ଅନୁଯାୟୀ ସେଠାରେ ଫାଇଜର ଓ ମଡର୍ନା ଟିକା ନେଇ ବର୍ତ୍ତମାନ ସୁଦ୍ଧା ୫୫ ଜଣ ପ୍ରାଣ ହରାଇଲେଣି। ଫେଡେରାଲ ଡାଟାବେସ୍‌ ଭାକ୍ସିନ୍‌ ଆଡ୍‌ଭର୍ସ ଇଭେଣ୍ଟ ରିପୋର୍ଟିଂ ସିଷ୍ଟମ (ଭିଏଇଆର୍‌ଏସ୍‌)ରେ ଉକ୍ତ ରିପୋର୍ଟ ଫାଇଲ୍‌ କରାଯାଇଛି। କେତେକ ମାମଲାରେ ଟିକା ନେବାର କିଛିଦିନ ମଧ୍ୟରେ ରୋଗୀଙ୍କ ମୃତ୍ୟୁ ଘଟୁଛି। କଲୋରାଡୋରେ ଜଣେ ୬୬ ବର୍ଷୀୟ ବ୍ୟକ୍ତି ମଡର୍ନା ଟିକା ନେଇ କୋମା ଅବସ୍ଥାକୁ ଚାଲିଯାଇଛନ୍ତି।
ସାଉଥ ଡାକୋଟାରେ ଜଣେ ୯୩ ବର୍ଷୀୟ ଗତ ୪ ତାରିଖରେ ଫାଇଜର ଟିକା ନେବା ପରେ ତାଙ୍କ ଶ୍ୱାସକ୍ରିୟା ବନ୍ଦ ହୋଇଯାଇଥିଲା।
ନରଓ୍ବେରେ ଫାଇଜର ଟିକା ନେଇ ଶନିବାର ସୁଦ୍ଧା ୨୯ ଜଣଙ୍କ ଜୀବନ ଗଲାଣି ଓ ୭୫ରୁ ଅଧିକ ଲୋକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଡିସେମ୍ବର ୨୭ରୁ ସେଠାରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୨୫,୦୦୦ରୁ ଅଧିକ ଲୋକ ଟିକା ନେଇଛନ୍ତି। ୮୦ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ପାଇଁ ଟିକା ବିପଦ ସୃଷ୍ଟି କରିଥିବା କୁହାଯାଉଥିଲା। ତେବେ ଶନିବାର ପ୍ରାଣ ହରାଇଥିବା ୬ ଜଣଙ୍କ ବୟସ ୭୫ରୁ ୮୦ ମଧ୍ୟରେ ବୋଲି ଜଣାପଡ଼ିଛି। ଫଳରେ କେଉଁ ବୟସ ବର୍ଗର ଲୋକଙ୍କୁ ଟିକା ଦିଆଯିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସେହିପରି ଇସ୍ରାଏଲ୍‌ରେ ଟିକା ନେଇଥିବା ୧୩ ଜଣ ମୁଖ ପକ୍ଷାଘାତର ଶିକାର ହୋଇଛନ୍ତି। ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଅନେକ ଲୋକଙ୍କଠାରେ ଦେଖାଦେଇଥିବା ସେଠାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପାରାଲିସିସ୍‌ ଭଲ ହେବା ପରେ ଟିକାର ଦ୍ୱିତୀୟ ଡୋଜ୍‌ ଦେବାକୁ ସରକାର ପରାମର୍ଶ ଦେଉଥିବାବେଳେ ବିଶେଷଜ୍ଞମାନେ ଭୟ କରୁଛନ୍ତି। ଇସ୍ରାଏଲ୍‌ରେ ଡିସେମ୍ବର ୨୦ରୁ ଟିକାକରଣ ଆରମ୍ଭ ହୋଇଥିଲା। ସେଠାରେ ୬୦ ବର୍ଷ ଓ ତଦୂର୍ଦ୍ଧ୍ୱ ୭୨ ପ୍ରତିଶତ ଲୋକ ଟିକା ନେଇସାରିଛନ୍ତି।
ବ୍ରିଟେନରେ ଫାଇଜର ଟିକାର ପରୀକ୍ଷା ବେଳେ ୪ ଜଣ ସ୍ବେଚ୍ଛାସେବୀଙ୍କ ମୁହଁରେ ପକ୍ଷାଘାତ ହୋଇଥିଲା। ଏହା ବ୍ୟତୀତ ଅନ୍ୟ କେତେକ ଦେଶରେ ମଧ୍ୟ ଟିକାର ପ୍ରତିକୂଳ ପ୍ରଭାବ ଅନୁଭୂତ ହୋଇଛି। ଏଭଳି ପାର୍ଶ୍ୱ ପ୍ରତିକ୍ରିୟାକୁ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିବା ସହ ଅଧିକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି।

କୋଭାକ୍ସିନକୁ ଭୟ

କରୋନା ସଂକ୍ରମଣ ରୋକିବା ପାଇଁ ଦେଶରେ ଶନିବାରଠାରୁ ଟିକାକରଣ ଆରମ୍ଭ ହୋଇଥିବାବେଳେ କେତେଜଣ ବ୍ୟକ୍ତି ଭାକ୍ସିନ ନେବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି। ପ୍ରଥମ ଦିନରେ ୩ ଲକ୍ଷ ସ୍ବାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କୋଭିଡ୍‌ ଯୋଦ୍ଧାଙ୍କୁ ଟିକା ଦେବା ପାଇଁ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଟିକା ନେଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୨ ଲକ୍ଷ ଛୁଇଁପାରିଲା ନାହିଁ। ଦେଶରେ ଟିକା ନେଇଥିବା ୪୪୭ ଜଣଙ୍କଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ) ପକ୍ଷରୁ ପ୍ରସ୍ତୁତ କୋଭିଶିଲ୍ଟ ଟିକା ନେବା ଲାଗି ଅଧିକାଂଶ ଲୋକଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଇଛି। ଅନ୍ୟପକ୍ଷେ ଭାରତ ବାୟୋଟେକ୍‌ର କୋଭାକ୍ସିନ ତୃତୀୟ ପର୍ଯ୍ୟାୟ ପରୀକ୍ଷା ହୋଇ ନ ଥିବାରୁ ଏହାକୁ ଗ୍ରହଣ କରିବାକୁ କେତେକ ସ୍ଥଳେ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଥିବା ଦେଖାଯାଇଛି। ଫଳରେ ଜୁଲାଇ ସୁଦ୍ଧା ୩୦ କୋଟି ଲୋକଙ୍କୁ ଟିକା ପ୍ରଦାନ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହେବା ଆଶଙ୍କା ସୃଷ୍ଟି ହୋଇଛି।
ନୂଆଦିଲ୍ଲୀସ୍ଥିତ ରାମମନୋହର ଲୋହିଆ ହସ୍ପିଟାଲର ଡାକ୍ତରମାନେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ସମ୍ପୂର୍ଣ୍ଣ ସ୍ବଦେଶୀ ଟିକା ‘କୋଭାକ୍ସିନ’ ପରିବର୍ତ୍ତେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକାର ‘କୋଭିଶିଲ୍ଡ’ ପଠାଇବାକୁ ପତ୍ର ଲେଖି ଅନୁରୋଧ କରିଛନ୍ତି।

୪୪୭ ଜଣଙ୍କଠାରେ ପାର୍ଶ୍ୱ ପ୍ରତିକ୍ରିୟା

ଭାରତରେ ବର୍ତ୍ତମାନ ସୁଦ୍ଧା ୨,୨୪,୩୦୧ ହିତାଧିକାରୀ କୋଭିଡ୍‌ ଟିକା ନେଇଥିବାବେଳେ ସେମାନଙ୍କ ମଧ୍ୟରୁ ୪୪୭ ଜଣଙ୍କଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପାର୍ଶ୍ୱ ପ୍ରତିକ୍ରିୟା ଥିତ୍ବା ୪୪୭ଙ୍କ ମଧ୍ୟରୁ ମାତ୍ର ୩ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଅତିରିକ୍ତ ସ୍ବାସ୍ଥ୍ୟ ସଚିବ ମନୋହାର ଅଗ୍‌ନାନୀ କହିଛନ୍ତି। ରବିବାର ଛୁଟି ସତ୍ତ୍ୱେ ଆନ୍ଧ୍ରପ୍ରଦେଶ, ଅରୁଣାଚଳପ୍ରଦେଶ, କର୍ନାଟକ, କେରଳ, ମଣିପୁର ଓ ତାମିଲନାଡୁରେ ଟିକା ଦିଆଯାଇଥିଲା। ୫୫୩ଟି କେନ୍ଦ୍ରରେ ୧୭,୦୭୨ ଜଣ ଏହି ଟିକା ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

ସ୍କୁଟି ଆରୋହୀଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ, ଟାୟାର ଜାଳି ରାସ୍ତାକୁ ଓହ୍ଲାଇଲେ ଲୋକେ

ବଲାଙ୍ଗିର,୨୮ା୧୨: – ବଲାଙ୍ଗିର ୨୬ନମ୍ୱର୍ ଜାତୀୟ ରାଜପଥ ଶାସ୍ତ୍ରୀ ନଗର ଛକରେ ସଡ଼କ ଦୁର୍ଘଟଣା ହୋଇଛି ।୧୦ଚକିଆ ମାଲ ବୋଝେଇ ଟ୍ରକ ଜଣେ ସ୍କୁଟି ଆରୋହୀ...

ସୃଷ୍ଟି ହେବ ଗଜକେଶରୀ ଯୋଗ, ଏହି ୨ ରାଶିର ବ୍ୟକ୍ତିଙ୍କର କ୍ୟାରିଅରରେ ହେବ ଉନ୍ନତି

ଗ୍ରହ ଏବଂ ନକ୍ଷତ୍ର ମଣ୍ଡଳର ଗତିକୁ ଆଧାର କରି ୨୦୨୬ ମସିହାର ପ୍ରଥମ କିଛି ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏହି...

ଜିଲା ବିଜେଡି ପାଇଁ ୫୧ କର୍ମକର୍ତ୍ତାଙ୍କ ନାଁ ଘୋଷଣା: ୧୪ ବରିଷ୍ଠ ନେତା ହେଲେ ଉପସଭାପତି

କେନ୍ଦୁଝର,୨୮ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବିଜୁ ଜନତା ଦଳର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷିତ ହୋଇଛି। ଜିଲା ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କ ଅନୁମୋଦନ କ୍ରମେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri