Posted inଖେଳ

୧୧ବର୍ଷ ପରେ ପାକିସ୍ତାନ ଦଳକୁ ଫେରିଲେ ଆଲାମ

କରାଚୀ, ୨୯ା୭ (ପି.ଟି.)-ବ୍ୟାଟ୍ସମ୍ୟାନ ଫଓ୍ବାଦ ଆଲାମ ୧୧ ବର୍ଷ ବ୍ୟବଧାନରେ ପାକିସ୍ତାନ ଟେଷ୍ଟ ଦଳକୁ ଫେରିଛନ୍ତି। ଇଂଲଣ୍ଡ ବିପକ୍ଷ ଆସନ୍ତା ଟେଷ୍ଟ ସିରିଜ ପାଇଁ ପାକିସ୍ତାନର ୨୦ ଜଣିଆ କ୍ରିକେଟ ଦଳ ମନୋନୀତ କରାଯାଇଛି। ଏଥିରେ ଦୁଇଜଣ ସ୍ପେଶାଲିଷ୍ଟ ସ୍ପିନର ସ୍ଥାନ ପାଇଛନ୍ତି। ମୁଖ୍ୟ କୋଚ୍‌ ତଥା ଚୟନକର୍ତ୍ତା ମିସ୍‌ବା ଉଲ୍‌ ହକ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ସିଲେକ୍ସନ କମିଟି ବ୍ୟାଟ୍ସମ୍ୟାନ ଇଫ୍‌ତିକର ଅହମ୍ମଦ, ଖୁସ୍‌ ଦିଲ ଶାହା, ଫଖର ଜମାନ ଓ ହାଇଦର ଅଲିଙ୍କୁ ବାଦ ଦେଇଥିବାବେଳେ ଫଓ୍ବାଦଙ୍କୁ ସୁଯୋଗ ଦେଇଛି। ଏହି ବାମହାତି ବ୍ୟାଟ୍ସମ୍ୟାନ ଶେଷ ଥର ୨୦୦୯ରେ ନ୍ୟୁଜିଲାଣ୍ଡରେ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିଥିଲେ। ଚୟନକର୍ତ୍ତାମାନେ ଦୁଇ ଅଲରାଉଣ୍ଡର ଫହିମ୍‌ ଅଶ୍ରଫ ଓ ଶଦାବ ଖଁାଙ୍କ ବ୍ୟତୀତ ଦୁଇ ସ୍ପେଶାଲିଷ୍ଟ ସ୍ପିନର କାଶିଫ ଭଟି ଓ ଅଭିଜ୍ଞ ୟାସିର ଶାହାଙ୍କୁ ଦଳରେ ନେଇଛନ୍ତି। କୋଭିଡ୍‌-୧୯ ମହାମାରୀ ଯୋଗୁ ପାକିସ୍ତାନର ୨୯ ଖେଳାଳି ପୃଥକ୍‌ ପୃଥକ୍‌ ଭାବେ ଇଂଲଣ୍ଡରେ ପହଞ୍ଚତ୍ଥିଲେ। ଡର୍ବିଶାୟାରଠାରେ ଦୁଇଟି ୪ ଦିନିଆ ଇଣ୍ଟ୍ରା ସ୍କ୍ବାର୍ଡ ମ୍ୟାଚ ପରେ ୨୦ ଜଣିଆ ଦଳ ମନୋନୟନ କରାଯାଇଥିଲା। ଉଇକେଟକିପର ବ୍ୟାଟ୍ସମ୍ୟାନ ସର୍ଫରାଜ ଅହମ୍ମଦଙ୍କୁ ଅଧିନାୟକ କରାଯାଇଛି। ଟେଷ୍ଟ ସିରିଜ ଅଗଷ୍ଟ ୫ରେ ମାଞ୍ଚେଷ୍ଟରରେ ଆରମ୍ଭ ହେବ।
ପାକିସ୍ତାନ ଟେଷ୍ଟ ଦଳ: ଆଝାର ଅଲି (ଅଧିନାୟକ), ବାବାର ଆଜାମ (ଉପ-ଅଧିନାୟକ), ଆବିଦ୍‌ ଅଲି, ଅସାଦ ସାଫିକ୍‌, ଫହିମ୍‌ ଅଶ୍ରଫ, ଫଓ୍ବାଦ ଆଲାମ୍‌, ଇମାମ୍‌ ଉଲ୍‌ ହକ୍‌, ଇମ୍ରାନ ଖାଁ (ସିନିୟର), କାଶିଫ୍‌ ଭଟି, ମହମ୍ମଦ ଆବାସ, ମହମ୍ମଦ ରିଜଓ୍ବାନ, ନସିମ ଶାହା, ସର୍ଫରାଜ ଅହମ୍ମଦ, ଶଦାବ ଖାଁ, ଶାହିନ ଶାହା ଆଫ୍ରିଦୀ, ଶାନ୍‌ ମାସୁଦ୍‌, ସୋହଲେ ଖାଁ, ଉସ୍‌ମାନ ସିନଓ୍ବାରୀ, ଓ୍ବାହାବ ରିଆଜ୍‌ ଓ ୟାସିର ଶାହା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri